ମାନେଶ୍ବର ବ୍ଲକରେ ଜନ ଅଭିଯୋଗ ଶୁଣାଣି,୨୨ ଆବେଦନର ଶୁଣାଣି
ସମ୍ବଲପୁର:ସୋମବାର ମାନେଶ୍ବର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ, ସମ୍ବଲପୁର, ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଏବଂ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ମୋଟ ୨୨ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୧୮ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୦୩ ଟି ସମସ୍ୟା ଗ୍ରାମୀଣ ସମସ୍ୟା ସହିତ ଜଡିତ ଥିଲା । ସିଏମଆରଏଫ ଅଧୀନରେ ସହାୟତା ପାଇଁ ୦୧ ଗୋଟି ଆବେଦନ ପ୍ରାପ୍ତ ହୋଇଛି । ଅଭିଯୋଗ […] The post ମାନେଶ୍ବର ବ୍ଲକରେ ଜନ ଅଭିଯୋଗ ଶୁଣାଣି,୨୨ ଆବେଦନର ଶୁଣାଣି appeared first on Odisha.News.

ସମ୍ବଲପୁର:ସୋମବାର ମାନେଶ୍ବର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ, ସମ୍ବଲପୁର, ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଏବଂ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ମୋଟ ୨୨ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୧୮ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୦୩ ଟି ସମସ୍ୟା ଗ୍ରାମୀଣ ସମସ୍ୟା ସହିତ ଜଡିତ ଥିଲା । ସିଏମଆରଏଫ ଅଧୀନରେ ସହାୟତା ପାଇଁ ୦୧ ଗୋଟି ଆବେଦନ ପ୍ରାପ୍ତ ହୋଇଛି । ଅଭିଯୋଗ ଶୁଣାଣି ଠାରେ ୦୩ ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର, ଜାତୀୟ ପରିବାର କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ ୪ ଜଣ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।ଉକ୍ତ ଜନ ଅଭିଯୋଗ ଶୁଣାଣି ଠାରେ ଆଇ.ପି.ଏସ. (ପ୍ରୋବେଶନର) ଭୋସଲେ ଶୁଭମ ସଞ୍ଜୟ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର , ଉପଜିଲ୍ଲାପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା ଙ୍କ ସମେତ ପ୍ରଶାସନିକ ଅଧିକାରୀ ପ୍ରମୂଖ ଉପସ୍ଥିତ ଥିଲେ।
The post ମାନେଶ୍ବର ବ୍ଲକରେ ଜନ ଅଭିଯୋଗ ଶୁଣାଣି,୨୨ ଆବେଦନର ଶୁଣାଣି appeared first on Odisha.News.