ମାଲକାନଗିରି ସହରରେ ଭାଲୁ ଆତଙ୍କ, ଅଟକି ରହିଛନ୍ତି ମା’ ଭାଲୁ ସହ ଦୁଇଟି ଛୁଆ
ମାଲକାନଗିରି ୧୨।୩: ମାଲକାନଗିରି ସହର ଉପକଣ୍ଠରେ ଭାଲୁ ଆତଙ୍କ । ମା’ ଭାଲୁ ସହ ଦୁଇଟି ଛୁଆ ମାଲକାନଗିରି ପଲିଟେକନିକ୍ କଲେଜ ନିକଟରେ ଅଟକି ରହିଥିବା ବେଳେ ଆତଙ୍କରେ ଅଛନ୍ତି ପ୍ରଧାନିଗୁଡା ବସ୍ତି ବାସିନ୍ଦା । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ମାଲକାନଗିରି ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଲକାନଗିରି SCF ମନସୁନ ଖେମୁଣ୍ଡୁଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ବନ କର୍ମଚାରୀ ଭାଲୁକୁ ଜଗି ବସିଥିବା ବେଳେ ମାଲକାନଗିରି ପୋଲିସ ମଧ୍ୟ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏହାସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଭାଲୁ ଥିବା ସ୍ଥାନରୁ ହଟାଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ମାଲକାନଗିରି ୧୨।୩: ମାଲକାନଗିରି ସହର ଉପକଣ୍ଠରେ ଭାଲୁ ଆତଙ୍କ । ମା’ ଭାଲୁ ସହ ଦୁଇଟି ଛୁଆ ମାଲକାନଗିରି ପଲିଟେକନିକ୍ କଲେଜ ନିକଟରେ ଅଟକି ରହିଥିବା ବେଳେ ଆତଙ୍କରେ ଅଛନ୍ତି ପ୍ରଧାନିଗୁଡା ବସ୍ତି ବାସିନ୍ଦା । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ମାଲକାନଗିରି ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ମାଲକାନଗିରି SCF ମନସୁନ ଖେମୁଣ୍ଡୁଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ବନ କର୍ମଚାରୀ ଭାଲୁକୁ ଜଗି ବସିଥିବା ବେଳେ ମାଲକାନଗିରି ପୋଲିସ ମଧ୍ୟ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏହାସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଭାଲୁ ଥିବା ସ୍ଥାନରୁ ହଟାଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।