ମାନିଲେ ଅଶ୍ଵିନ, ଜିତିବା ପାଇଁ ବ୍ୟାଟରଙ୍କୁ କରିବାକୁ ପଡ଼ିବ ଭଲ ବ୍ୟାଟିଂ

ମୁମ୍ବାଇ: ଭାରତୀୟ ଦଳ ପାଖରେ ତୃତୀୟ ମ୍ୟାଚ୍ ଜିତିବାର ଭଲ ସୁଯୋଗ ରହିଛି। ବୋଲର ନିଜର କାମ କରି ଦେଇଥିବା ବେଳେ ଏବେ ବ୍ୟାଟରଙ୍କ ପାଳି। ମ୍ୟାଚ୍‌ର ତୃତୀୟ ଦିନର ପ୍ରଥମ ସେସନ ଆରମ୍ଭରୁ ଭାରତୀୟ ଦଳକୁ ଦ୍ଵିତୀୟ ଇନିଂସରେ ନ୍ୟୁଜିଲାଣ୍ଡକୁ ଶୀଘ୍ର ଅଲଆଉଟ୍ କରିବାକୁ ପଡ଼ିବ। କାରଣ ନ୍ୟୁଜିଲାଣ୍ଡ ୧୪୩ ରନ ଅଗ୍ରଣୀ ହାସଲ କରି ସାରିଛି। ଯଦି ଭାରତକୁ ଶେଷ ମ୍ୟାଚ୍ ଜିତି ସମ୍ମାନ ରଖିବାର ଅଛି ତେବେ ଏହି ରନ୍ ପାଖାପାଖି କିଓ୍ଵିକୁ ଅଲଆଉଟ୍ କରିବାକୁ ପଡ଼ିବ। ରବିଚନ୍ଦ୍ରନ ଅଶ୍ଵିନଙ୍କ କହିବା କଥା ନ୍ୟୁଜିଲାଣ୍ଡ ଦ୍ଵାରା ମିଳିବାକୁ ଥିବା  ଲକ୍ଷ୍ୟ ହାସଲ କରିବା ସେତେ ସହଜ ହେବନି। ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ଭ୍ରମଣକାରୀ ଦଳ ୧୪୩ ରନର ଅଗ୍ରଣୀ ହାସଲ କରିଛି। ଭାରତର ପୂର୍ବତନ ଅଧିନାୟକ ତଥା ମୁଖ୍ୟ କୋଚ୍ ରହି ସାରିଥିବା ଅନିଲ କୁମ୍ବଲେ ମଧ୍ୟ କହିଛନ୍ତି ଯେ, ଏହି ଲକ୍ଷ୍ୟ ହାସଲ କରିବା ସେତେଟା ସହଜ ହେବନି। ଅଶ୍ଵିନ ଜିଓ ସିନେମା ସହ ସାକ୍ଷାତକାରରେ ଦିନେଶ କାର୍ତ୍ତିକଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଆମକୁ ନ୍ୟୁଜିଲାଣ୍ଡ ଇନିଂସର ଶୀଘ୍ର ଅନ୍ତ କରିବାକୁ ପଡ଼ିବ। ଏହି ଇନିଂସରେ ରୋକା ଯାଇଥିବା ପ୍ରତ୍ୟେକ ରନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଏହି ପିଚ୍‌ରେ ରନ କରିବା ସହଜ ନୁହେଁ। ଆମକୁ ବହୁତ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଏହି ପିଚ୍ ଉପରେ ବଲ୍ ବାଉନ୍

