ମାଲାମାଲ ହେଲେ ମୁକେଶ ଅମ୍ବାନୀ, ୧୦୦ ବିଲିୟନ ଡଲାର ପାର୍ କଲା ସମ୍ପତ୍ତି
ନୂଆଦିଲ୍ଲୀ,୧୧।୧: ଗୁରୁବାର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପାଇଁ ଏକ ଭଲ ଦିନ ବୋଲି ପ୍ରମାଣିତ ହୋଇଛ। ଗୋଟିଏ ପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଶେୟାର ବୃଦ୍ଧି ପରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ଅନ୍ୟ ପଟେ ଭାରତ ସମେତ ସମଗ୍ର ଏସିଆର ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ଲାଗିଛି। ଏହାକୁ ଆଧାର କରି ମୁକେଶ ଅମ୍ବାନୀଙ୍କ ଏଣ୍ଟ୍ରି ୧୦୦ ବିଲିୟନ ଡଲାର କ୍ଲବରେ ହୋଇଛି। ଫୋର୍ବସର ରିଅଲଟାଇମ ବିଲିୟନେୟାର ତାଲିକା ଅନୁଯାୟୀ ମୁକେଶ […] The post ମାଲାମାଲ ହେଲେ ମୁକେଶ ଅମ୍ବାନୀ, ୧୦୦ ବିଲିୟନ ଡଲାର ପାର୍ କଲା ସମ୍ପତ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧: ଗୁରୁବାର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପାଇଁ ଏକ ଭଲ ଦିନ ବୋଲି ପ୍ରମାଣିତ ହୋଇଛ। ଗୋଟିଏ ପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଶେୟାର ବୃଦ୍ଧି ପରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ଅନ୍ୟ ପଟେ ଭାରତ ସମେତ ସମଗ୍ର ଏସିଆର ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ଲାଗିଛି। ଏହାକୁ ଆଧାର କରି ମୁକେଶ ଅମ୍ବାନୀଙ୍କ ଏଣ୍ଟ୍ରି ୧୦୦ ବିଲିୟନ ଡଲାର କ୍ଲବରେ ହୋଇଛି।
ଫୋର୍ବସର ରିଅଲଟାଇମ ବିଲିୟନେୟାର ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବର୍ତ୍ତମାନ ୧୦୫.୨ ବିଲିୟନ ଡଲାରରେ ପହଞ୍ଚିଛି। ଆଜି ତାଙ୍କର ସମ୍ପତ୍ତି ୨.୭ ବିଲିୟନ ଡଲାର ଅର୍ଥାତ୍ ୨.୬୬ ପ୍ରତିଶତ ବୃଦ୍ଧି ପାଇଛି। ଏହିପରି ଭାବରେ ମୁକେଶ ଅମ୍ବାନୀ ପୁଣିଥରେ ଦୁନିଆର ମନୋନୀତ ଧନୀ ବ୍ୟକ୍ତିଙ୍କ ତାଲିକାରେ ଯୋଗ ଦେଇଛନ୍ତି ଯାହାର ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ଅଧିକ। ବର୍ତ୍ତମାନ ମୁକେଶ ଅମ୍ବାନୀ ଫୋର୍ବସ ତାଲିକାରେ ଏକାଦଶ ସ୍ଥାନରେ ପହଞ୍ଚିଛନ୍ତି।
The post ମାଲାମାଲ ହେଲେ ମୁକେଶ ଅମ୍ବାନୀ, ୧୦୦ ବିଲିୟନ ଡଲାର ପାର୍ କଲା ସମ୍ପତ୍ତି appeared first on Dharitri Odia News.