ମାଳଦ୍ୱୀପର ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ହେଲେ ମୋଦି, ମୁଇଜୁଙ୍କ ସହ ଫଟୋ ଦେଖି ଚାଇନାର…

ମାଲେ/ନୂଆଦିଲ୍ଲୀ,୨୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତ ଆଜି ଅର୍ଥାତ୍‌ ୨୬ ଜୁଲାଇରେ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ରାଜଧାନୀ ମାଲେରେ ମାଳଦ୍ୱୀପର ୬୦ତମ ସ୍ବାଧୀନତା ଦିବସରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଯାହା ଚୀନ ସମେତ ସମଗ୍ର ବିଶ୍ୱ ପାଇଁ ଏକ ଦୃଢ଼ ବାର୍ତ୍ତା ଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ମାଳଦ୍ୱୀପର ଅନେକ ଶୀର୍ଷ ନେତାଙ୍କୁ ଭେଟିଥିଲେ, ଯେଉଁଥିରେ ଉପରାଷ୍ଟ୍ରପତି ହୁସେନ ମହମ୍ମଦ ଲତିଫ, ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାଶିଦ ଏବଂ ପିପୁଲ୍ସ […] The post ମାଳଦ୍ୱୀପର ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ହେଲେ ମୋଦି, ମୁଇଜୁଙ୍କ ସହ ଫଟୋ ଦେଖି ଚାଇନାର… appeared first on Dharitri Odia News.

ମାଳଦ୍ୱୀପର ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ହେଲେ ମୋଦି, ମୁଇଜୁଙ୍କ ସହ ଫଟୋ ଦେଖି ଚାଇନାର…

ମାଲେ/ନୂଆଦିଲ୍ଲୀ,୨୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତ ଆଜି ଅର୍ଥାତ୍‌ ୨୬ ଜୁଲାଇରେ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ରାଜଧାନୀ ମାଲେରେ ମାଳଦ୍ୱୀପର ୬୦ତମ ସ୍ବାଧୀନତା ଦିବସରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଯାହା ଚୀନ ସମେତ ସମଗ୍ର ବିଶ୍ୱ ପାଇଁ ଏକ ଦୃଢ଼ ବାର୍ତ୍ତା ଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ମାଳଦ୍ୱୀପର ଅନେକ ଶୀର୍ଷ ନେତାଙ୍କୁ ଭେଟିଥିଲେ, ଯେଉଁଥିରେ ଉପରାଷ୍ଟ୍ରପତି ହୁସେନ ମହମ୍ମଦ ଲତିଫ, ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାଶିଦ ଏବଂ ପିପୁଲ୍ସ ମଜଲିସ (ସଂସଦ)ର ବାଚସ୍ପତି ଅବଦୁଲ୍ଲା ମଧ୍ୟ ସାମିଲ ଥିଲେ।

ମହମ୍ମଦ ମୁଇଜୁ ମାଳଦ୍ୱୀପର ବିକାଶରେ ଭାରତର ଭୂମିକା ଉଲ୍ଲେଖ କରିଥିଲେ। ସେ କହିଛନ୍ତି, ଆମେ ସମସ୍ତେ ଦେଖିଛୁ ଯେ, ଭାରତ ଅତୀତରେ ମାଳଦ୍ୱୀପକୁ କିପରି ସାହାଯ୍ୟ କରିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତ ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହେବ।

ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କହିଛନ୍ତି, ଭାରତ ହେଉଛି ପ୍ରମୁଖ ପର୍ଯ୍ୟଟନ ଦେଶ ମଧ୍ୟରୁ ଗୋଟିଏ ଯାହା ପର୍ଯ୍ୟଟନ କ୍ଷେତ୍ରରେ ମାଳଦ୍ୱୀପକୁ ସାହାଯ୍ୟ କରେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏହାକୁ ଯଥେଷ୍ଟ ବୃଦ୍ଧି କରିବ। ମୁଁ ବିଶ୍ୱାସ କରେ ଯେ, ଏହି ଗସ୍ତ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ଆଦାନପ୍ରଦାନକୁ ମଧ୍ୟ ବୃଦ୍ଧି କରିବ।

ମାଳଦ୍ୱୀପ ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରୀ ଥୋରିକ ଇବ୍ରାହିମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଳଦ୍ୱୀପ ଗସ୍ତ ଠିକ୍‌ ସମୟରେ ଆସିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବରେ ଆସିଛନ୍ତି। ଏହା ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଗଭୀର ସହଭାଗୀତାର ପ୍ରତୀକ।

ମହମ୍ମଦ ମୁଇଜୁ ତାଙ୍କ ନିର୍ବାଚନ ପ୍ରଚାରରେ ଇଣ୍ଡିଆ ଆଉଟ ସ୍ଲୋଗାନ ଦେଇଥିଲେ ଏବଂ ଦାୟିତ୍ୱ ଗ୍ରହଣ କରିବା ପରେ, ସେ ଏହି ଦିଗରେ ମଧ୍ୟ କାମ କରିଥିଲେ। ମାଳଦ୍ୱୀପ ବେଜିଂ ବେଲ୍ଟ ଆଣ୍ଡ ରୋଡ୍‌ ଭିତ୍ତିଭୂମି ପାଣ୍ଠି ପାଇଥିଲା ଏବଂ ଜାନୁଆରୀ ୨୦୨୫ରେ ଚୀନ-ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏପରି ପରିସ୍ଥିତିରେ ମାଳଦ୍ୱୀପର ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଅତିଥି ଭାବରେ ଅଂଶଗ୍ରହଣ ଏକ ନୂତନ କୂଟନୈତିକ ସମ୍ପର୍କ ସ୍ଥାପନ କରିବାର ପ୍ରୟାସକୁ ସୂଚିତ କରୁଛି।

The post ମାଳଦ୍ୱୀପର ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ହେଲେ ମୋଦି, ମୁଇଜୁଙ୍କ ସହ ଫଟୋ ଦେଖି ଚାଇନାର… appeared first on Dharitri Odia News.