ମିଆଁମାରରେ ବଡ ଧରଣର ଭୂକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୨ ରେକର୍ଡ

ନୂଆଦିଲ୍ଲୀ ୨୮।୦୩; ମିଆଁମାରରେ ବଡ ଧରଣର ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୨ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଶୁକ୍ରବାର (୨୮ ମାର୍ଚ୍ଚ)ରେ ଭୂକମ୍ପ ଅନୁଭୂତ ହୋଇଛି। ମିଆଁମାରରେ ଦୁଇଟି ଲଗାତାର ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରଥମେ ୭.୦ ଦ୍ଵିତୀୟ ୭.୨ ତୀବ୍ରତା ରେକର୍ଡ କରାଯାଇଛି। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକ୍‌ରେ ମଧ୍ୟ ସେମାନେ ଅନୁଭବ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀର ୧୦ କିଲୋମିଟର ଗଭୀରରେ ଥିଲା। ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି । ଏହାସହ ଏହି ବଡ଼ ଭୂମିକମ୍ପ ଯୋଗୁଁ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ବ୍ୟାଙ୍କକକ୍‌ରେ ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ରହୁଥିବା ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ।EQ of M: 7.2, On: 28/03/2025 11:50:52 IST, Lat: 21.93 N, Long: 96.07 E, Depth: 10 Km, Location: Myanmar.For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/Yu9tQjs9oI— National Center for Seismology (@NCS_Earthquake) March

ମିଆଁମାରରେ ବଡ ଧରଣର ଭୂକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୨ ରେକର୍ଡ

ନୂଆଦିଲ୍ଲୀ ୨୮।୦୩; ମିଆଁମାରରେ ବଡ ଧରଣର ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୨ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଶୁକ୍ରବାର (୨୮ ମାର୍ଚ୍ଚ)ରେ ଭୂକମ୍ପ ଅନୁଭୂତ ହୋଇଛି। ମିଆଁମାରରେ ଦୁଇଟି ଲଗାତାର ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରଥମେ ୭.୦ ଦ୍ଵିତୀୟ ୭.୨ ତୀବ୍ରତା ରେକର୍ଡ କରାଯାଇଛି। 

ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକ୍‌ରେ ମଧ୍ୟ ସେମାନେ ଅନୁଭବ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀର ୧୦ କିଲୋମିଟର ଗଭୀରରେ ଥିଲା। ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି । ଏହାସହ ଏହି ବଡ଼ ଭୂମିକମ୍ପ ଯୋଗୁଁ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ବ୍ୟାଙ୍କକକ୍‌ରେ ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ରହୁଥିବା ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ।

ମିଆଁମାରର ଆଖପାଖ ଅଞ୍ଚଳରେ ଭୂକମ୍ପ କମ୍ପନ ଦ୍ରୁତ ଗତିରେ ଅନୁଭୂତ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେବା ସୂଚନା ମିଳିନାହିଁ। ତଥାପି ଏହି ତୀବ୍ରତାର ଭୂକମ୍ପ ବଡ଼ ଧ୍ୱଂସ ଘଟାଇପାରେ । ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରିବାକୁ ଆଞ୍ଚଳିକ କର୍ତ୍ତୃପକ୍ଷ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି।