ମାର୍ଚ୍ଚ ୧୩ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- ଘାତ ଚନ୍ଦ୍ର ରହିଥିବାରୁ ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗରେ ଆଘାତ ଲାଗିପାରେ । କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟର ବଶବର୍ତ୍ତୀ ହେବେ।   ସ୍ବାସ୍ଥ୍ୟରେ କିଛି ସମସ୍ୟା ଉପୁଜିବାର ସମ୍ଭାବନା ଅଛି ।ବୃଷ- ମନ ଉତ୍ସାହିତ ରହିବ । ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟରେ ବୃଦ୍ଧି ହେବ ।   ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ପରୋପକାରୀ ହେବେ ।ମିଥୁନ- ମନ ସାମାନ୍ୟ ଦୁର୍ବଳ ରହିବ । କର୍ମ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ । ହେଲେ ମଧ୍ୟ ଦିନଟିରେ  ରୋଜଗାର ଉତ୍ତମ ହେବ । ବ୍ୟବସାୟ ଭଲ ହେବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । କର୍ତ୍ତବ୍ୟ ପରାୟଣ ହେବେ ।କର୍କଟ- ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି । ସିଂହ- କୌଣସି ସ୍ଥାନରୁ ଅପଦସ୍ତ ହେବା ପରି ସମସ୍ୟା ଉପୁଜିପାରେ । ଯାନବାହନରେ ସତର୍କତା ନିହାତି ଆବଶ୍ୟକ । ଅଙ୍ଗରେ ଆଘାତ ଲାଗିବ ଭଳି ସମସ୍ୟା ଦେଖାଦେବ । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । କନ୍ୟା- ଦୂର ସ୍ଥାନକ

ମାର୍ଚ୍ଚ ୧୩ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- ଘାତ ଚନ୍ଦ୍ର ରହିଥିବାରୁ ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗରେ ଆଘାତ ଲାଗିପାରେ । କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟର ବଶବର୍ତ୍ତୀ ହେବେ।   ସ୍ବାସ୍ଥ୍ୟରେ କିଛି ସମସ୍ୟା ଉପୁଜିବାର ସମ୍ଭାବନା ଅଛି ।

ବୃଷ- ମନ ଉତ୍ସାହିତ ରହିବ । ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟରେ ବୃଦ୍ଧି ହେବ ।   ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ପରୋପକାରୀ ହେବେ ।

ମିଥୁନ- ମନ ସାମାନ୍ୟ ଦୁର୍ବଳ ରହିବ । କର୍ମ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ । ହେଲେ ମଧ୍ୟ ଦିନଟିରେ  ରୋଜଗାର ଉତ୍ତମ ହେବ । ବ୍ୟବସାୟ ଭଲ ହେବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । କର୍ତ୍ତବ୍ୟ ପରାୟଣ ହେବେ ।

କର୍କଟ- ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି । 

ସିଂହ- କୌଣସି ସ୍ଥାନରୁ ଅପଦସ୍ତ ହେବା ପରି ସମସ୍ୟା ଉପୁଜିପାରେ । ଯାନବାହନରେ ସତର୍କତା ନିହାତି ଆବଶ୍ୟକ । ଅଙ୍ଗରେ ଆଘାତ ଲାଗିବ ଭଳି ସମସ୍ୟା ଦେଖାଦେବ । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । 

କନ୍ୟା- ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ନୂଆ ଚାକିରି ପ୍ରାପ୍ତ ହୋଇପାରେ ।

ତୁଳା- କର୍ମ କ୍ଷେତ୍ରରେ ନିଜ ପ୍ରାଧାନ୍ୟ ବୃଦ୍ଧି ପାଇବ । ଇଚ୍ଛା କରିଥିବା ଦ୍ରବ୍ୟକୁ ଲାଭ କରିବେ । ସମ୍ମାନପ୍ରାପ୍ତି ହେବ । ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ବିଦ୍ୟାର୍ଥୀମାନେ ଦୃଢ଼ ମନା ହେବେ ।

ବିଛା- ଆର୍ଥିକ ସ୍ଥିତିରେ ଅବନତି ଘଟିବ । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ଜାରି ରହିଥିବା କାର୍ଯ୍ୟରେ ବାଧା ଉପୁଜିପାରେ। ଛାତ୍ରଛାତ୍ରୀ ମାନେ ନୂତନ ପାଠର ଆରମ୍ଭ କରିବେ । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଭ୍ରମଣ ଯୋଗୁଁ ଦ୍ବିଧା ଅନୁଭବ କରିବେ ।

 ଧନୁ- ପ୍ରତାରଣାର ଶିକାର ହୋଇପାରନ୍ତି । ଅର୍ଥ ବ୍ୟୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଶରୀର ପୀଡ଼ା ପରି ସମସ୍ୟା ଦେଖାଦେଇପାରେ । ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ । 

ମକର- ଗୃହରେ କିଛି ଶୁଭ କାର୍ଯ୍ୟର ଆରମ୍ଭ ହେବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ।   ଆପଣଙ୍କ ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ରହିବ । ଛାତ୍ରମାନଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ଆର୍ଥିକ ବିକାଶ ମଧ୍ୟ ହେବ ।

କୁମ୍ଭ- ନିଜ କର୍ମର ଫଳ ନିଶ୍ଚିନ୍ତ ପ୍ରାପ୍ତ କରିବେ।  ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ । ଭ୍ରମଣ ର ଯୋଗ ରହିଛି ଦମ୍ପତିଙ୍କ ପାଇଁ ଦିନଟି ବହୁତ୍ ଶୁଭ  ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି କରିବେ ।

ମୀନ- ମନରେ ବିଷାଦର ଭାବ ସୃଷ୍ଟି ହେବ । ପରୋପକାର କରି ନିଜେ ଅସୁବିଧାରେ ପଡ଼ିପାରନ୍ତି । ଆତ୍ମ ବିଶ୍ବାସ ବଜାୟ ରଖନ୍ତୁ । ମନରେ ସାଧାରଣ ଅଶାନ୍ତି ଭାବ ଦେଖା ଦେବ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଗୃହରେ ଧାର୍ମିକ କାର୍ଯ୍ୟ ହୋଇପାରେ ।


ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର, ଯୋଗାଯୋଗ - 8249826682