ମାଳଦ୍ୱୀପ ସଂସଦରେ ଖଣ୍ଡଯୁଦ୍ଧ, ହାତାହାତି ହେଲେ ବିରୋଧୀ-ଶାସକ ସାଂସଦ

ନୂଆଦିଲ୍ଲୀ: ସଂସଦରେ ତର୍କ ବିତର୍କ ସାଧାରଣ କଥା। କିନ୍ତୁ ମାଳଦ୍ବୀପର ସଂସଦରେ ଏବେ ଯାହା ଘଟିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ।ଏଠାରେ ସଂସଦରେ ସାଂସଦମାନଙ୍କ ମଧ୍ୟରେ ଦେଖିବାକୁ ମଳିଛି, ବିଧା ଗୋଇଠା। ଏମିତିକି ସାଂସଦମାନେ ପରସ୍ପରକୁ ଉଠାଇ ତଳକୁ କଚାଡ଼ିବାର ମଧ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏସବୁ ମୁଇଜ୍ଜୁ ମନ୍ତ୍ରିମଣ୍ଡଳକୁ ନେଇ ହେବାକୁ ଥିବା ଭୋଟିଂ ପାଇଁ ହୋଇଛି । ପ୍ରକୃତରେ ଏଠାରେ ରବିବାର ମନ୍ତ୍ରିମଣ୍ଡଳ ପାଇଁ ଭୋଟିଂ ହେବାର ଥିଲା। କିନ୍ତୁ ବିରୋଧୀ ଦଳ ଶାସକ ମୁଇଜ୍ଜୁ ସରାକରାଙ୍କ ଚାରି ମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣି ସେମାନଙ୍କୁ ଭୋଟିଂ ପାଇଁ ଅନୁମତି ନଦେବାକୁ ଦାବି କରିଥିଲେ। ଯାହାକୁ ବିରୋଧ କରିଥିଲେ ସତ୍ତାଧାରୀ ଦଳ । ଆଉ ପରିସ୍ଥିତି ହାତାହାତି ଆଡ଼କୁ ଯାଇଥିଲା। ଆହୁରି ପଢ଼ନ୍ତୁ: ଇସ୍ରାଏଲର ଅଭିଯୋଗ ପରେ UNର ୧୨ କର୍ମଚାରୀ ବରଖାସ୍ତ, ଫଣ୍ଡିଂ ଉପରେ ରୋକ ଲଗାଇଲେ ଆମେରିକା ସମେତ ୯ ଦେଶ ଏମିତିକି ଏମାନେ ବାଚସ୍ପତିଙ୍କ କକ୍ଷକୁ ମଧ୍ୟ ଚାଲିଯାଇଥିଲେ।ଏହାକୁ ନେଇ ସରକାରଙ୍କ ସମର୍ଥକ ସଂସଦ ବାହାରେ ପ୍ରଦର୍ଶନ କରୁଛନ୍ତି। ଏମାନେ ଦାବି କରିଛନ୍ତି ଯେ, କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ମଞ୍ଜୁରୀ ଦିଆଯାଉ। ସେହିଭଳି ବିରୋଧୀ ଅଭିଯୋଗ ଆଣିଛନ୍ତି ସତ୍ତାରୂଢ଼ ଦଳ ତାଙ୍କୁ ଭୋଟିଂ କରିବାକୁ ଦେଉନାହାଁନ୍ତି। ପ୍ରକୃତରେ ମାଲଦୀପର ନୂଆ

