ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଯୋଗ ଶିକ୍ଷା
ରଙ୍ଗେଈଲୁଣ୍ଡା: ଗୋଳନ୍ଥରା ସନ୍ନିକଟ ପାଲୁରୁ ହିଲ୍ ଠାରେ ଥିବା ଓଡିଶା ସରକାରଙ୍କ ଇଣ୍ଟିଗ୍ରେଟେଡ ଇମ୍ଫାଷ୍ଟ୍ରକଚର୍ କମ୍ପ୍ଲେକ୍ସରେ ଆଶ୍ରୟ ନେଇଥିବା ମାନସିକ ସ୍ତରରେ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ପାଁଇ ଏକ ମାସ ଧରି ଆୟୋଜିତ ହେଉଥିବା ଯୋଗ ଶିକ୍ଷା ଶିବିର ଆଜି ଉଦଯାପିତ ହୋଇଯାଇଛି। ଆଇ ଆର୍ ଇ ର ଅବସରପ୍ରାପ୍ତ ଅଧିକାରୀ ସୁକାନ୍ତ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଏହି ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏହି ଯୋଗ ଶିବିର ପତାଞ୍ଜଳି ଯୋଗ ସମିତି, ବ୍ରହ୍ମପୁର ଶାଖାର ସହଯୋଗରେ ଏକ […]

ରଙ୍ଗେଈଲୁଣ୍ଡା: ଗୋଳନ୍ଥରା ସନ୍ନିକଟ ପାଲୁରୁ ହିଲ୍ ଠାରେ ଥିବା ଓଡିଶା ସରକାରଙ୍କ ଇଣ୍ଟିଗ୍ରେଟେଡ ଇମ୍ଫାଷ୍ଟ୍ରକଚର୍ କମ୍ପ୍ଲେକ୍ସରେ ଆଶ୍ରୟ ନେଇଥିବା ମାନସିକ ସ୍ତରରେ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ପାଁଇ ଏକ ମାସ ଧରି ଆୟୋଜିତ ହେଉଥିବା ଯୋଗ ଶିକ୍ଷା ଶିବିର ଆଜି ଉଦଯାପିତ ହୋଇଯାଇଛି। ଆଇ ଆର୍ ଇ ର ଅବସରପ୍ରାପ୍ତ ଅଧିକାରୀ ସୁକାନ୍ତ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଏହି ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏହି ଯୋଗ ଶିବିର ପତାଞ୍ଜଳି ଯୋଗ ସମିତି, ବ୍ରହ୍ମପୁର ଶାଖାର ସହଯୋଗରେ ଏକ ମାସଧରି ଚାଲୁ ରହିଥିଲା। ଏହି ଶିବିରରେ ଯୋଗ ଗୁରୁ ଜଗନ୍ନାଥ ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ଶିକ୍ଷାତତ୍ତ୍ବାବଧାନରେ ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇ ଥିଲା। ଏହି ଯୋଗ ଶିବରରେ ୧୬୦ ଜଣ ପୁରୁଷ ଓ ମହିଳା ମାନସିକ ଅସୁସ୍ଥ ବ୍ୟକ୍ତି ଯୋଗ ଶିକ୍ଷା ଗ୍ରହଣ କରିଥିଲେ।