ମାନହାନୀ କେସ୍ରେ ଶିବସେନା ସାଂସଦ ଦୋଷୀ ସାବ୍ୟସ୍ତ, ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନା
ମୁମ୍ୱାଇ ୨୬/୦୯: ମାନହାନୀ ମକଦ୍ଦମା ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ତାଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହା ସହିତ ତାଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି । ବିଜେପି ନେତା କିରିଟ ସୋମେୟାଙ୍କ ପତ୍ନୀ ମେଧା କିରିଟ ରାଉତଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଭାରତୀୟ ଦଣ୍ଡ ସଂହିତା ଧାରା ୫୦୦ ଅନୁଯାୟୀ ମାନହାନି ମକଦ୍ଦମା ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସଞ୍ଜୟ । ମୁମ୍ବାଇର ରୁଆ କଲେଜର ଜୈବ ରସାୟନର ପ୍ରଫେସର ମେଧା, ରାଉତଙ୍କ ବିରୋଧରେ ଧାରା ୪୯୯ (କୌଣସି ପ୍ରକାରର ଅଭିଯୋଗ କିମ୍ବା ପ୍ରକାଶନ) ଏବଂ ୫୦୦ (ମାନହାନି) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆଇନଜୀବୀ ବିବେକାନନ୍ଦ ଗୁପ୍ତାଙ୍କ ମାଧ୍ୟମରେ ସୋମେୟା ଦେଇଥିବା ଅଭିଯୋଗରେ କୁହାଯାଇଛି ଯେ, ଏପ୍ରିଲ ୧୫, ୨୦୨୨ ଏବଂ ତା’ପରେ, ରାଉତ ଗଣମାଧ୍ୟମରେ ତାଙ୍କ କଟାକ୍ଷ କରି ଗୁଡାଏ କଥା କହିଥିଲେ । ଏହି ବିବୃତ୍ତିଗୁଡିକ ଅନେକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଅଭିଯୋଗରେ ଦର୍ଶାଯାଇଛି ସେହି ବିବୃତ୍ତି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ଭଡକିଥିଲେ ସୋମେୟା । ପରେ ସଞ୍ଜୟ ରାଉତ କିରିଟ ସୋମେୟା ଓ ତାଙ୍କ ପତ୍ନୀଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ । କୁହାଯାଉଥିଲା କିରିଟ ସୋମେୟା ତାଙ୍କ ପତ୍ନୀଙ୍କ ସହାୟତାରେ ୧୦୦ କୋଟି ଟଙ୍କାର ଟଏଲେଟ ସ୍କାମ କରିଥ
ମୁମ୍ୱାଇ ୨୬/୦୯: ମାନହାନୀ ମକଦ୍ଦମା ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ତାଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହା ସହିତ ତାଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି । ବିଜେପି ନେତା କିରିଟ ସୋମେୟାଙ୍କ ପତ୍ନୀ ମେଧା କିରିଟ ରାଉତଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।
ଭାରତୀୟ ଦଣ୍ଡ ସଂହିତା ଧାରା ୫୦୦ ଅନୁଯାୟୀ ମାନହାନି ମକଦ୍ଦମା ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସଞ୍ଜୟ । ମୁମ୍ବାଇର ରୁଆ କଲେଜର ଜୈବ ରସାୟନର ପ୍ରଫେସର ମେଧା, ରାଉତଙ୍କ ବିରୋଧରେ ଧାରା ୪୯୯ (କୌଣସି ପ୍ରକାରର ଅଭିଯୋଗ କିମ୍ବା ପ୍ରକାଶନ) ଏବଂ ୫୦୦ (ମାନହାନି) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆଇନଜୀବୀ ବିବେକାନନ୍ଦ ଗୁପ୍ତାଙ୍କ ମାଧ୍ୟମରେ ସୋମେୟା ଦେଇଥିବା ଅଭିଯୋଗରେ କୁହାଯାଇଛି ଯେ, ଏପ୍ରିଲ ୧୫, ୨୦୨୨ ଏବଂ ତା’ପରେ, ରାଉତ ଗଣମାଧ୍ୟମରେ ତାଙ୍କ କଟାକ୍ଷ କରି ଗୁଡାଏ କଥା କହିଥିଲେ ।
ଏହି ବିବୃତ୍ତିଗୁଡିକ ଅନେକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଅଭିଯୋଗରେ ଦର୍ଶାଯାଇଛି ସେହି ବିବୃତ୍ତି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ଭଡକିଥିଲେ ସୋମେୟା । ପରେ ସଞ୍ଜୟ ରାଉତ କିରିଟ ସୋମେୟା ଓ ତାଙ୍କ ପତ୍ନୀଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ ।
କୁହାଯାଉଥିଲା କିରିଟ ସୋମେୟା ତାଙ୍କ ପତ୍ନୀଙ୍କ ସହାୟତାରେ ୧୦୦ କୋଟି ଟଙ୍କାର ଟଏଲେଟ ସ୍କାମ କରିଥିଲେ । କିରିଟ ସୋମାୟାଙ୍କ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ସଞ୍ଜୟ ରାଉତ ଯଦି କୌଣସି ପ୍ରମାଣ ଦିଅନ୍ତି ତେବେ ସେ ଉତ୍ତର ଦେବେ ବୋଲି ସେ କହିଛନ୍ତି।