ମାନିଲେ ଅଶ୍ଵିନ, ଜିତିବା ପାଇଁ ବ୍ୟାଟରଙ୍କୁ କରିବାକୁ ପଡ଼ିବ ଭଲ ବ୍ୟାଟିଂ

ମୁମ୍ବାଇ: ଭାରତୀୟ ଦଳ ପାଖରେ ତୃତୀୟ ମ୍ୟାଚ୍ ଜିତିବାର ଭଲ ସୁଯୋଗ ରହିଛି। ବୋଲର ନିଜର କାମ କରି ଦେଇଥିବା ବେଳେ ଏବେ ବ୍ୟାଟରଙ୍କ ପାଳି। ମ୍ୟାଚ୍‌ର ତୃତୀୟ ଦିନର ପ୍ରଥମ ସେସନ ଆରମ୍ଭରୁ ଭାରତୀୟ ଦଳକୁ ଦ୍ଵିତୀୟ ଇନିଂସରେ ନ୍ୟୁଜିଲାଣ୍ଡକୁ ଶୀଘ୍ର ଅଲଆଉଟ୍ କରିବାକୁ ପଡ଼ିବ। କାରଣ ନ୍ୟୁଜିଲାଣ୍ଡ ୧୪୩ ରନ ଅଗ୍ରଣୀ ହାସଲ କରି ସାରିଛି। ଯଦି ଭାରତକୁ ଶେଷ ମ୍ୟାଚ୍ ଜିତି ସମ୍ମାନ ରଖିବାର ଅଛି ତେବେ ଏହି ରନ୍ ପାଖାପାଖି କିଓ୍ଵିକୁ ଅଲଆଉଟ୍ କରିବାକୁ ପଡ଼ିବ। ରବିଚନ୍ଦ୍ରନ ଅଶ୍ଵିନଙ୍କ କହିବା କଥା ନ୍ୟୁଜିଲାଣ୍ଡ ଦ୍ଵାରା ମିଳିବାକୁ ଥିବା  ଲକ୍ଷ୍ୟ ହାସଲ କରିବା ସେତେ ସହଜ ହେବନି। 

ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ଭ୍ରମଣକାରୀ ଦଳ ୧୪୩ ରନର ଅଗ୍ରଣୀ ହାସଲ କରିଛି। ଭାରତର ପୂର୍ବତନ ଅଧିନାୟକ ତଥା ମୁଖ୍ୟ କୋଚ୍ ରହି ସାରିଥିବା ଅନିଲ କୁମ୍ବଲେ ମଧ୍ୟ କହିଛନ୍ତି ଯେ, ଏହି ଲକ୍ଷ୍ୟ ହାସଲ କରିବା ସେତେଟା ସହଜ ହେବନି। 

ଅଶ୍ଵିନ ଜିଓ ସିନେମା ସହ ସାକ୍ଷାତକାରରେ ଦିନେଶ କାର୍ତ୍ତିକଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଆମକୁ ନ୍ୟୁଜିଲାଣ୍ଡ ଇନିଂସର ଶୀଘ୍ର ଅନ୍ତ କରିବାକୁ ପଡ଼ିବ। ଏହି ଇନିଂସରେ ରୋକା ଯାଇଥିବା ପ୍ରତ୍ୟେକ ରନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଏହି ପିଚ୍‌ରେ ରନ କରିବା ସହଜ ନୁହେଁ। ଆମକୁ ବହୁତ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଏହି ପିଚ୍ ଉପରେ ବଲ୍ ବାଉନ୍ସ ହେବା ଅଶ୍ଵିନଙ୍କୁ ଚକିତ କରିଛି। ସାଧାରଣତଃ ମୁମ୍ବାଇ ପିଚ୍‌ ଏମିତି ବ୍ୟବହାର କରି ନ ଥାଏ। 

ଅଶ୍ଵିନ କହିଛନ୍ତି, ମୋତେ ଲାଗୁଥିଲା ପିଚ୍‌ ଆହୁରି ବାଉନ୍ସ ରହିବ। କିନ୍ତୁ ମୁମ୍ବାଇର ପିଚ୍ ଏମିତି ହୋଇ ନ ଥାଏ। ମ୍ୟାଚ୍ ଦୁଇଟି ଭାଗରେ ବିଭକ୍ତ ହୋଇ ସାରିଛି। ଡ୍ରେସିଂ ରୁମ ପାର୍ଶ୍ଵରୁ ବୋଲିଂ କଲେ ପିଚ୍ ଫ୍ଲାଟ୍ ଓ ବାଉନ୍ସ କମ ରହୁଛି।