ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି, ତଥାପି ପାଣି ଘେରରେ କିଛି ଅଞ୍ଚଳ
ମାଲକାନଗିରି ୧୦।୦୯ : ମାଲକାନଗିରି ଜିଲ୍ଲାର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ପୋଟେରୂ ଅଞ୍ଚଳରେ ବନ୍ୟା ପାଣି କମିବାରେ ଲାଗିଛି । ହେଲେ ଏବେ ମଧ୍ୟ କାଙ୍କୁରୁକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ଆଠ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଠାରୁ କାଲିମେଳା ଓ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ରାସ୍ତାରେ ଅନେକ ଯାନ ବାହାନ ଅଟକି ରହିଛି । ବନ୍ୟା ଯୋଗୁଁ ପୋଟେରୂ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତାଘାଟ ଭାଙ୍ଗି ଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶି ଜିନିଷ ପତ୍ର ନଷ୍ଟ ହୋଇଛି । ତମସା ଓ ପାଙ୍ଗାମ ନଦି ପୋଲ ଉପରେ ପାଣି କମିବା ପରେ ମାଲକାନଗିରି ଜୟପୁର ମଧ୍ୟରେ ଯୋଗାଯୋଗ ସ୍ବାଭାବିକ ହୋଇଛି ।
ମାଲକାନଗିରି ୧୦।୦୯ : ମାଲକାନଗିରି ଜିଲ୍ଲାର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ପୋଟେରୂ ଅଞ୍ଚଳରେ ବନ୍ୟା ପାଣି କମିବାରେ ଲାଗିଛି । ହେଲେ ଏବେ ମଧ୍ୟ କାଙ୍କୁରୁକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ଆଠ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି ।
ମାଲକାନଗିରି ଠାରୁ କାଲିମେଳା ଓ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ରାସ୍ତାରେ ଅନେକ ଯାନ ବାହାନ ଅଟକି ରହିଛି । ବନ୍ୟା ଯୋଗୁଁ ପୋଟେରୂ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତାଘାଟ ଭାଙ୍ଗି ଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶି ଜିନିଷ ପତ୍ର ନଷ୍ଟ ହୋଇଛି । ତମସା ଓ ପାଙ୍ଗାମ ନଦି ପୋଲ ଉପରେ ପାଣି କମିବା ପରେ ମାଲକାନଗିରି ଜୟପୁର ମଧ୍ୟରେ ଯୋଗାଯୋଗ ସ୍ବାଭାବିକ ହୋଇଛି ।