ମାର୍କ ଜୁକରବର୍ଗଙ୍କ ବଡ଼ ବୟାନ, ବାଇଡେନ୍‌ ପ୍ରଶାସନ ଏହି ପ୍ରସଙ୍ଗ ନେଇ ‘ମେଟା’ ଉପରେ ପକାଇଥିଲେ ଚାପ

ନୂଆଦିଲ୍ଲୀ ୨୭।୦୮ : ଆମେରିକା ସରକାର ଉପରେ ଫେସ୍‌ବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସଙ୍ଗୀନ ଅଭିଯୋଗ । ତାଙ୍କ ମତରେ ବାଇଡେନ୍‌ ପ୍ରଶାସନ କୋଭିଡ ମହାମାରୀ ସମୟରେ କରୋନା ସହିତ ଜଡିତ କଣ୍ଟେଣ୍ଟକୁ ସେନ୍‌ସର କରିବାକୁ ଚାପ ପକାଉଥିଲେ । ଫେସ୍‌ବୁକ୍‌ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ ବାଇଡେନ୍‌ ପ୍ରଶାସନ । ଗୋଟିଏ ପଟେ ନିର୍ବାଚନ ଆଉ କିଛି ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁକରବର୍ଗଙ୍କ ଏପରି ବୟାନ ସାମ୍ନାକୁ ଆସିଛି । ଜୁକରବର୍ଗ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୧ ସମୟରେ ହ୍ୱାଇଟ୍‌ ହାଉସ୍‌ ସମେତ ବାଇଡେନ୍‌ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମାସେ ଯାଏଁ କୋଭିଡ-୧୯ ସହିତ ଜଡିତ ଥିବା କଣ୍ଟେଣ୍ଟ ଉପରେ କଟକଣା ଲଗାଇବାକୁ ଚାପ ପକାଉଥିଲେ । ଯେଉଁଥିରେ ଅନେକ ମିମ୍‌ସ୍‌ ସାମିଲ ଥିଲା । ତେବେ ସରକାରଙ୍କ ପକ୍ଷରୁ ଏପରି ଚାପ ପକାଇବା ଠିକ୍‌ ନୁହେଁ । କିନ୍ତୁ ଏହାକୁ ନେଇ ଆମେ ଏତେ ତତ୍ପର ନଥିଲୁ । କାହିଁକି ନା କଣ୍ଟେଣ୍ଟ ହଟାଇବା କାମ ମେଟାର ନଥିଲା । ସେହିପରି ମହାମାରୀ ନେଇ ହୋଇଥିବା ବିଭ୍ରାନ୍ତିକର ପୋଷ୍ଟକୁ ଆମେ ହଟାଇଛୁ । ଏହାସହିତ ସେହି ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲୁ । ତେବେ ଫେସ୍‌ବୁକ୍ ଗତ ବର୍ଷେ ମଧ୍ୟରେ ୨ କୋଟିରୁ ଅଧିକ କଣ୍ଟେଣ୍ଟ ସୋସିଆଲ୍‌ ମିଡିଆରୁ ହଟାସାରିଛି ବୋଲି ସୂଚନା ମିଳିଛି। ତେବେ ଜୁକରବର୍ଗ ଏହି ବୟାନ ଆମେରିକାରେ ଆଗକୁ ସୃଷ

ମାର୍କ ଜୁକରବର୍ଗଙ୍କ ବଡ଼ ବୟାନ, ବାଇଡେନ୍‌ ପ୍ରଶାସନ ଏହି ପ୍ରସଙ୍ଗ ନେଇ ‘ମେଟା’ ଉପରେ ପକାଇଥିଲେ ଚାପ

ନୂଆଦିଲ୍ଲୀ ୨୭।୦୮ : ଆମେରିକା ସରକାର ଉପରେ ଫେସ୍‌ବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସଙ୍ଗୀନ ଅଭିଯୋଗ । ତାଙ୍କ ମତରେ ବାଇଡେନ୍‌ ପ୍ରଶାସନ କୋଭିଡ ମହାମାରୀ ସମୟରେ କରୋନା ସହିତ ଜଡିତ କଣ୍ଟେଣ୍ଟକୁ ସେନ୍‌ସର କରିବାକୁ ଚାପ ପକାଉଥିଲେ । ଫେସ୍‌ବୁକ୍‌ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ ବାଇଡେନ୍‌ ପ୍ରଶାସନ । ଗୋଟିଏ ପଟେ ନିର୍ବାଚନ ଆଉ କିଛି ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁକରବର୍ଗଙ୍କ ଏପରି ବୟାନ ସାମ୍ନାକୁ ଆସିଛି । 

ଜୁକରବର୍ଗ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୧ ସମୟରେ ହ୍ୱାଇଟ୍‌ ହାଉସ୍‌ ସମେତ ବାଇଡେନ୍‌ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମାସେ ଯାଏଁ କୋଭିଡ-୧୯ ସହିତ ଜଡିତ ଥିବା କଣ୍ଟେଣ୍ଟ ଉପରେ କଟକଣା ଲଗାଇବାକୁ ଚାପ ପକାଉଥିଲେ । ଯେଉଁଥିରେ ଅନେକ ମିମ୍‌ସ୍‌ ସାମିଲ ଥିଲା । ତେବେ ସରକାରଙ୍କ ପକ୍ଷରୁ ଏପରି ଚାପ ପକାଇବା ଠିକ୍‌ ନୁହେଁ । କିନ୍ତୁ ଏହାକୁ ନେଇ ଆମେ ଏତେ ତତ୍ପର ନଥିଲୁ । କାହିଁକି ନା କଣ୍ଟେଣ୍ଟ ହଟାଇବା କାମ ମେଟାର ନଥିଲା । ସେହିପରି ମହାମାରୀ ନେଇ ହୋଇଥିବା ବିଭ୍ରାନ୍ତିକର ପୋଷ୍ଟକୁ ଆମେ ହଟାଇଛୁ । ଏହାସହିତ ସେହି ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲୁ । ତେବେ ଫେସ୍‌ବୁକ୍ ଗତ ବର୍ଷେ ମଧ୍ୟରେ ୨ କୋଟିରୁ ଅଧିକ କଣ୍ଟେଣ୍ଟ ସୋସିଆଲ୍‌ ମିଡିଆରୁ ହଟାସାରିଛି ବୋଲି ସୂଚନା ମିଳିଛି। 

ତେବେ ଜୁକରବର୍ଗ ଏହି ବୟାନ ଆମେରିକାରେ ଆଗକୁ ସୃଷ୍ଟି କରିପାରେ ହଇଚଇ । କାହିଁକି ନା  ଆଗକୁ ହେବାକୁ ଯାଉଛି ଆମେରିକାରେ ନିର୍ବାଚନ । ଆଉ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ବାଇଡେନ୍‌ ପ୍ରଶାସନକୁ ନେଇ ଫେସ୍‌ବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଏପରି ବୟାନ। ତେବେ ନିର୍ବାଚନ ନେଇ ଜୁକରବର୍ଗ କହିଛନ୍ତି ଯେ, ମୁଁ ନିରପେକ୍ଷ । କୌଣସି ଦଳକୁ ମୋର ସମର୍ଥନ ନାହିଁ । ଲୋକ ଯାହାକୁ ନେତା ବାଛିବେ । ସେ ହିଁ ହେବ ଦେଶରେ ଆଗାମୀ ରାଷ୍ଟ୍ରପତି ।