ମାଫିଆ-ପୋଲିସ ମୁହାଁମୁହିଁ, ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଫିଆ ଆହତ

କେନ୍ଦୁଝର,୧୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ହରିଚନ୍ଦନପୁର ଥାନା ପିଠାଗୋଳା ଓ କାଦୁଆ ଅଞ୍ଚଳରେ ଗୋରୁ ଚୋରାଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ। ତେଲକୋଇ ଥାନା କାଳିଆହତା ଅଞ୍ଚଳରୁ ପାଖାପାଖି ୨୫ ଗୋରୁ ଧରି ଆସୁଥିବା ମାଫିଆଙ୍କୁ ପୋଲିସ ପିଛା କରି ପୋଲିସ ଅଟକାଇଥିଲା। ଫଳରେ ପୋଲିସ ଓ ମାଫିଆଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୋଲିସକୁ ଆକ୍ରମଣ କରି ଗାଳିଗୁଲଜ କରିବା ସହ ମାଫିଆମାନେ ବନ୍ଧୁକ ଚଳାଇଥିଲେ। ପୋଲିସ […] The post ମାଫିଆ-ପୋଲିସ ମୁହାଁମୁହିଁ, ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଫିଆ ଆହତ appeared first on Dharitri Odia News.

ମାଫିଆ-ପୋଲିସ ମୁହାଁମୁହିଁ, ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଫିଆ ଆହତ

କେନ୍ଦୁଝର,୧୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ହରିଚନ୍ଦନପୁର ଥାନା ପିଠାଗୋଳା ଓ କାଦୁଆ ଅଞ୍ଚଳରେ ଗୋରୁ ଚୋରାଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ। ତେଲକୋଇ ଥାନା କାଳିଆହତା ଅଞ୍ଚଳରୁ ପାଖାପାଖି ୨୫ ଗୋରୁ ଧରି ଆସୁଥିବା ମାଫିଆଙ୍କୁ ପୋଲିସ ପିଛା କରି ପୋଲିସ ଅଟକାଇଥିଲା। ଫଳରେ ପୋଲିସ ଓ ମାଫିଆଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୋଲିସକୁ ଆକ୍ରମଣ କରି ଗାଳିଗୁଲଜ କରିବା ସହ ମାଫିଆମାନେ ବନ୍ଧୁକ ଚଳାଇଥିଲେ। ପୋଲିସ ଆତ୍ମରକ୍ଷା କରିବାକୁ ପ୍ରତି ଆକ୍ରମଣ କରିଥିଲେ। ପୋଲିସ ଗୁଳିମାଡ଼ରେ ଜଣେ ମାଫିଆ ଆହତ ହୋଇ ଚିକିତ୍ସିତ ଅଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଦୁଇ ଜଣ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଆହତଙ୍କ ନାମ ଅରିଫ ଖାନ୍‌ ଓ ଘର ଘଟଗାଁ ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ବୋଲି ଜଣାପଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାରେ ପୋଲିସ ୫ ଜଣ ମାଫିଆଙ୍କୁ ଗିରଫ କରିଥିବା ବେଳେ ତିନୋଟି ପିକ୍‌ଅପ୍‌ ଭ୍ୟାନ୍‌ (ନମ୍ବର ଓଡି ୦୯ ଏମ୍‌/ ୪୯୩୨, ଓଡି ୧୯ ଆର୍‌/୫୭୨୫, ଓଆର୍‌ ୦୫ ଏଆଇ/ ୩୬୪୭), ଗୋଟିଏ ଜିପ୍‌ ( ଓଡି ୦୨ଏଫ/ ୮୫୭୩)ସହିତ ଦୁଇଟି ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛନ୍ତି। ପୋଲିସ ୨୫ ଗୋରୁକୁ ଜବତ କରି ରଖିଛି। ଏ ନେଇ ରବିବାର ଏକ ପ୍ରେସ୍‌ମିଟ୍‌ରେ ପୋଲିସ ସୂଚନା ଦେଇଛି।

The post ମାଫିଆ-ପୋଲିସ ମୁହାଁମୁହିଁ, ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଫିଆ ଆହତ appeared first on Dharitri Odia News.