ମିଥ୍ୟା ବିଲ୍‌ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ: ଅଭିଯୋଗ ପରେ ବିଲ୍‌ ବନ୍ଦ କଲେ ବିଡିଓ

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କସୃପଡା ପଞ୍ଚାୟତରେ ଏକ ପ୍ରକଳ୍ପ କାମରେ ମିଥ୍ୟା ବିଲ୍‌ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ ହୋଇଥିଲା। ଏ ନେଇ ଅଭିଯୋଗ ପରେ ବିଡିଓ ବିଲ୍‌ ବନ୍ଦ କରିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପକ୍ଷରୁ କସୃପଡା ଜାତୀୟ ରାଜପଥ ପାର୍ଶ୍ୱରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୪ଲକ୍ଷ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତାଲିମ କେନ୍ଦ୍ର ନିର୍ମାଣ ପାଇଁ ୨ଲକ୍ଷ ୫୦ହଜାର ଟଙ୍କା ଗତ୨୦୨୩-୨୪ ଆର୍ଥିକ […] The post ମିଥ୍ୟା ବିଲ୍‌ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ: ଅଭିଯୋଗ ପରେ ବିଲ୍‌ ବନ୍ଦ କଲେ ବିଡିଓ appeared first on Dharitri Odia News.

ମିଥ୍ୟା ବିଲ୍‌ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ: ଅଭିଯୋଗ ପରେ ବିଲ୍‌ ବନ୍ଦ କଲେ ବିଡିଓ

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କସୃପଡା ପଞ୍ଚାୟତରେ ଏକ ପ୍ରକଳ୍ପ କାମରେ ମିଥ୍ୟା ବିଲ୍‌ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ ହୋଇଥିଲା। ଏ ନେଇ ଅଭିଯୋଗ ପରେ ବିଡିଓ ବିଲ୍‌ ବନ୍ଦ କରିଛନ୍ତି।

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପକ୍ଷରୁ କସୃପଡା ଜାତୀୟ ରାଜପଥ ପାର୍ଶ୍ୱରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୪ଲକ୍ଷ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତାଲିମ କେନ୍ଦ୍ର ନିର୍ମାଣ ପାଇଁ ୨ଲକ୍ଷ ୫୦ହଜାର ଟଙ୍କା ଗତ୨୦୨୩-୨୪ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିଲା। ଦୁଇଟି ପ୍ରକଳ୍ପ ହୋଇଥିବାରୁ ପୃଥକ୍‌ ଭାବେ ଦୁଇଟି ବିଲ୍‌ ହେବାର କଥା। କିନ୍ତୁ ଠିକାଦାର ଓ ବ୍ଲକ ପ୍ରଶାସନ ମିଳିତ ଭାବେ ଗୋଟିଏ ପ୍ରକଳ୍ପ ନିର୍ମାଣ କରି ଅନ୍ୟ ଏକ ପ୍ରକଳ୍ପର ମିଥ୍ୟା ବିଲ୍‌ ଭାଉଚର କରି ଆତ୍ମସାତ୍‌ ଉଦ୍ୟମ କରିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମର ୪୦ଜଣଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। ଗୋଟିଏ କେନ୍ଦ୍ରର ଉଭୟ ପାର୍ଶ୍ୱରେ ଦୁଇଟି ସୂଚନ ଫଳକ ନିର୍ମାଣ କରାଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତଙ୍କୁ ପଚାରିବାରୁ ଦୁଇଟି ବିଲ୍ଡିଂ କରା ନ ଗଲେ ବିଲ୍‌ କରାଯିବ ନାହିଁ ବୋଲି ପ୍ରକାଶ କରିଥିଲେ।

The post ମିଥ୍ୟା ବିଲ୍‌ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ: ଅଭିଯୋଗ ପରେ ବିଲ୍‌ ବନ୍ଦ କଲେ ବିଡିଓ appeared first on Dharitri Odia News.