ମାଲକାନଗିରିରୁ ନିଖୋଜ ଡାକ୍ତର କର୍ଣ୍ଣାଟକାରୁ ଠାବ

ମାଲକାନଗିରିରୁ ନିଖୋଜ ହୋଇଥିବା ଡାକ୍ତର ଅମ୍ଲାନ କର୍ଣ୍ଣାଟକାରୁ ଠାବ ହୋଇଛନ୍ତି। କାଲିମେଳା ପୁଲିସ ତାଙ୍କୁ କର୍ଣ୍ଣାଟକାରୁ ଠାବ କରିଥିବା ବେଳେ ସେଠାରୁ ତାଙ୍କୁ ମାଲକାନଗିରି ଫେରାଇ ଆଣୁଛି।

ମାଲକାନଗିରିରୁ ନିଖୋଜ ଡାକ୍ତର କର୍ଣ୍ଣାଟକାରୁ ଠାବ

୫ ଦିନ ତଳେ ନିଖୋଜ ହୋଇଥିବା ଡାକ୍ତର ଅମ୍ଳାନ ଭୋଇ ଶେଷରେ ଠାବ ହୋଇଛନ୍ତି। ମାଲକାନଗିରିରୁ ନିଖୋଜ ହୋଇଥିବା ଡାକ୍ତର ଅମ୍ଲାନ କର୍ଣ୍ଣାଟକାରୁ ଠାବ ହୋଇଛନ୍ତି। କାଲିମେଳା ପୁଲିସ ତାଙ୍କୁ କର୍ଣ୍ଣାଟକାରୁ ଠାବ କରିଥିବା ବେଳେ ସେଠାରୁ ତାଙ୍କୁ ମାଲକାନଗିରି ଫେରାଇ ଆଣୁଛି।

ଡାକ୍ତର ଅମ୍ଳାନ ଭୋଇ ମାଲକାନଗିରି ଜିଲ୍ଲାର କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ଗତ ୧ ତାରିଖ ରାତିରେ ସେ ଡ୍ୟୁଟି ସାରି ସରକାର ବାସଭବନକୁ ଯାଇଥିଲେ । ତେବେ ତା’ପରଠୁ ତାଙ୍କର ଆଉ କୌଣସି ଖୋଜଖବର ମିଳି ନଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ ଗତ ୨ ତାରିଖରେ କାଲିମେଳା ଥାନାରେ ଏତଲା ଦେଇଥିଲେ।

ପୁଲିସ୍‌ ତାଙ୍କ ଘରେ ପହଞ୍ଚି ତଦନ୍ତ କରିବା ପରେ ସେଠାରୁ ମୋବାଇଲ ଓ ବାଇକ୍ ଜବତ କରିଥିଲା। ତାଙ୍କୁ ନକ୍ସଲମାନେ ଅପହରଣ କରିଥିବା ଆଲୋଚନା ହେଉଥିବା ବେଳେ ମାଲକାନଗିରି ଏସ୍‌ପି ଏହାକୁ ଖଣ୍ଡନ କରିଥିଲେ।

ପୁଲିସ୍‌ ଆଖପାଖ ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ଆଖପାଖର ମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ଏହାପରେ ଡାକ୍ତର ଅମ୍ଲାନଙ୍କୁ ଖୋଜିବାକୁ ଟିମ୍‌ ଗଠିତ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଏହପରେ ସେ ବାଙ୍ଗାଲୁରୁ ନିକଟ ଏକ ଗାଁରେ ଥିବା ସୂଚନା ପାଇ କାଳିମେଳା ପୁଲିସ୍‌ ଟିମ୍‌ ସେଠାରେ ପହଞ୍ଚିଥିଲା। ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ମାଲକାନଗିରି ଅଣାଯାଉଛି।

ତେବେ ସେ କିପରି ଓ କେଉଁ କାରଣରୁ କାହାକୁ ନ କହି ମାଲକାନଗିରିରୁ କର୍ଣ୍ଣାଟକା ଚାଲି ଯାଇଥିଲେ ତାହା ଏବେ ସସ୍‌ପେନ୍ସ ଘେରରେ ଥିବା ବେଳେ ସେ ଫେରିବା ପରେ ସବୁ ରହସ୍ୟ ଉପରୁ ପରଦା ଉଠିବ ବୋଲି ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି।