ମାୟାବତୀ-ଆକାଶ ଆନନ୍ଦଙ୍କୁ ଚ୍ୟାଲେଞ୍ଜ ଦେଲେ ଚନ୍ଦ୍ରଶେଖର, କହିଲେ ସେମାନେ ନୂଆ ନୂଆ…

ଲକ୍ଷ୍ନୌ,୫ା୭: ଉତ୍ତରପ୍ରଦେଶର ନାଗିନା ଲୋକ ସଭା ନିର୍ବାଚନମଣ୍ଡଳୀରୁ ଜିତିଥିବା ଏମ୍‌ପି ଚନ୍ଦ୍ରଶେଖର ଆଜାଦ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏବଂ ଦଳର ସଂଯୋଜକ ଆକାଶ ଆନନ୍ଦଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ବିଏସ୍‌ପି ଦୁର୍ବଳ ହେବାର କାରଣ ମଧ୍ୟ କହିଛନ୍ତି। ଏକ ସାକ୍ଷାତକାରରେ ଆଜାଦ ସମାଜ ପାର୍ଟି (କାନ୍‌ସି ରାମ) ନେତା ଆଜାଦ କହିଛନ୍ତି, ମୋତେ ଦୁର୍ବ୍ୟବହାର କରିବା ସହଜ କିନ୍ତୁ ମୋ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ। ମୋତେ ଛୋଟ ଲୋକ ବୋଲି କହିବା ସହଜ […] The post ମାୟାବତୀ-ଆକାଶ ଆନନ୍ଦଙ୍କୁ ଚ୍ୟାଲେଞ୍ଜ ଦେଲେ ଚନ୍ଦ୍ରଶେଖର, କହିଲେ ସେମାନେ ନୂଆ ନୂଆ… appeared first on Dharitri Odia News.

ମାୟାବତୀ-ଆକାଶ ଆନନ୍ଦଙ୍କୁ ଚ୍ୟାଲେଞ୍ଜ ଦେଲେ ଚନ୍ଦ୍ରଶେଖର, କହିଲେ ସେମାନେ ନୂଆ ନୂଆ…

ଲକ୍ଷ୍ନୌ,୫ା୭: ଉତ୍ତରପ୍ରଦେଶର ନାଗିନା ଲୋକ ସଭା ନିର୍ବାଚନମଣ୍ଡଳୀରୁ ଜିତିଥିବା ଏମ୍‌ପି ଚନ୍ଦ୍ରଶେଖର ଆଜାଦ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏବଂ ଦଳର ସଂଯୋଜକ ଆକାଶ ଆନନ୍ଦଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ବିଏସ୍‌ପି ଦୁର୍ବଳ ହେବାର କାରଣ ମଧ୍ୟ କହିଛନ୍ତି।

ଏକ ସାକ୍ଷାତକାରରେ ଆଜାଦ ସମାଜ ପାର୍ଟି (କାନ୍‌ସି ରାମ) ନେତା ଆଜାଦ କହିଛନ୍ତି, ମୋତେ ଦୁର୍ବ୍ୟବହାର କରିବା ସହଜ କିନ୍ତୁ ମୋ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ। ମୋତେ ଛୋଟ ଲୋକ ବୋଲି କହିବା ସହଜ କିନ୍ତୁ ମୋ ଜୀବନ ଏତେ କଷ୍ଟକର। ମୁଁ ନିଜେ ସମସ୍ତ ଗରିବ ଲୋକଙ୍କ ସମସ୍ୟା ଶୁଣେ। ମୁଁ ଆଜି ଭାରତୀୟ ରାଜନୀତିରେ ଏକମାତ୍ର ବ୍ୟକ୍ତି, ଯିଏ ଗୁଳି ଖାଇଛି। ମୁଁ ହଜାର ହଜାର ମାମଲାରେ ଲୋକଙ୍କୁ ଭେଟିଛି। ସେ (ଆକାଶ ଆନନ୍ଦ) ମୋତେ ଯାହା କହିଛନ୍ତି ସେଥିପାଇଁ ଧନ୍ୟବାଦ। ସେ ବହୁତ ଛୋଟ। ନୂଆ ନୂଆ ରାଜନୀତିକୁ ଆସିଛନ୍ତି। ଯେତେବେଳେ କାନ୍‌ସି ରାମ ଏବଂ ମାୟାବତୀ ସଂଘର୍ଷ କଲେ ସେତେବେଳେ ତାଙ୍କୁ ଅପମାନିତ କରିଥିଲେ।

ବିଏସ୍‌ପି ଦୁର୍ବଳ ହେବା ନେଇ ଚନ୍ଦ୍ରଶେଖର କହିଛନ୍ତି, ମୁଁ କେବଳ ୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି। ଅବଶିଷ୍ଟ ୭୮ଟି ଆସନରେ ତୁମେ କି ଚମତ୍କାର କରିଛ? ବିଏସ୍‌ପି ଲୋକମାନେ କହୁଛନ୍ତି, ମୁଁ ଯେଉଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି, ଭୋଟ କାଟୁଛି। କିନ୍ତୁ ବାକିରେ ତୁମେ କ’ଣ କରୁଛ? ବିଏସ୍‌ପିର ଦୁର୍ବଳତା ପଛର କାରଣ ବର୍ଣ୍ଣନା କରି ଆଜାଦ କହିଛନ୍ତି, କାନ୍‌ସି ରାମଙ୍କ ସମୟରେ ଏକ ଆନ୍ଦୋଳନ ହୋଇଥିଲା। ଲୋକମାନେ ଶୁଣିବାକୁ ପାଇଲେ। ବର୍ତ୍ତମାନ ବୋଧହୁଏ ଏପରି ଘଟୁନାହିଁ।

The post ମାୟାବତୀ-ଆକାଶ ଆନନ୍ଦଙ୍କୁ ଚ୍ୟାଲେଞ୍ଜ ଦେଲେ ଚନ୍ଦ୍ରଶେଖର, କହିଲେ ସେମାନେ ନୂଆ ନୂଆ… appeared first on Dharitri Odia News.