ମିଆଁମାର ଭୂକମ୍ପ ପରେ ଭୟଙ୍କର ସ୍ଥିତି; ମୃତ୍ୟୁସଂଖ୍ୟା ୧୭୦୦କୁ ବୃଦ୍ଧି, ଅନେକ ଲୋକ ଆହତ
ନୂଆଦିଲ୍ଲୀ ୩୧।୦୩; ମିଆଁମାରରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୧୭୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏଠାରେ କୋଠା ଗୁଡ଼ିକ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଏବେ ବି ଅନେକ ଲୋକ ଫସି ରହିଥିବାରୁ ମୃତକ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।BREAKING: The death toll from the massive earthquake that hit Myanmar has now risen to more than 1,700 as more bodies have been pulled from the rubble, the country's military-led government said. https://t.co/MnQJnzrIfe— The Associated Press (@AP) March 31, 2025ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ (USGS) ଆକଳନ କରିଛି ଯେ ମୃତ୍ୟୁ ସଂଖ୍ୟା ୧୦,୦୦୦ ପର୍ଯ୍ୟନ୍ତ ହୋଇପାରେ। ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାରର କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳରେ, ଐତିହାସିକ ସହର ମାଣ୍ଡଲେ ନିକଟରେ ଅବସ୍ଥିତ ଥିଲା। ମାଣ୍ଡଲେରେ ଅନେକ କୋଠା, ସେତୁ ଏବଂ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି।ଅନେକ କ୍ଷେତ୍ରରେ ଯୋଗାଯୋଗ ବିଚ୍ଛିନ୍ନ ମିଆଁମାରରେ ହୋଇଥିବା ଭୂମିକମ୍ପ ଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଥିଲା। ପରିସ୍ଥିତି ଏପରି ହୋଇଛି ଯେ ଉଦ୍ଧାରକାରୀ ଦଳ ପ୍ରଭା
ନୂଆଦିଲ୍ଲୀ ୩୧।୦୩; ମିଆଁମାରରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୧୭୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏଠାରେ କୋଠା ଗୁଡ଼ିକ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଏବେ ବି ଅନେକ ଲୋକ ଫସି ରହିଥିବାରୁ ମୃତକ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।
BREAKING: The death toll from the massive earthquake that hit Myanmar has now risen to more than 1,700 as more bodies have been pulled from the rubble, the country's military-led government said. https://t.co/MnQJnzrIfe— The Associated Press (@AP) March 31, 2025
ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ (USGS) ଆକଳନ କରିଛି ଯେ ମୃତ୍ୟୁ ସଂଖ୍ୟା ୧୦,୦୦୦ ପର୍ଯ୍ୟନ୍ତ ହୋଇପାରେ। ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାରର କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳରେ, ଐତିହାସିକ ସହର ମାଣ୍ଡଲେ ନିକଟରେ ଅବସ୍ଥିତ ଥିଲା। ମାଣ୍ଡଲେରେ ଅନେକ କୋଠା, ସେତୁ ଏବଂ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି।
ଅନେକ କ୍ଷେତ୍ରରେ ଯୋଗାଯୋଗ ବିଚ୍ଛିନ୍ନ
ମିଆଁମାରରେ ହୋଇଥିବା ଭୂମିକମ୍ପ ଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଥିଲା। ପରିସ୍ଥିତି ଏପରି ହୋଇଛି ଯେ ଉଦ୍ଧାରକାରୀ ଦଳ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ପାରୁନାହାଁନ୍ତି। ବିଶେଷକରି ସେହି ଅଞ୍ଚଳ ଗୁଡ଼ିକରେ ଯେଉଁଠାରେ ଇରାବଦୀ ନଦୀ ଉପରେ ଏକ ପ୍ରମୁଖ ସେତୁ ଭୁଶୁଡ଼ି ପଡ଼ିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମୃତକଙ୍କ ସଠିକ୍ ସଂଖ୍ୟା ଜାଣିବା ପାଇଁ କିଛି ସପ୍ତାହ ଲାଗିପାରେ ବୋଲି କୁହାଯାଉଛି।

ମହାମାରୀ ବ୍ୟାପିବାର ଆଶଙ୍କା ବୃଦ୍ଧି
ଶକ୍ତିଶାଳୀ ଭୂମିକମ୍ପ ପରେ, ଭଗ୍ନାବଶେଷରେ ପୋତି ହୋଇ ରହିଥିବା ମୃତଦେହର ଦୁର୍ଗନ୍ଧ ସବୁଠି ବ୍ୟାପିଯାଇଛି। ଏନେଇ ମହାମାରୀ ବ୍ୟାପିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ସମୟ ବିତିବା ସହିତ, ଭଗ୍ନାବଶେଷ ତଳେ ପୋତି ହୋଇଥିବା ଲୋକଙ୍କୁ ଜୀବିତ ପାଇବାର ଆଶା ହ୍ରାସ ପାଉଛି। ଉଦ୍ଧାର କାର୍ଯ୍ୟ ଏବଂ ଆହତଙ୍କ ଚିକିତ୍ସା ପାଇଁ ଭାରତର ଅନେକ ଟିମ୍ ମଧ୍ୟ ମିଆଁମାରରେ ପହଞ୍ଚିଛି।