ମାସକରେ ୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟ ବନ୍ଦ କଲା ଏକ୍ସ
ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ତାର ମାସିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଜାରି କରିଛି। କମ୍ପାନୀ ଭାରତରେ ୨୧୩୦୦୦ରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଦେଇଛି ବୋଲି ସୂଚନା ଦେଇଛି। ଫେବ୍ରୁଆରୀ ୨୬ରୁ ମାର୍ଚ୍ଚ ୨୫ ତାରିଖ ମଧ୍ୟରେ ଏତେ ସଂଖ୍ୟକ ଆକାଉଣ୍ଟ ବ୍ୟାନ୍ କରାଯାଇଛି। ଏହି ଆକାଉଣ୍ଟଗୁଡ଼ିକ ଏକ୍ସର ନିୟମ ଉଲ୍ଲଂଘନ କରିଥିଲେ ଏଗୁଡ଼ିକୁ ବ୍ୟାନ୍ କରାଗଲା ବୋଲି କମ୍ପାନୀ କହିଛି। ବ୍ୟାନ୍ ହୋଇଥିବା ଏକ୍ସ ଆକାଉଣ୍ଟରେ ଶିଶୁ ଯୌନ ଶୋଷଣ ଏବଂ ଅସହମତିନଗ୍ନତା ଯୋଗୁ ବ୍ୟାନ୍ କରାଯାଇଛି। ସେହିପରି ଆଉ କିଛି ଆକାଉଣ୍ଟକୁ ଆତଙ୍କବାଦୀକୁ ପ୍ରୋତ୍ସାହନ କରୁଥିବାରୁ ଏଗୁଡ଼ିକୁ ବ୍ୟାନ୍ କରାଯାଇଛି।ରିପୋର୍ଟ ଅନୁସାରେ, ୨୧୨,୬୨୭ ଆକାଉଣ୍ଟ ବେଆଇନ କ୍ଷତିକାର କଣ୍ଟେଣ୍ଟ ପାଇଁ ବ୍ୟାନ୍ କରାଯାଇଥିବା ବେଳେ ୧୨୩୫ ଆକାଉଣ୍ଟ ଆତଙ୍କବାଦୀକୁ ପ୍ରୋତ୍ସାହିତ କରୁଥିବାରୁ ବ୍ୟାନ୍ କରାଯାଇଛି।ରିପୋର୍ଟରେ କୁହାଯାଇଛି ଯେ ଏକାଧିକ ଆକାଉଣ୍ଟ ଶିଶୁ ଯୌନ ଶୋଷଣ ସମ୍ପର୍କିତ ପୋଷ୍ଟ ଯଥା ଅଶ୍ଲୀଳ ଫଟୋ, ମିଡିଆ, ଟେକ୍ସ ଆଦି କରୁଥିଲେ। କମ୍ପାନୀ କୌଣସି ସ୍ଥିତିରେ ବି ଯୌନ ଶୋଷଣକୁ ବରଦାସ୍ତ କରିବ ନାହିଁ ବୋଲି ଏକ୍ସ କହିଛି। ବ୍ୟାନ୍ ହୋଇଥିବା ଅବଧି ମଧ୍ୟରେ ଭାରତର ୫,୧୫୮ ୟୁଜରଙ୍କ ଠାରୁ ଅଭିଯୋଗ ମିଳିଥିଲା। ତେଣୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ତାର ମାସିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଜାରି କରିଛି। କମ୍ପାନୀ ଭାରତରେ ୨୧୩୦୦୦ରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଦେଇଛି ବୋଲି ସୂଚନା ଦେଇଛି। ଫେବ୍ରୁଆରୀ ୨୬ରୁ ମାର୍ଚ୍ଚ ୨୫ ତାରିଖ ମଧ୍ୟରେ ଏତେ ସଂଖ୍ୟକ ଆକାଉଣ୍ଟ ବ୍ୟାନ୍ କରାଯାଇଛି। ଏହି ଆକାଉଣ୍ଟଗୁଡ଼ିକ ଏକ୍ସର ନିୟମ ଉଲ୍ଲଂଘନ କରିଥିଲେ ଏଗୁଡ଼ିକୁ ବ୍ୟାନ୍ କରାଗଲା ବୋଲି କମ୍ପାନୀ କହିଛି।
ବ୍ୟାନ୍ ହୋଇଥିବା ଏକ୍ସ ଆକାଉଣ୍ଟରେ ଶିଶୁ ଯୌନ ଶୋଷଣ ଏବଂ ଅସହମତିନଗ୍ନତା ଯୋଗୁ ବ୍ୟାନ୍ କରାଯାଇଛି। ସେହିପରି ଆଉ କିଛି ଆକାଉଣ୍ଟକୁ ଆତଙ୍କବାଦୀକୁ ପ୍ରୋତ୍ସାହନ କରୁଥିବାରୁ ଏଗୁଡ଼ିକୁ ବ୍ୟାନ୍ କରାଯାଇଛି।
ରିପୋର୍ଟ ଅନୁସାରେ, ୨୧୨,୬୨୭ ଆକାଉଣ୍ଟ ବେଆଇନ କ୍ଷତିକାର କଣ୍ଟେଣ୍ଟ ପାଇଁ ବ୍ୟାନ୍ କରାଯାଇଥିବା ବେଳେ ୧୨୩୫ ଆକାଉଣ୍ଟ ଆତଙ୍କବାଦୀକୁ ପ୍ରୋତ୍ସାହିତ କରୁଥିବାରୁ ବ୍ୟାନ୍ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ ଏକାଧିକ ଆକାଉଣ୍ଟ ଶିଶୁ ଯୌନ ଶୋଷଣ ସମ୍ପର୍କିତ ପୋଷ୍ଟ ଯଥା ଅଶ୍ଲୀଳ ଫଟୋ, ମିଡିଆ, ଟେକ୍ସ ଆଦି କରୁଥିଲେ। କମ୍ପାନୀ କୌଣସି ସ୍ଥିତିରେ ବି ଯୌନ ଶୋଷଣକୁ ବରଦାସ୍ତ କରିବ ନାହିଁ ବୋଲି ଏକ୍ସ କହିଛି। ବ୍ୟାନ୍ ହୋଇଥିବା ଅବଧି ମଧ୍ୟରେ ଭାରତର ୫,୧୫୮ ୟୁଜରଙ୍କ ଠାରୁ ଅଭିଯୋଗ ମିଳିଥିଲା। ତେଣୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।