ମାର୍ଚ୍ଚ ୨୪ ଓ ୨୫ ଦୁଇ ଦିନ ବ୍ୟାଙ୍କ୍ ଧର୍ମଘଟ; ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍ ସେବା

ମୁମ୍ବାଇ: ମାର୍ଚ୍ଚ ୨୪ ତାରିଖରୁ ୨ ଦିନିଆ ବ୍ୟାଙ୍କ୍ ଧର୍ମଘଟ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ୯ ଦଫା ଦାବିରେ ବ୍ୟାଙ୍କ ସଂଘଗୁଡ଼ିକ ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ୨୪ ଓ ୨୫ ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ଶନିବାର ଓ ରବିବାରକୁ ମିଶାକଇଲେ ଲଗାତାର ୪ଦିନ ବ୍ୟାଙ୍କ ସେବା ପ୍ରଭାବିତ ହେବ । ଦେଶବ୍ୟାପୀ  ହେଉଥିବା ଏହି ଆନ୍ଦୋଳନରେ  ରାଜ୍ୟର ୬ ହଜାର ଶାଖା ଏବଂ  ୩୭ ହଜାର କର୍ମଚାରୀ ସାମିଲ  ହେବେ । ଲଗାତର ୪ ଦିନ ବ୍ୟାଙ୍କ୍ ବନ୍ଦ ରହୁଥିବାରୁ ଶାଖାଗୁଡ଼ିକରେ ଟଙ୍କା ଜମା, ଉଠାଣ, ଚେକ୍‌ କ୍ଲିଅରିଂ ଭଳି ଅନ୍ୟାନ୍ୟ ସେବା ବାଧାପ୍ରାପ୍ତ  ହେବ । ଏଭଳି ସ୍ଥିତିରେ ବ୍ୟାଙ୍କରେ  ଜରୁରୀ କାର୍ଯ୍ୟ ଥିଲେ ତାହା ଆଗୁଆ ସାରିଦେବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଏଟିଏମ୍‌ଗୁଡ଼ିକରେ ଟଙ୍କା  ଖାଲି ହେବାର ଆଶଙ୍କା ମଧ୍ୟ ରହୁଛି ।ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ବ୍ୟାଙ୍କିଙ୍ଗ ଶିଳ୍ପରେ ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ  କରିବା, ପ୍ରଦର୍ଶନ ସମୀକ୍ଷା ଏବଂ ପିଏଲ୍‌ଆଇ  ଉପରେ ସାମ୍ପ୍ରତିକ ଡିଏଫ୍‌ଏସ୍‌ ନିର୍ଦ୍ଦେଶାବଳୀର  ତ୍ୱରିତ ପ୍ରତ୍ୟାହାର, ବ୍ୟାଙ୍କ ଅଧିକାରୀ ଏବଂ  କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ନିର୍ଦ୍ଦେଶକ ପଦବୀ ପୂରଣ ଲାଗି ଦାବି ରଖିଛନ୍ତି ବ୍

ମାର୍ଚ୍ଚ ୨୪ ଓ ୨୫ ଦୁଇ ଦିନ ବ୍ୟାଙ୍କ୍ ଧର୍ମଘଟ; ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍ ସେବା

ମୁମ୍ବାଇ: ମାର୍ଚ୍ଚ ୨୪ ତାରିଖରୁ ୨ ଦିନିଆ ବ୍ୟାଙ୍କ୍ ଧର୍ମଘଟ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ୯ ଦଫା ଦାବିରେ ବ୍ୟାଙ୍କ ସଂଘଗୁଡ଼ିକ ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ୨୪ ଓ ୨୫ ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ଶନିବାର ଓ ରବିବାରକୁ ମିଶାକଇଲେ ଲଗାତାର ୪ଦିନ ବ୍ୟାଙ୍କ ସେବା ପ୍ରଭାବିତ ହେବ । ଦେଶବ୍ୟାପୀ  ହେଉଥିବା ଏହି ଆନ୍ଦୋଳନରେ  ରାଜ୍ୟର ୬ ହଜାର ଶାଖା ଏବଂ  ୩୭ ହଜାର କର୍ମଚାରୀ ସାମିଲ  ହେବେ । ଲଗାତର ୪ ଦିନ ବ୍ୟାଙ୍କ୍ ବନ୍ଦ ରହୁଥିବାରୁ ଶାଖାଗୁଡ଼ିକରେ ଟଙ୍କା ଜମା, ଉଠାଣ, ଚେକ୍‌ କ୍ଲିଅରିଂ ଭଳି ଅନ୍ୟାନ୍ୟ ସେବା ବାଧାପ୍ରାପ୍ତ  ହେବ । ଏଭଳି ସ୍ଥିତିରେ ବ୍ୟାଙ୍କରେ  ଜରୁରୀ କାର୍ଯ୍ୟ ଥିଲେ ତାହା ଆଗୁଆ ସାରିଦେବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଏଟିଏମ୍‌ଗୁଡ଼ିକରେ ଟଙ୍କା  ଖାଲି ହେବାର ଆଶଙ୍କା ମଧ୍ୟ ରହୁଛି ।

ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ବ୍ୟାଙ୍କିଙ୍ଗ ଶିଳ୍ପରେ ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ  କରିବା, ପ୍ରଦର୍ଶନ ସମୀକ୍ଷା ଏବଂ ପିଏଲ୍‌ଆଇ  ଉପରେ ସାମ୍ପ୍ରତିକ ଡିଏଫ୍‌ଏସ୍‌ ନିର୍ଦ୍ଦେଶାବଳୀର  ତ୍ୱରିତ ପ୍ରତ୍ୟାହାର, ବ୍ୟାଙ୍କ ଅଧିକାରୀ ଏବଂ  କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ନିର୍ଦ୍ଦେଶକ ପଦବୀ ପୂରଣ ଲାଗି ଦାବି ରଖିଛନ୍ତି ବ୍ୟାଙ୍କ କର୍ମଚାରୀ । ସେହିଭଳି ଆଇବିଏ ନିକଟରେ ବିଚାରାଧୀନ ଅବଶିଷ୍ଟ ପ୍ରସଙ୍ଗର ସମାଧାନ,  ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ, ସର୍ବାଧିକ ସୀମା ୨୫ ଲକ୍ଷ ଟଙ୍କା କରିବା, କର୍ମଚାରୀ କଲ୍ୟାଣ ସୁବିଧା ଉପରେ ଆୟକର ଛାଡ଼, ଆଇଡିବିଆଇ  ବ୍ୟାଙ୍କରେ ସରକାରଙ୍କ ଅଂଶଧନ ୫୧% ରଖିବାକୁ  ଦାବି ଦୋହରାଇଛନ୍ତି କର୍ମଚାରୀ ।  

ୟୁଏଫ୍‌ବିୟୁ ଓଡ଼ିଶା ଶାଖାର ଆବାହକ ଅରୁଣ ବିଶୋୟୀ କହିଛନ୍ତି, ବ୍ୟାଙ୍କ ଶିଳ୍ପରେ ଅନୁଚିତ ଶ୍ରମ  ଅଭ୍ୟାସ କର୍ମଚାରୀଙ୍କ ଅଧିକାରକୁ ଦୁର୍ବଳ କରୁଛି ।  ସ୍ଥାୟୀ ବ୍ୟାଙ୍କିଙ୍ଗ ନିଯୁକ୍ତିର ଆଉଟସୋର୍ସିଂ ନିଯୁକ୍ତିକୁ  ବିପନ୍ନ କରୁଛି । ସେବା ସର୍ତ୍ତାବଳୀ ନୀତି ଉପରେ ଡିଏଫ୍‌ଏସ୍‌ ଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର  ଅତ୍ୟଧିକ ସୁକ୍ଷ୍ମ ପରିଚାଳନା ଦ୍ୱିପାକ୍ଷିକତାକୁ ଦୁର୍ବଳ  କରୁଛି । ସାମ୍ବାଦିକ ସମ୍ମିଳନୀରେ ସଂଘର ସଦସ୍ୟ  ସଞ୍ଜୀବ ପତି, ଅମିତାଭ ଦାସ, ତୁଷାରକାନ୍ତ ଦାସ ଏବଂ ପ୍ରକାଶ ରାୟ ଉପସ୍ଥିତ ରହି ବ୍ୟାଙ୍କିଙ୍ଗ ଶିଳ୍ପର  ସମସ୍ୟା ଏବଂ ଦାବି ସମ୍ପର୍କରେ ସୂଚନା ଦେଇଥିଲେ ।