ମାଲିକ ଦେଉନାହାନ୍ତି ପାରିଶ୍ରମିକ, ଧାରଣାରେ ବସିଲେ ଯାତ୍ରା କଳାକାର ଏବଂ କର୍ମଚାରୀ

ଭଦ୍ରକ ୧୩।୦୪ :  ପାରିଶ୍ରମିକ ଦେଉନାହାନ୍ତି ମାଲିକ । ଯାତ୍ରା କ୍ୟାମ୍ପ ସମ୍ମୁଖରେ ଯାତ୍ରା କଳାକାର ଏବଂ କର୍ମଚାରୀଙ୍କ ଧାରଣା । ଏମିତି କି ଯାତ୍ରାରେ ବ୍ୟବହୃତ ସାମଗ୍ରୀକୁ ଅନ୍ୟ କ୍ୟାମ୍ପକୁ ଛାଡୁନାହାନ୍ତି । ଭଦ୍ରକ ଜିଲ୍ଲା ଗଣିଜାଙ୍ଗ ଠାରେ କ୍ୟାମ୍ପ ସାମ୍ନାରେ ଧାରଣା ଦେଇଛନ୍ତି କଳାକାର ଏବଂ କର୍ମଚାରୀ । ଖବର ଅନୁଯାୟୀ, ଧଉଳି ଗଣନାଟ୍ୟର କଳାକାର ଓ କର୍ମଚାରୀମାନେ ଧାରଣା ବସିଛନ୍ତି । ତେବେ ସେମାନଙ୍କୁ ଆଖାଡା ବେଳେ ଅଗ୍ରୀମ ଟଙ୍କା ମିଳିଥିଲା । କିନ୍ତୁ ପର ଠାରୁ ପ୍ରାୟ ୬ ରୁ ୭ସାତ ମାସ ହେବ ଦରମା ପାଇନଥିବା ଅଭିଯୋଗ କରିଛନ୍ତି । ତେବେ ମାଲିକଙ୍କୁ ଅବଗତ କରିବା ସତ୍ତ୍ୱେ ବି ପାରିଶ୍ରମିକ ମିଳୁନାହିଁ।  ତେଣୁ ଥାନାର ଦ୍ୱାରସ୍ଥ ହେବା ସହ କ୍ୟାମ୍ପ ସମୁଖରେ ଧାରଣାରେ ବସିବା ସହ ବକେୟା ବାବଦକୁ ପ୍ରାୟ 30 ଲକ୍ଷ ଟଙ୍କା ଦାବି କରିଛନ୍ତି । ପ୍ରାୟ ୬୦ ଜଣ କଳାକାର ଓ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି । ଯାତ୍ରା ମାଲିକ କିମ୍ବା ତାଙ୍କ ମ୍ୟାନେଜମେଣ୍ଟ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଓ ଧଉଳି ଯାତ୍ରା ପାର୍ଟିର ଆଗାମୀ କ୍ୟାମ୍ପ ଥିବା ଚାନ୍ଦବାଲିକୁ ଯାଇପାରୁନାହିଁ ।

ମାଲିକ ଦେଉନାହାନ୍ତି ପାରିଶ୍ରମିକ, ଧାରଣାରେ ବସିଲେ ଯାତ୍ରା କଳାକାର ଏବଂ କର୍ମଚାରୀ

ଭଦ୍ରକ ୧୩।୦୪ :  ପାରିଶ୍ରମିକ ଦେଉନାହାନ୍ତି ମାଲିକ । ଯାତ୍ରା କ୍ୟାମ୍ପ ସମ୍ମୁଖରେ ଯାତ୍ରା କଳାକାର ଏବଂ କର୍ମଚାରୀଙ୍କ ଧାରଣା । ଏମିତି କି ଯାତ୍ରାରେ ବ୍ୟବହୃତ ସାମଗ୍ରୀକୁ ଅନ୍ୟ କ୍ୟାମ୍ପକୁ ଛାଡୁନାହାନ୍ତି । ଭଦ୍ରକ ଜିଲ୍ଲା ଗଣିଜାଙ୍ଗ ଠାରେ କ୍ୟାମ୍ପ ସାମ୍ନାରେ ଧାରଣା ଦେଇଛନ୍ତି କଳାକାର ଏବଂ କର୍ମଚାରୀ । 

ଖବର ଅନୁଯାୟୀ, ଧଉଳି ଗଣନାଟ୍ୟର କଳାକାର ଓ କର୍ମଚାରୀମାନେ ଧାରଣା ବସିଛନ୍ତି । ତେବେ ସେମାନଙ୍କୁ ଆଖାଡା ବେଳେ ଅଗ୍ରୀମ ଟଙ୍କା ମିଳିଥିଲା । କିନ୍ତୁ ପର ଠାରୁ ପ୍ରାୟ ୬ ରୁ ୭ସାତ ମାସ ହେବ ଦରମା ପାଇନଥିବା ଅଭିଯୋଗ କରିଛନ୍ତି । ତେବେ ମାଲିକଙ୍କୁ ଅବଗତ କରିବା ସତ୍ତ୍ୱେ ବି ପାରିଶ୍ରମିକ ମିଳୁନାହିଁ।  ତେଣୁ ଥାନାର ଦ୍ୱାରସ୍ଥ ହେବା ସହ କ୍ୟାମ୍ପ ସମୁଖରେ ଧାରଣାରେ ବସିବା ସହ ବକେୟା ବାବଦକୁ ପ୍ରାୟ 30 ଲକ୍ଷ ଟଙ୍କା ଦାବି କରିଛନ୍ତି । ପ୍ରାୟ ୬୦ ଜଣ କଳାକାର ଓ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି । ଯାତ୍ରା ମାଲିକ କିମ୍ବା ତାଙ୍କ ମ୍ୟାନେଜମେଣ୍ଟ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଓ ଧଉଳି ଯାତ୍ରା ପାର୍ଟିର ଆଗାମୀ କ୍ୟାମ୍ପ ଥିବା ଚାନ୍ଦବାଲିକୁ ଯାଇପାରୁନାହିଁ ।