ମିଛ କହି ଛୁଟିରେ ଥିଲେ IPS ଆଶିଷ ସିଂ

ମିଛ କହିଥିଲେ ଆଇପିଏସ୍ ଆଶିଷ ସିଂ। ଫିଟ୍ ଥାଇ ନିଜ ସ୍ବାସ୍ଥ୍ୟ ବାବଦରେ ଦେଇଥିଲେ ଭୁଲ୍ ତଥ୍ୟ। ତେଣୁ ତାଙ୍କ ବିରୋଧରେ ହେବ ଆକ୍ସନ।

ମିଛ କହି ଛୁଟିରେ ଥିଲେ IPS ଆଶିଷ ସିଂ

IPS ଆଶିଷ ସିଂ ପୁରା ଫିଟ୍ । ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଦେଇଥିଲେ ଭୁଲ୍ ତଥ୍ୟ । ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ECI ସଫା ସଫା କହିଛନ୍ତି, ନିଜ ସ୍ୱାସ୍ଥ୍ୟ ବାବଦରେ ମିଛ କହିଥିଲେ ଆଶିଷ, ଭୁଲ୍ ତଥ୍ୟ ଦେଇଥିଲେ । ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।