ମାସିକିଆ ବଟି ଦେଉଛୁ, ପଥର କାଟିବୁ
ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳରୁ ବେଆଇନଭାବେ ମାଙ୍କଡ଼ା ପଥର, ମୋରମ ଖନନ ସହ ଚାଲାଣ ହେଉଛି। ପ୍ରତିବାଦ କଲେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ ଦେଉଛନ୍ତି ମାଫିଆ। ପୋଲିସକୁ ମାସିକିଆ ବଟି ଦେଉଛୁ, ଦିବାରାତ୍ର ପଥର କାଟିବୁ। ଥାନାରେ ଅଭିଯୋଗ କଲେ କେହି କିଛି କରିପାରିବେ ନାହିଁ ବୋଲି କହୁଛନ୍ତି ମାଫିଆ। ଲେଣ୍ଡୋ ଗ୍ରାମର ଧ୍ରୁବ ଜେନା ଥାନାରେ ଏଭଳି ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ପ୍ରାୟ ୫ ବର୍ଷ ତଳେ ଦେଉଳିପାଟଣା […] The post ମାସିକିଆ ବଟି ଦେଉଛୁ, ପଥର କାଟିବୁ appeared first on Dharitri Odia News.
ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳରୁ ବେଆଇନଭାବେ ମାଙ୍କଡ଼ା ପଥର, ମୋରମ ଖନନ ସହ ଚାଲାଣ ହେଉଛି। ପ୍ରତିବାଦ କଲେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ ଦେଉଛନ୍ତି ମାଫିଆ। ପୋଲିସକୁ ମାସିକିଆ ବଟି ଦେଉଛୁ, ଦିବାରାତ୍ର ପଥର କାଟିବୁ। ଥାନାରେ ଅଭିଯୋଗ କଲେ କେହି କିଛି କରିପାରିବେ ନାହିଁ ବୋଲି କହୁଛନ୍ତି ମାଫିଆ। ଲେଣ୍ଡୋ ଗ୍ରାମର ଧ୍ରୁବ ଜେନା ଥାନାରେ ଏଭଳି ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ପ୍ରାୟ ୫ ବର୍ଷ ତଳେ ଦେଉଳିପାଟଣା ଗ୍ରାମର କାଶୀନାଥ ନାୟକଙ୍କଠାରୁ ମା’ ବଘେଇ ମନ୍ଦିର ନିକଟରେ ଦୁଇଏକର କାଜୁବଗିଚା ଲିଜ୍ ନେଇଥିଲେ। ତେବେ ଗତ କିଛିଦିନ ହେବ କାଜୁ ବଗିଚାରୁ ମାଙ୍କଡ଼ା ପଥର ଚୋରାଚାଲାଣ ହେଉଥିବା ଜାଣିବାକୁ ପାଇଥିଲି। ବଗିଚାରେ ମାଙ୍କଡ଼ା ପଥର କଟାଚାଲିଥିବା ବେଳେ ଧ୍ରୁବ ଏହାର ବିରୋଧ କରିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ବାଇକ୍ ଡିକିରୁ ବନ୍ଧୁକ ବାହାର କରି ତାଙ୍କ ମୁ୍ଣ୍ଡରେ ଲଗାଇଥିଲେ। ଅନ୍ୟ ଜଣେ ପଛପଟୁ ତାଙ୍କ ଅଣ୍ଟାକୁ ଗୋଇଠା ମାରିଥିଲେ। ଫଳରେ ସେ କଚାଡ଼ି ହୋଇ ପଡ଼ିଥିଲେ। ପ୍ରାଣ ବିକଳରେ କୌଣସି ପ୍ରକାରେ ସେଠାରୁ ସେ ଖସିଆସିଥିଲେ। ଆଉ ପ୍ରତିବାଦ କଲେ ଏଠାରେ ମାରି ଗାତଖୋଳି ପୋତିଦେବୁ ବୋଲି ମାଫିଆମାନେ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏଠାରେ ପଥର କାଟିବା ପାଇଁ ମାସିକିଆ ବଟି ପୋଲିସକୁ ଦିଆଯାଉଛି। କେହି କିଛି କରିପାରିବେ ନାହିଁ ବୋଲି ମାଫିଆମାନେ କହିଛନ୍ତି। ଖଣିରେ ପୋଲିସର ଚଢ଼ାଉ ପୂର୍ବରୁ ଫୋନ୍ ଆସିବ। ଏହାପରେ ସମସ୍ତ ଯନ୍ତ୍ରପାତି, କଟାଳି କେହି ନ ଥିବେ। ତେବେ ଏଭଳି ବେଆଇନ ମାଙ୍କଡ଼ା ପଥର ଚୋରାଚାଲାଣକୁ କିଏ ପ୍ରଶ୍ରୟ ଦେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମାଫିଆଙ୍କ କବଳରୁ କାଜୁ ବଗିଚା ମୁକ୍ତ, ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଧ୍ରୁବ ଦାବି କରିଛନ୍ତି। ଏନେଇ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
The post ମାସିକିଆ ବଟି ଦେଉଛୁ, ପଥର କାଟିବୁ appeared first on Dharitri Odia News.