ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ-ବାଙ୍ଗାଲୋର

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୨୧ ମ୍ୟାଚ୍‌ର କ୍ରୀଡାସୂଚୀ ଜାରି କରାଯାଇଛି।

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ-ବାଙ୍ଗାଲୋର

ଶେଷ ହେଲା ଅପେକ୍ଷା, ଘୋଷଣା ହେଲା ଆଇପିଏଲ ସିଜିନ୍‌-୧୭ର କ୍ରୀଡାସୂଚୀ। ବହୁଦିନ ଧରି ଆଇପିଏଲ କ୍ରୀଡାସୂଚୀ ଅପେକ୍ଷା କରିଥିଲେ କ୍ରିକେଟ୍ ପ୍ରେମୀ। ଶେଷରେ ଆଜି ଆଇପିଏଲ କ୍ରୀଡାସୂଚୀ ଘୋଷଣା କରାଯାଇଚି। ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫାଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ ଆଇପିଏଲ। ଆଇପିଏଲ ସିଜିନ୍‌-୧୭ର ପ୍ରଥମ ମ୍ୟାଚ୍‌ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ ଡୁପ୍ଲେସିସ୍‌ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ଚେନ୍ନାଇର ଖେଳାଯିବ।