ମାରଣାସ୍ତ୍ର ଦେଖାଇଲେ, ଡିକି ଭାଙ୍ଗି ଲୁଟିନେଲେ ସାଢେ ୪ଲକ୍ଷ ଟଙ୍କା
କଣ୍ଟାବାଞ୍ଜି ୧୯।୩: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରା ଠାରେ ଦିନ ଦ୍ୱିପ୍ରହରରେ ଚଳନ୍ତା ବାଇକକୁ ଧକ୍କା ଦେଇ ଲୁଟ୍ । ମାରଣାସ୍ତ୍ର ଦେଖାଇ ବାଇକ୍ର ଡିକି ଭାଙ୍ଗି ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତ ଇଓ ସତ୍ୟ ଘିଭେଲା ଓ ଅନ୍ୟ ସହଯୋଗୀ ଇଓ ଚିନ୍ତାମଣୀ ରଣା ଏକ ବାଇକରେ ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଣ କରି କଣ୍ଟାବାଞ୍ଜି ସ୍ଥିତ ନିଜ ଘରକୁ ଯାଉଥିଲେ । ଏହି ସମୟରେ ଅନ୍ୟ ଏକ ବାଇକ୍ରେ ୩ ଜଣ ଦୁର୍ବୃତ୍ତ ପିଛା କରି ବାଇକ୍ ଧକ୍କା ଦେଇ ଗାଡି ଡିକିରୁ ଟଙ୍କା ନେଇଯାଇଥିଲେ । ମଙ୍ଗଳବାର ଅପରାହ୍ନରେ ନିଛାଟିଆ ସ୍ଥାନ ଦେଖି ଲୁଟ୍ର ଶିକାର କରିଛନ୍ତି । ଉଭୟ ଇଓ ସାମାନ୍ୟ ଆହତ ହୋଇଥିବା ବେଳେ ଉଭୟଙ୍କୁ ବଙ୍ଗୋମୁଣ୍ଡା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବଙ୍ଗୋମୁଣ୍ଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । You Can Read :ଅଟୋ ଓଲଟି ୬ ଜଣ ଗୁରୁତର, ବିବାହ ଭୋଜି ଖାଇବାକୁ ଯିବାବେଳେ ଦୁର୍ଘଟଣା
କଣ୍ଟାବାଞ୍ଜି ୧୯।୩: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରା ଠାରେ ଦିନ ଦ୍ୱିପ୍ରହରରେ ଚଳନ୍ତା ବାଇକକୁ ଧକ୍କା ଦେଇ ଲୁଟ୍ । ମାରଣାସ୍ତ୍ର ଦେଖାଇ ବାଇକ୍ର ଡିକି ଭାଙ୍ଗି ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତ ଇଓ ସତ୍ୟ ଘିଭେଲା ଓ ଅନ୍ୟ ସହଯୋଗୀ ଇଓ ଚିନ୍ତାମଣୀ ରଣା ଏକ ବାଇକରେ ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଣ କରି କଣ୍ଟାବାଞ୍ଜି ସ୍ଥିତ ନିଜ ଘରକୁ ଯାଉଥିଲେ । ଏହି ସମୟରେ ଅନ୍ୟ ଏକ ବାଇକ୍ରେ ୩ ଜଣ ଦୁର୍ବୃତ୍ତ ପିଛା କରି ବାଇକ୍ ଧକ୍କା ଦେଇ ଗାଡି ଡିକିରୁ ଟଙ୍କା ନେଇଯାଇଥିଲେ । ମଙ୍ଗଳବାର ଅପରାହ୍ନରେ ନିଛାଟିଆ ସ୍ଥାନ ଦେଖି ଲୁଟ୍ର ଶିକାର କରିଛନ୍ତି । ଉଭୟ ଇଓ ସାମାନ୍ୟ ଆହତ ହୋଇଥିବା ବେଳେ ଉଭୟଙ୍କୁ ବଙ୍ଗୋମୁଣ୍ଡା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବଙ୍ଗୋମୁଣ୍ଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
You Can Read :
ଅଟୋ ଓଲଟି ୬ ଜଣ ଗୁରୁତର, ବିବାହ ଭୋଜି ଖାଇବାକୁ ଯିବାବେଳେ ଦୁର୍ଘଟଣା