ମାଲଗାଡି ଧକ୍କାରେ ଦନ୍ତାହାତୀ ମୃତ, ଟ୍ରେନ୍ ଚଳାଚଳାରେ ବାଧାପ୍ରାପ୍ତ

ଢେଙ୍କାନାଳ ୦୨।୧୧ : ମାଲଗାଡି ଧକ୍କାରେ ଦନ୍ତାହାତୀ ମୃତ। ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳ ଅନ୍ତର୍ଗତ ମେରାମୁଣ୍ଡଳୀ ଫରେଷ୍ଟ ସେକ୍ସନ ଚିନ୍ତା ପୋଖରୀରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ କରୁଛି । ଖବର ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ସମୟରେ ଘଟିଛି ଏହି ଦୁର୍ଘଟଣା । ପୂର୍ବତଟ ରେଳ ବିଭାଗର ମେରାମୁଣ୍ଡଳୀ ଷ୍ଟେସନଠାରୁ ମାତ୍ର ୩ କିଲୋମିଟର ଦୂର ଅପ ଲାଇନରେ ଘଟିଛି ଏହି ଦୁର୍ଘଟଣା । ଗତ ରାତିରେ ୪୦ଟିକିଆ ହାତୀ ପଲ ଟ୍ରେନ ଲାଇନ ଅତିକ୍ରମ କରୁଥିବା ବେଳେ ଏକ ମାଲ ବାହୀ ଟ୍ରେନ ଏହି ହାତୀକୁ ଧକ୍କା ଦେଇଥିଲା। ଖବର ପାଇ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ଓ ରେଳ ବିଭାଗ ପୁଲିସ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିଛନ୍ତି । ବନବିଭାଗ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଉଥିବା ବେଳେ ଦୁର୍ଘଟଣା କାରଣକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।  

ମାଲଗାଡି ଧକ୍କାରେ ଦନ୍ତାହାତୀ ମୃତ, ଟ୍ରେନ୍ ଚଳାଚଳାରେ ବାଧାପ୍ରାପ୍ତ

ଢେଙ୍କାନାଳ ୦୨।୧୧ : ମାଲଗାଡି ଧକ୍କାରେ ଦନ୍ତାହାତୀ ମୃତ। ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳ ଅନ୍ତର୍ଗତ ମେରାମୁଣ୍ଡଳୀ ଫରେଷ୍ଟ ସେକ୍ସନ ଚିନ୍ତା ପୋଖରୀରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ କରୁଛି । 

ଖବର ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ସମୟରେ ଘଟିଛି ଏହି ଦୁର୍ଘଟଣା । ପୂର୍ବତଟ ରେଳ ବିଭାଗର ମେରାମୁଣ୍ଡଳୀ ଷ୍ଟେସନଠାରୁ ମାତ୍ର ୩ କିଲୋମିଟର ଦୂର ଅପ ଲାଇନରେ ଘଟିଛି ଏହି ଦୁର୍ଘଟଣା । ଗତ ରାତିରେ ୪୦ଟିକିଆ ହାତୀ ପଲ ଟ୍ରେନ ଲାଇନ ଅତିକ୍ରମ କରୁଥିବା ବେଳେ ଏକ ମାଲ ବାହୀ ଟ୍ରେନ ଏହି ହାତୀକୁ ଧକ୍କା ଦେଇଥିଲା। ଖବର ପାଇ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ଓ ରେଳ ବିଭାଗ ପୁଲିସ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିଛନ୍ତି । ବନବିଭାଗ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଉଥିବା ବେଳେ ଦୁର୍ଘଟଣା କାରଣକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।