ମାହାଙ୍ଗା ବିଜେପିର ବିଶାଳ ରୋଡ୍ ଶୋ’, ଶକ୍ତି ପ୍ରଦର୍ଶନ କଲେ ପ୍ରାର୍ଥୀ

ମାହାଙ୍ଗା ୧୪।୫: ମାହାଙ୍ଗା ବିଜେପିର ବିଶାଳ ରୋଡ୍ ଶୋ’ ସହ ଶକ୍ତି ପ୍ରଦର୍ଶନ । ବିଜେପି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ କୋଳିଅଠା ମନ୍ଦିର ଠାରୁ ହଜାର ହଜାର ସମର୍ଥକଙ୍କ ସହ ପ୍ରାୟ ୧୦ଟି ପଞ୍ଚାୟତରେ ବାଇକ୍ ଯୋଗେ ଏକ ବିଶାଳ ରୋଡ୍ ଶୋ’ କରି ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । କୁଆଁପାଳ ବଜାର ଠାରେ ବିଜେପିର ଏକ ଅସ୍ଥାୟୀ ପାର୍ଟି ଅଫିସକୁ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଉଦଘାଟନ କରିଥିଲେ । ଏହି ରୋଡ୍ ଶୋ’ରେ ହଜାର ହଜାର ସମର୍ଥକ ଯୋଗ ଦେଇଥିବାରୁ  ବିଜେପି ଦଳକୁ ମାହାଙ୍ଗାବାସୀ ଆଗାମୀ ଦିନରେ ବିପୁଳ ମାତ୍ରାରେ ଭୋଟ୍ ଦେଇ ବିଜୟୀ କରିବେ ବୋଲି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ କହିଥିଲେ ।You Can Read :ଧର୍ମଶାଳା ବିଜେପି ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ନାମାଙ୍କନ

ମାହାଙ୍ଗା ବିଜେପିର ବିଶାଳ ରୋଡ୍ ଶୋ’, ଶକ୍ତି ପ୍ରଦର୍ଶନ କଲେ ପ୍ରାର୍ଥୀ

ମାହାଙ୍ଗା ୧୪।୫: ମାହାଙ୍ଗା ବିଜେପିର ବିଶାଳ ରୋଡ୍ ଶୋ’ ସହ ଶକ୍ତି ପ୍ରଦର୍ଶନ । ବିଜେପି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ କୋଳିଅଠା ମନ୍ଦିର ଠାରୁ ହଜାର ହଜାର ସମର୍ଥକଙ୍କ ସହ ପ୍ରାୟ ୧୦ଟି ପଞ୍ଚାୟତରେ ବାଇକ୍ ଯୋଗେ ଏକ ବିଶାଳ ରୋଡ୍ ଶୋ’ କରି ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । କୁଆଁପାଳ ବଜାର ଠାରେ ବିଜେପିର ଏକ ଅସ୍ଥାୟୀ ପାର୍ଟି ଅଫିସକୁ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଉଦଘାଟନ କରିଥିଲେ । ଏହି ରୋଡ୍ ଶୋ’ରେ ହଜାର ହଜାର ସମର୍ଥକ ଯୋଗ ଦେଇଥିବାରୁ  ବିଜେପି ଦଳକୁ ମାହାଙ୍ଗାବାସୀ ଆଗାମୀ ଦିନରେ ବିପୁଳ ମାତ୍ରାରେ ଭୋଟ୍ ଦେଇ ବିଜୟୀ କରିବେ ବୋଲି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ କହିଥିଲେ ।

You Can Read :

ଧର୍ମଶାଳା ବିଜେପି ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ନାମାଙ୍କନ