ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କୁ ଭାଇଜାନଙ୍କ ଅଫିସିଆଲ ନୋଟିସ
ମୁମ୍ୱାଇ: ବଲିଉଡ ଅଭିନେତା ସଲମାନ ଖାନ ଇନଷ୍ଟାଗ୍ରାମରେ ଏକ ସୂଚନା ସେୟାର କରିଛନ୍ତି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଖବର ପ୍ରସାରିତ ହେଉଥିଲା ଯେ ସଲମାନ ଖାନଙ୍କ କନସର୍ଟ ଆମେରିକାରେ ହେବାକୁ ଯାଉଛି। ଏହାକୁ ନେଇ ଭିନ୍ନ ଭିନ୍ନ ଖବର ଆସିଥିଲା, ଯାହାକୁ ନେଇ ସଲମାନ ସତ କହିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜାରି କରି ସଲମାନ ଖାନ ଏହି କନସର୍ଟକୁ ମିଥ୍ୟା ଖବର ବୋଲି ବର୍ଣ୍ଣନା କରିଛନ୍ତି । ସଲମାନ ଏହି […]

ମୁମ୍ୱାଇ: ବଲିଉଡ ଅଭିନେତା ସଲମାନ ଖାନ ଇନଷ୍ଟାଗ୍ରାମରେ ଏକ ସୂଚନା ସେୟାର କରିଛନ୍ତି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଖବର ପ୍ରସାରିତ ହେଉଥିଲା ଯେ ସଲମାନ ଖାନଙ୍କ କନସର୍ଟ ଆମେରିକାରେ ହେବାକୁ ଯାଉଛି। ଏହାକୁ ନେଇ ଭିନ୍ନ ଭିନ୍ନ ଖବର ଆସିଥିଲା, ଯାହାକୁ ନେଇ ସଲମାନ ସତ କହିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜାରି କରି ସଲମାନ ଖାନ ଏହି କନସର୍ଟକୁ ମିଥ୍ୟା ଖବର ବୋଲି ବର୍ଣ୍ଣନା କରିଛନ୍ତି । ସଲମାନ ଏହି ବୟାନରେ ସବୁ କଥା ସ୍ପଷ୍ଟ କରିଛନ୍ତି। ଆସନ୍ତୁ ଜାଣିବା ସେହି ବିବୃତ୍ତିରେ କ’ଣ ସବୁ କିଛି ସ୍ପଷ୍ଟ କରାଯାଇଛି।
ସଲମାନ୍ ଖାନ୍ ଏକ ଅଫିସିଆଲ୍ ନୋଟିସ୍ ଜାରି କରିଛନ୍ତି। ଏହାର କ୍ୟାପ୍ସନରେ ସେ ‘ଅଫିସିଆଲ ନୋଟିସ୍’ ମଧ୍ୟ ଲେଖିଛନ୍ତି। ସୂଚନାଯୋଗ୍ୟ, ସଲମାନ ଖାନ କିମ୍ବା ତାଙ୍କ କୌଣସି କମ୍ପାନି ଆମେରିକାରେ ୨୦୨୪ ପାଇଁ କୌଣସି କନସର୍ଟ ଆୟୋଜନ କରୁନାହାନ୍ତି। ବିବୃତିରେ ଆହୁରି ମଧ୍ୟ କୁହାଯାଇଛି, ଯଦି କେହି ଏହା ଦାବି କରୁଛନ୍ତି, ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା। ଦୟାକରି କୌଣସି ଇମେଲ୍, ମେସେଜ୍ କିମ୍ୱା ବିଜ୍ଞାପନ ପ୍ରଚାର ଉପରେ ନିର୍ଭର କରନ୍ତୁ ନାହିଁ। ସଲମାନ ଖାନଙ୍କ ନାଁରେ କେହି ଠକେଇ କରୁଥିବା ଧରାପଡ଼ିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସଲମାନ ଖାନଙ୍କ ଶେଷ ମୁକ୍ତିଲାଭ ଫିଲ୍ମ ଟାଇଗର ୩ ବକ୍ସ ଅଫିସରେ ହିଟ୍ ହୋଇଥିଲା। ସଲମାନଙ୍କ ଆଗାମୀ ଫିଲ୍ମର ଟାଇଟଲ ରହିଛି ‘ସିକନ୍ଦର’ ଯାହା ୨୦୨୫ ଇଦ ରେ ମୁକ୍ତିଲାଭ କରିବ। ସାଜିଦ ଖାନଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଏଆର ମୁରୁଗାଦୋସ। ଫିଲ୍ମରେ ରଶ୍ମିକା ମନ୍ଦାନାଙ୍କ ବିପକ୍ଷରେ ସଲମାନ ଖାନଙ୍କୁ କାଷ୍ଟ କରାଯାଇଛି।