ମାଳଦ୍ୱୀପ ସଂସଦରେ ଖଣ୍ଡଯୁଦ୍ଧ, ହାତାହାତି ହେଲେ ବିରୋଧୀ-ଶାସକ ସାଂସଦ

ନୂଆଦିଲ୍ଲୀ: ସଂସଦରେ ତର୍କ ବିତର୍କ ସାଧାରଣ କଥା। କିନ୍ତୁ ମାଳଦ୍ବୀପର ସଂସଦରେ ଏବେ ଯାହା ଘଟିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ।ଏଠାରେ ସଂସଦରେ ସାଂସଦମାନଙ୍କ ମଧ୍ୟରେ ଦେଖିବାକୁ ମଳିଛି, ବିଧା ଗୋଇଠା। ଏମିତିକି ସାଂସଦମାନେ ପରସ୍ପରକୁ ଉଠାଇ ତଳକୁ କଚାଡ଼ିବାର ମଧ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଏସବୁ ମୁଇଜ୍ଜୁ ମନ୍ତ୍ରିମଣ୍ଡଳକୁ ନେଇ ହେବାକୁ ଥିବା ଭୋଟିଂ ପାଇଁ ହୋଇଛି । ପ୍ରକୃତରେ ଏଠାରେ ରବିବାର ମନ୍ତ୍ରିମଣ୍ଡଳ ପାଇଁ ଭୋଟିଂ ହେବାର ଥିଲା। କିନ୍ତୁ ବିରୋଧୀ ଦଳ ଶାସକ ମୁଇଜ୍ଜୁ ସରାକରାଙ୍କ ଚାରି ମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣି ସେମାନଙ୍କୁ ଭୋଟିଂ ପାଇଁ ଅନୁମତି ନଦେବାକୁ ଦାବି କରିଥିଲେ। ଯାହାକୁ ବିରୋଧ କରିଥିଲେ ସତ୍ତାଧାରୀ ଦଳ । ଆଉ ପରିସ୍ଥିତି ହାତାହାତି ଆଡ଼କୁ ଯାଇଥିଲା।

ଆହୁରି ପଢ଼ନ୍ତୁ: ଇସ୍ରାଏଲର ଅଭିଯୋଗ ପରେ UNର ୧୨ କର୍ମଚାରୀ ବରଖାସ୍ତ, ଫଣ୍ଡିଂ ଉପରେ ରୋକ ଲଗାଇଲେ ଆମେରିକା ସମେତ ୯ ଦେଶ

ଏମିତିକି ଏମାନେ ବାଚସ୍ପତିଙ୍କ କକ୍ଷକୁ ମଧ୍ୟ ଚାଲିଯାଇଥିଲେ।ଏହାକୁ ନେଇ ସରକାରଙ୍କ ସମର୍ଥକ ସଂସଦ ବାହାରେ ପ୍ରଦର୍ଶନ କରୁଛନ୍ତି। ଏମାନେ ଦାବି କରିଛନ୍ତି ଯେ, କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ମଞ୍ଜୁରୀ ଦିଆଯାଉ। ସେହିଭଳି ବିରୋଧୀ ଅଭିଯୋଗ ଆଣିଛନ୍ତି ସତ୍ତାରୂଢ଼ ଦଳ ତାଙ୍କୁ ଭୋଟିଂ କରିବାକୁ ଦେଉନାହାଁନ୍ତି।

ପ୍ରକୃତରେ ମାଲଦୀପର ନୂଆ ରାଷ୍ଟ୍ରପତି ଗତ ବର୍ଷ ନିର୍ବାଚିତ ହୋଇଛନ୍ତି। ତାଙ୍କର କିଛି ମନ୍ତ୍ରୀଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ରହିଛି। ଏଥିପାଇଁ ବିରୋଧୀ ସେହି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ବିରୋଧ କରିଥିଲେ। ଯେଉଁ ମନ୍ତ୍ରୀଙ୍କ ବିରୋଧ କରାଯାଇଛି ସେମାନେ ହେଲେ ଆଟର୍ଣ୍ଣୀ ଜେନେରାଲ ଅହମଦ ଉଶମ, ନଗର ଉନ୍ନୟନ ମନ୍ତ୍ରୀ ଅଲୀ ହାଇଦର, ଡ. ମହମ୍ମଦ ଶହୀମ ଅଲୀ ସଈଦ ଏବଂ ମହମ୍ମଦ ସଈଦ।

The post ମାଳଦ୍ୱୀପ ସଂସଦରେ ଖଣ୍ଡଯୁଦ୍ଧ, ହାତାହାତି ହେଲେ ବିରୋଧୀ-ଶାସକ ସାଂସଦ appeared first on Prameya News7.