ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ବ୍ୟାଙ୍କ୍; ଚାଲିବ ସମସ୍ତ ପ୍ରକାର କାରବାର

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ଆଜି ଶେଷ ଦିନ । ରବିବାର ହୋଇଥିଲେ ମଧ୍ୟ ଖୋଲା ରହିବ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ବ୍ୟାଙ୍କ ଖୋଲା ରହିବା ସହିତ ସବୁ ପ୍ରକାର କାରବାର ଚାଲିବ। ମାର୍ଚ୍ଚ ୩୦ ଓ ୩୧ ତାରିଖ ଶନିବାର ଓ ରବିବାର ପଡ଼ୁଥିବାରୁ ପୂର୍ବରୁ ବ୍ୟାଙ୍କରେ ଖୋଲା ରହିବା ନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା । ସପ୍ତାହର ଅନ୍ୟ ସାଧରଣ ଦିନ ପରି ଆଜି ବି ବ୍ୟାଙ୍କ କାର୍ଯ୍ୟ ଚାଲିବ । ଚେକ୍ କ୍ଲିୟରିଂ ସୁବିଧା ପୂର୍ବ ନିର୍ଦ୍ଧାରିତ ସମୟରେ ଅନୁସାରେ ଚାଲିବ । ଏକ ବିଶେଷ ଘଣ୍ଟାରେ ଚେକ୍ କ୍ଲିୟରିଂ କରାଯିବ ବୋଲି ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏନଇଏଫଟି ଓ ଆରଟିଜିଏସ୍ ସୁବିଧା ମଧ୍ୟ ମିଳିପାରିବ । ରବିବାର ମଧ୍ୟରାତ୍ରୀ ଯାଏ ଏନଇଏଫଟି ଓ ଆରଟିଜିଏସ କରିପାରିବେ ଗ୍ରାହକ । ସରକାରୀ ଚେକ୍ କ୍ଲିୟରଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ରବିବାର ସେୟାର ବଜାର ବନ୍ଦ ରହିବ । ସେହିପରି ଆୟକର ବିଭାଗ ତା’ର ସମସ୍ତ କାର୍ଯ୍ୟାଳୟ ଖୋଲା ରଖିବାକୁ ପୂର୍ବରୁ ନିଷ୍ପତ୍ତି ନେଇଛି । ଗୁଡ୍ ଫ୍ରାଇଡେ ସମେତ ଶନିବାର ଓ ରବିବାର ଛୁଟିକୁ ବାତିଲ୍ କରିଦେଇଛି । ବ୍ୟାଙ୍କ୍ ଭଳି ରବିବାର ମଧ୍ୟ ଆୟକର ବିଭାଗର ସମସ୍ତ ଅଫିସ୍ ଖୋଲା ରହିବ ଏବଂ ସରକାରୀ କାର୍ଯ୍ୟ ଚାଲିବ ।   

ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ବ୍ୟାଙ୍କ୍; ଚାଲିବ ସମସ୍ତ ପ୍ରକାର କାରବାର

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ଆଜି ଶେଷ ଦିନ । ରବିବାର ହୋଇଥିଲେ ମଧ୍ୟ ଖୋଲା ରହିବ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ବ୍ୟାଙ୍କ ଖୋଲା ରହିବା ସହିତ ସବୁ ପ୍ରକାର କାରବାର ଚାଲିବ। ମାର୍ଚ୍ଚ ୩୦ ଓ ୩୧ ତାରିଖ ଶନିବାର ଓ ରବିବାର ପଡ଼ୁଥିବାରୁ ପୂର୍ବରୁ ବ୍ୟାଙ୍କରେ ଖୋଲା ରହିବା ନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା । ସପ୍ତାହର ଅନ୍ୟ ସାଧରଣ ଦିନ ପରି ଆଜି ବି ବ୍ୟାଙ୍କ କାର୍ଯ୍ୟ ଚାଲିବ । ଚେକ୍ କ୍ଲିୟରିଂ ସୁବିଧା ପୂର୍ବ ନିର୍ଦ୍ଧାରିତ ସମୟରେ ଅନୁସାରେ ଚାଲିବ । ଏକ ବିଶେଷ ଘଣ୍ଟାରେ ଚେକ୍ କ୍ଲିୟରିଂ କରାଯିବ ବୋଲି ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏନଇଏଫଟି ଓ ଆରଟିଜିଏସ୍ ସୁବିଧା ମଧ୍ୟ ମିଳିପାରିବ । ରବିବାର ମଧ୍ୟରାତ୍ରୀ ଯାଏ ଏନଇଏଫଟି ଓ ଆରଟିଜିଏସ କରିପାରିବେ ଗ୍ରାହକ । ସରକାରୀ ଚେକ୍ କ୍ଲିୟରଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

 

ତେବେ ରବିବାର ସେୟାର ବଜାର ବନ୍ଦ ରହିବ । ସେହିପରି ଆୟକର ବିଭାଗ ତା’ର ସମସ୍ତ କାର୍ଯ୍ୟାଳୟ ଖୋଲା ରଖିବାକୁ ପୂର୍ବରୁ ନିଷ୍ପତ୍ତି ନେଇଛି । ଗୁଡ୍ ଫ୍ରାଇଡେ ସମେତ ଶନିବାର ଓ ରବିବାର ଛୁଟିକୁ ବାତିଲ୍ କରିଦେଇଛି । ବ୍ୟାଙ୍କ୍ ଭଳି ରବିବାର ମଧ୍ୟ ଆୟକର ବିଭାଗର ସମସ୍ତ ଅଫିସ୍ ଖୋଲା ରହିବ ଏବଂ ସରକାରୀ କାର୍ଯ୍ୟ ଚାଲିବ ।