ମାଷ୍ଟର ବ୍ଲାଷ୍ଟରଙ୍କ ବନ୍ଧୁ ତଥା ୫୨ ବର୍ଷୀୟ ଲିଜେଣ୍ଡ କ୍ରିକେଟର ଏବେ ଚାଲିବାକୁ ଅସମର୍ଥ, ଭିଡିଓ ଭାଇରାଲ୍...

ନୂଆଦିଲ୍ଲୀ ୦୬/୦୮: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲି । ପରିଚୟ ଆବଶ୍ୟକ ପଡେନି । କେବଳ ନାମ ହିଁ ଯଥେଷ୍ଟ । ତାଙ୍କ ସମୟରରେ କାମ୍ୱଲି ଥିଲେ ଜଣେ ମହାନ ବ୍ୟାଟ୍ସମ୍ୟାନ୍ । ଏହା ବ୍ୟତୀତ ସେ ଥିଲେ ମାଷ୍ଟର ବ୍ଲାଷ୍ଟର ତଥା ସଚିନ ତେନ୍ଦୁଲକରଙ୍କ ପିଲାଦିନର ବନ୍ଧୁ । ବିନୋଦ କାମ୍ବଲି ୧୭ଟି ଟେଷ୍ଟ ମ୍ୟାଚ ବ୍ୟତୀତ ୧୦୪ଟି ODI ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ୧୯୯୩ ରୁ ୨୦୦୦ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିଥିଲେ । ୨୦୦୪ ମସିହାରେ ଘରୋଇ କ୍ରିକେଟ୍‌ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ବିନୋଦ କାମ୍ବଲିଙ୍କ ଗୋଟିଏ ଭିଡିଓ । ଏହି ଭିଡିଓ ଦେଖିବା ପରେ ଲୋକେ ବି ତାଜୁବ ହେଉଛନ୍ତି । ଅନେକ ଏହି ଭିଡିଓ ଦେଖିବା ପରେ ବିଶ୍ୱାସ ବି କରିପାରୁନାହାଁନ୍ତି ସେ କାମ୍ୱଲି ନା ନାହିଁ । Sad look at Vinod Kambli’s condition.look what Alcohol & high ego can do???????????????? .But I expected @sachin_rt would come for his rescue and try to rehabilitate Vinod Kambli .@imVkohli @RaviShastriOfc @RahulDravidFC #VinodKambli @BCCI @JayShah @SGanguly99 pic.twitter.com/mqlidlKg4I— #BC???????? (@binugazi) August 6, 2024ସୂଚନା ଥାଉକି, ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଦ

ମାଷ୍ଟର ବ୍ଲାଷ୍ଟରଙ୍କ ବନ୍ଧୁ ତଥା ୫୨ ବର୍ଷୀୟ ଲିଜେଣ୍ଡ କ୍ରିକେଟର ଏବେ ଚାଲିବାକୁ ଅସମର୍ଥ, ଭିଡିଓ ଭାଇରାଲ୍...

ନୂଆଦିଲ୍ଲୀ ୦୬/୦୮: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲି । ପରିଚୟ ଆବଶ୍ୟକ ପଡେନି । କେବଳ ନାମ ହିଁ ଯଥେଷ୍ଟ । ତାଙ୍କ ସମୟରରେ କାମ୍ୱଲି ଥିଲେ ଜଣେ ମହାନ ବ୍ୟାଟ୍ସମ୍ୟାନ୍ । ଏହା ବ୍ୟତୀତ ସେ ଥିଲେ ମାଷ୍ଟର ବ୍ଲାଷ୍ଟର ତଥା ସଚିନ ତେନ୍ଦୁଲକରଙ୍କ ପିଲାଦିନର ବନ୍ଧୁ । ବିନୋଦ କାମ୍ବଲି ୧୭ଟି ଟେଷ୍ଟ ମ୍ୟାଚ ବ୍ୟତୀତ ୧୦୪ଟି ODI ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ୧୯୯୩ ରୁ ୨୦୦୦ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିଥିଲେ । 

୨୦୦୪ ମସିହାରେ ଘରୋଇ କ୍ରିକେଟ୍‌ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ବିନୋଦ କାମ୍ବଲିଙ୍କ ଗୋଟିଏ ଭିଡିଓ । ଏହି ଭିଡିଓ ଦେଖିବା ପରେ ଲୋକେ ବି ତାଜୁବ ହେଉଛନ୍ତି । ଅନେକ ଏହି ଭିଡିଓ ଦେଖିବା ପରେ ବିଶ୍ୱାସ ବି କରିପାରୁନାହାଁନ୍ତି ସେ କାମ୍ୱଲି ନା ନାହିଁ । 


ସୂଚନା ଥାଉକି, ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ ବିନୋଦ କାମ୍ବଲି ତାଙ୍କ ପାଦରେ ଚାଲିବାକୁ ଅସମର୍ଥ । ମାତ୍ର ୫୨ ବର୍ଷ ବୟସରେ ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟ ବହୁତ କରାପ ହୋଇଯାଇଛି । ଯେଉଁଥିପାଇଁ ସେ ଚାଲିଯିବାକୁ ଅସମର୍ଥ । ଏହି ବ୍ୟାଟ୍ସମ୍ୟାନ୍ ଅସୁସ୍ଥତା ଭୋଗୁଛନ୍ତି ଏବଂ ଚାଲିବା ପାଇଁ ସମର୍ଥନ ଆବଶ୍ୟକ କରୁଛନ୍ତି । ଫଳରେ କାମ୍ବଲିଙ୍କ ଏପରି ଅସହାୟ ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । 

କହିବାକୁ ଗଲେ କାମ୍ବଲିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କିଛି ନୂଆ କଥା ନୁହେଁ । ନିକଟରେ ସେ କହିଥିଲେ ଯେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ବ୍ୟତୀତ ସେ ଡିପ୍ରେସନର ଶିକାର ହେଉଛନ୍ତି । ଏହି ସମୟ ମଧ୍ୟରେ ସେ ଔଷଧ ଖାଉଛନ୍ତି, କିନ୍ତୁ ଡାକ୍ତରଖାନା ଯିବାକୁ ପଡିବ । ଗତ ୨୦୧୦ ପୂର୍ବରୁ ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟ ଯଥେଷ୍ଟ ଖରାପ ହୋଇଯାଇଥିଲା । କିନ୍ତୁ ଏହା ପରେ ଧୀରେ ଧୀରେ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିଲା । ତେବେ ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଦୁଃଖଦାୟକ ନିଶ୍ଚୟ ।