ମାସେ ପରେ ଅପହୃତ ଉଦ୍ଧାର, ୪ ଗିରଫ

ପାରଳାଖେମୁଣ୍ଡି: ଟଙ୍କା ଛପା ମେସିନ କହି ଠକେଇରୁ ଅପହରଣ କରାଯାଇଥିଲା। ଟଙ୍କା ଛପା ମେସିନ ନାଁରେ ୧୬ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏହି ଗ୍ୟାଙ୍ଗର ଜଣଙ୍କୁ ଅପହରଣ କରି ନେଇଥିଲେ ଠକାମୀର ବ୍ୟକ୍ତି। ଅପହରଣ ପରେ ୩୦ଲକ୍ଷ ମାଗିଥିଲେ। ଅପହୃତଙ୍କ ଜୀବନ ବଞ୍ଚାଇବା ପାଇଁ ପରିବାର ଲୋକେ ୬ ଲକ୍ଷ ଟଙ୍କା ଦେଇଥିଲେ । ଅପହରଣର ମାସେ ପରେ ଚିଲିକା ବଡ଼କୂଳ ନିକଟ ଏକ ଲଜରୁ ଅପହୃତକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ସହ […]

ମାସେ ପରେ ଅପହୃତ ଉଦ୍ଧାର, ୪ ଗିରଫ

ପାରଳାଖେମୁଣ୍ଡି: ଟଙ୍କା ଛପା ମେସିନ କହି ଠକେଇରୁ ଅପହରଣ କରାଯାଇଥିଲା। ଟଙ୍କା ଛପା ମେସିନ ନାଁରେ ୧୬ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏହି ଗ୍ୟାଙ୍ଗର ଜଣଙ୍କୁ ଅପହରଣ କରି ନେଇଥିଲେ ଠକାମୀର ବ୍ୟକ୍ତି। ଅପହରଣ ପରେ ୩୦ଲକ୍ଷ ମାଗିଥିଲେ। ଅପହୃତଙ୍କ ଜୀବନ ବଞ୍ଚାଇବା ପାଇଁ ପରିବାର ଲୋକେ ୬ ଲକ୍ଷ ଟଙ୍କା ଦେଇଥିଲେ । ଅପହରଣର ମାସେ ପରେ ଚିଲିକା ବଡ଼କୂଳ ନିକଟ ଏକ ଲଜରୁ ଅପହୃତକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ସହ ୪ଜଣଙ୍କୁ ଗିରଫ କରାଯାଇଛି ଏବଂ ଟଙ୍କା ଛପା ମେସିନ ଓ ୫ ମୋବାଇଲ ଜବତ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ  ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛନ୍ତି।