ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍
କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା ମା’ ନେପୁର ମାଝୀ ଗାଁରେ ବନ୍ଦ ପଡିଥିବା ଏକ ପରିତ୍ୟକ୍ତ ସ୍କୁଲ କୋଠରୀରେ ୬ମାସ ହେବ ତାଲା ମାରି ରଖୁଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚତ୍ଥିଲା। ମାନସିକ ବିଶେଷଜ୍ଞ ଡା. ପ୍ରବୀଣ କୁମାର ସାହୁ, […] The post ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍ appeared first on Dharitri Odia News.
କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା ମା’ ନେପୁର ମାଝୀ ଗାଁରେ ବନ୍ଦ ପଡିଥିବା ଏକ ପରିତ୍ୟକ୍ତ ସ୍କୁଲ କୋଠରୀରେ ୬ମାସ ହେବ ତାଲା ମାରି ରଖୁଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚତ୍ଥିଲା। ମାନସିକ ବିଶେଷଜ୍ଞ ଡା. ପ୍ରବୀଣ କୁମାର ସାହୁ, କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ତତ୍ତ୍ୱଦର୍ଶୀ ଦାସ ପହଞ୍ଚତ୍ ପରିତ୍ୟକ୍ତ ସ୍କୁଲରେ ବନ୍ଦୀ ହୋଇ ରହୁଥିବା କେଶବ ମାଝୀଙ୍କ ସାସ୍ଥ୍ୟ ପରୀକ୍ଷା କରିବା ସହ ମେଡ଼ିସିନ ଖାଇବାକୁ ଦେଇଛନ୍ତି। ମେଡ଼ିସିନ ଖାଇଲେ ଯୁବକଙ୍କ ମାନସିକ ରୋଗ ଭଲ ହେବ ବୋଲି ବିଶେଷଜ୍ଞ ଡାକ୍ତର ସାହୁ କହିଛନ୍ତି। ଯଦି କୌଣସି ସୁଧାର ନ ହୁଏ ତା’ହେଲେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି। ମେଡିକାଲ ଟିମ ସହ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ବିପିଏମ୍ ସୁରଜିତ କୁମାର ସିଂ, ସ୍ବାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ଭାଜପା ନେତା ତ୍ରିନାଥ ଶବର ପ୍ରମୁଖ ଉପସ୍ଥିତ ଥିଲେ।
The post ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍ appeared first on Dharitri Odia News.