ମାର୍କ କାର୍ଣ୍ଣି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ଅଟ୍ଟାଓ୍ବା: ମାର୍କ କାର୍ଣ୍ଣି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ। କାନାଡା ଲିବରାଲ ପାର୍ଟିରେ ହୋଇଥିବା ଲିଡରସିପ୍ ରେସରେ ବିଜୟୀ ହୋଇଛନ୍ତି... The post ମାର୍କ କାର୍ଣ୍ଣି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ appeared first on .

ମାର୍କ କାର୍ଣ୍ଣି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ଅଟ୍ଟାଓ୍ବା: ମାର୍କ କାର୍ଣ୍ଣି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ। କାନାଡା ଲିବରାଲ ପାର୍ଟିରେ ହୋଇଥିବା ଲିଡରସିପ୍ ରେସରେ ବିଜୟୀ ହୋଇଛନ୍ତି କାର୍ଣ୍ଣି। ଜଷ୍ଟିନ ଟ୍ରୁଡୁଙ୍କ ସ୍ଥାନ ନେବେ କାର୍ଣ୍ଣି। ପ୍ରଧାନମନ୍ତ୍ରୀ ପଦ ଲାଗି ହୋଇଥିବା ରେସରେ ୫୯ ବର୍ଷ ବୟସ୍କ କାର୍ଣ୍ଣିଙ୍କୁ ମିଳିଥିଲା ୮୬ ପ୍ରତିଶତ ଭୋଟ। ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ହୋଇଥିଲେ ପରାସ୍ତ। ଏହି ଭୋଟରେ ଦଳର ୧ ଲକ୍ଷ ୫୨ ହଜାର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଗତ ଜାନୁଆରୀ ପ୍ରଧାନମନ୍ତ୍ରୀ ପଦରୁ ଓହରିଯିବା ଲାଗି ଘୋଷଣା କରିଥିଲେ ଟ୍ରୁଡୁ। ଆମେରିକା ସହ ଟାରିଫ ବିବାଦରେ ବର୍ତ୍ତମାନ କାନାଡାକୁ କିପରି କାର୍ଣ୍ଣି ନେତୃତ୍ବ ଦେବେ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି। ବଡ଼ କଥା ହେଉଛି କାର୍ଣ୍ଣିଙ୍କ ସେପରି କୌଣସି ରାଜନୈତିକ ଇତିହାସ ନାହିଁ। ୨୦୦୮-୦୯ରେ ସେ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟରତ ଥିଲେ। ଗୋଲ୍ଡମାନ ସାକ୍ସରେ ସେ ୧୩ ବର୍ଷ କାର୍ଯ୍ୟ କରିଥିଲେ। ୨୦୧୩ରେ ପ୍ରଥମ ଅଣବ୍ରିଟିଶ ଭାବେ ସେ ବ୍ୟାଙ୍କ ଅଫ ଇଂଲଣ୍ଡର ଗଭର୍ଣ୍ଣର ଦାୟିତ୍ବ ନେଇଥିଲେ। ସେ ଜାତିସଂଘରେ ବି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିଲେ।

The post ମାର୍କ କାର୍ଣ୍ଣି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ appeared first on .