ମାଡ଼ ମାରିବାରୁ ଥାନାକୁ ଗଲେ ସ୍ତ୍ରୀ; ଭୟରେ ବିଷ ପିଇଦେଲେ ସ୍ୱାମୀ!

ଥାନାରୁ ସୁଷମା ଫେରିବା ପରେ ଦେଖିଥିଲେ ଘରେ ପଡ଼ିଛନ୍ତି ଟୁନା। ହେଲେ ତାଙ୍କ ଦେହରେ ଜୀବନ ନାହିଁ। ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ମଦୁଆ ପଛେ ହୁଅନ୍ତୁ ନାକାହିଁକି ଆଖି ଆଗରେ ସ୍ୱାମୀଙ୍କ ମୃତଦେହ ଦେଖି ତାଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା।

ମାଡ଼ ମାରିବାରୁ ଥାନାକୁ ଗଲେ ସ୍ତ୍ରୀ; ଭୟରେ ବିଷ ପିଇଦେଲେ ସ୍ୱାମୀ!

ମଦ ଉଜାଡ଼ି ଦେଲା ପରିବାର। ମୁରବୀ ବିହୀନ କରିଦେଲା ଗୋଟିଏ ପରିବାର। ଘରର ମୁଖିଆଙ୍କୁ ମାରିଦେଲା ଚଲାପାଣି ନିଶା। ମଦ ନିଶାରେ ମାଡ଼ ମାରିବାରୁ ସ୍ତ୍ରୀ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ଥାନାରୁ ଫେରିଲା ବେଳକୁ ବିଷ ପିଇଦେଇଥିଲେ ସ୍ୱାମୀ! ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

ମଙ୍ଗଳବାର ରାତିରେ ଦିଗପହଣ୍ଡି ଥାନା ଫାଶୀଗୁଡା ଗାଁର ଟୁନା ବିଷୋୟୀ ମଦ ପିଇ ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ସୁଷମାଙ୍କୁ ମାଡ଼ ମାରିଥିଲେ। ସ୍ୱାମୀଙ୍କ ମାଡ଼ରେ ଅତିଷ୍ଠ ହୋଇ ସୁଷମା ସେହି ରାତିରେ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ। ଏ ସମ୍ପର୍କରେ ଟୁନା ଜାଣିପାରି ବ୍ୟତିବ୍ରସ୍ତ ହୋଇପଡ଼ିଥିଲେ। ଏକା ଥରକେ ତାଙ୍କ ନିଶା ଉତୁରି ଯାଇଥିଲା। ଥାନାରେ ଅଭିଯୋଗ କରିବା ପାଇଁ ପତ୍ନୀ ଗଲା ପରେ ଟୁନା ଘରେ ଥିବା ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି।

ଥାନାରୁ ସୁଷମା ଫେରିବା ପରେ ଦେଖିଥିଲେ ଘରେ ପଡ଼ିଛନ୍ତି ଟୁନା। ହେଲେ ତାଙ୍କ ଦେହରେ ଜୀବନ ନାହିଁ। ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ମଦୁଆ ପଛେ ହୁଅନ୍ତୁ ନାକାହିଁକି ଆଖି ଆଗରେ ସ୍ୱାମୀଙ୍କ ମୃତଦେହ ଦେଖି ତାଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ସାହି ପଡ଼ିଶା ଓ ଥାନାକୁ ଖବର ଦେଇଥିଲେ। ଆଜି ସକାଳେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ରିପୋର୍ଟ-ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