ମାଲିକ ବନିଲେ ଡ୍ରାଇଭର: ଥଣ୍ଡାଜ୍ୱର ନ ହେବା ପାଇଁ କର୍ମଚାରୀଙ୍କୁ ନେବାଆଣିବା କରୁଛନ୍ତି ବସ୍
ସାଲେମ,୧୯।୧: ଶୀତଋତୁ ସରିବାକୁ ଆସୁଥିଲେ ବି ଜାଡର ପଞ୍ଚା ଏବେ ବି ସାରା ବିଶ୍ୱକୁ ଜଡେଇ ଧରିଛି। ଏହାର ଅଧିକ ପ୍ରଭାବ ଯାତ୍ରୀ ଓ ଅଫିସ ଯିବାଆସିବା କରିବା ପାଇଁ ଟ୍ରାନ୍ସପୋର୍ଟର ସାହାଯ୍ୟ ନେଉଥିବା କର୍ମଚାରୀଙ୍କ ଉପରେ ପଡୁଛି। ଯାତାୟତ ପାଇଁ ସେମାନଙ୍କୁ କଷ୍ଟ କରିବାକୁ ପଡିବା ସହ ସେମାନେ ଥଣ୍ଡାଜ୍ୱରରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଏହାରି ଭିତରେ ୟୁନାଇଟେଡ ଷ୍ଟେଟର ପୋର୍ଟଲ୍ୟାଣ୍ଡ ଓ ଓରଗନର ଜଣେ ମାଲିକଙ୍କ ଅଜବ କାରନାମା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। […] The post ମାଲିକ ବନିଲେ ଡ୍ରାଇଭର: ଥଣ୍ଡାଜ୍ୱର ନ ହେବା ପାଇଁ କର୍ମଚାରୀଙ୍କୁ ନେବାଆଣିବା କରୁଛନ୍ତି ବସ୍ appeared first on Dharitri Odia News.
ସାଲେମ,୧୯।୧: ଶୀତଋତୁ ସରିବାକୁ ଆସୁଥିଲେ ବି ଜାଡର ପଞ୍ଚା ଏବେ ବି ସାରା ବିଶ୍ୱକୁ ଜଡେଇ ଧରିଛି। ଏହାର ଅଧିକ ପ୍ରଭାବ ଯାତ୍ରୀ ଓ ଅଫିସ ଯିବାଆସିବା କରିବା ପାଇଁ ଟ୍ରାନ୍ସପୋର୍ଟର ସାହାଯ୍ୟ ନେଉଥିବା କର୍ମଚାରୀଙ୍କ ଉପରେ ପଡୁଛି। ଯାତାୟତ ପାଇଁ ସେମାନଙ୍କୁ କଷ୍ଟ କରିବାକୁ ପଡିବା ସହ ସେମାନେ ଥଣ୍ଡାଜ୍ୱରରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଏହାରି ଭିତରେ ୟୁନାଇଟେଡ ଷ୍ଟେଟର ପୋର୍ଟଲ୍ୟାଣ୍ଡ ଓ ଓରଗନର ଜଣେ ମାଲିକଙ୍କ ଅଜବ କାରନାମା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବସ୍ ଜଣକୁ ନିଜ ଷ୍ଟୋରର କର୍ମଚାରୀଙ୍କୁ ଥଣ୍ଡାଜ୍ୱର ନ ହେବା ପାଇଁ ନିଜେ ଡ୍ରାଇଭର ସାଜି ଘରୁ ସେମାନଙ୍କୁ ପିକଅପ୍ କରିବା ସହ ଅଫିସରୁ ପୁଣି ଘରେ ନେଇ ଛାଡୁଛନ୍ତି।
ଓରଗନର ଗୋଟିଏ ଷ୍ଟୋରର କର୍ମଚାରୀ ଏନେଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ପ୍ରବଳ ଶୀତରେ କର୍ମଚାରୀ ଥଣ୍ଡାଜ୍ୱରରେ ପଡିଯିବାର ସମ୍ଭାବନା ରହିଛି କିମ୍ବା ବରଫ ଝଡରେ ରାସ୍ତାରେ ଫଶି ଯିବାର ସମ୍ଭାବନା ଥିବାରୁ ଆମ ବସ୍ କର୍ମଚାରୀଙ୍କ ଘର ଘର ବୁଲି ତାଙ୍କୁ ରିସିଭ କରିଥାନ୍ତି। ସେହିପରି କାମ ସରିବା ପରେ ବସ୍ ସବୁ କର୍ମଚାରୀଙ୍କୁ ଘରକୁ ମଧ୍ୟ ଛାଡିବାକୁ ଯାଇଥାନ୍ତି। ବସ୍ଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଙ୍କ ପାଇଁ ମୋର ସମ୍ମାନ ଆହୁରି ବଢିଯାଇଛି।
The post ମାଲିକ ବନିଲେ ଡ୍ରାଇଭର: ଥଣ୍ଡାଜ୍ୱର ନ ହେବା ପାଇଁ କର୍ମଚାରୀଙ୍କୁ ନେବାଆଣିବା କରୁଛନ୍ତି ବସ୍ appeared first on Dharitri Odia News.