ମିରଟରେ କଟକଣା ସତ୍ତ୍ୱେ ସଡ଼କରେ ହେଲା ନମାଜ, ପୋଲିସ ପ୍ରଶାସନ ଚୁପ୍

ମିରଟ ୧୧।୪: ଉତ୍ତର ପ୍ରଦେଶ ମିରଟରେ ଇଦ ପର୍ବ ହର୍ଷୋଲ୍ଲାସର ସହ ପାଳିତ ହୋଇଛି।  ଇଦକୁ ନେଇ ଗୁରୁବାର ସକାଳେ ପୋଲିସ ପ୍ରଶାସନ ସଜାଗ ଥିଲା। ହେଲେ ଇଦ ନମାଜର ସମୟ ହେବାମାତ୍ରେ ଶାହି ଇଦଗାହ ଲୋକରେ ଭରିଯିବାରୁ ନମାଜୀମାନେ ସଡକକୁ ମୁହାଁଇଥିଲେ। ପୋଲିସ ସାମ୍ନାରେ ଲୋକେ ସଡ଼କରେ ଆସନ ବିଛାଇ ନମାଜ କରିବା ଆରମ୍ଭ କରିଦେଇଥିଲେ ବି ପୋଲିସ ମୁକ ଦର୍ଶକ ପାଲଟିଥିଲା। ଇଦଗାହ ବାହାରକୁ ଆସି ଲୋକେ ନମାଜ କରିବାକୁ ଲାଗିବାରୁ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା। ଲୋକେ ଯେପରି ସଡ଼କ ଉପରେ ନମାଜ ନ କରନ୍ତି ସେଥି ପାଇଁ ପୋଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି ମଧ୍ୟ କରାଯାଇଥିଲା ଓ ବ୍ୟାରିକେଡିଂ ଲଗାଯାଇଥିଲା। ତେବେ ଇଦଗାହରେ ଲୋକେ ଭରିଯିବା ପରେ ନମାଜ ପାଇଁ ଲୋକେ ସଡକକୁ ଉଠିବାରୁ ପୋଲିସ ଅଟକାଇ ପାରି ନଥିଲା। କେତେକ ସ୍ଥାନରେ ପୋଲିସ ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ଲୋକେ ଆଲା ହୁ ଆକବର ସ୍ଲୋଗାନ ଦେବାରୁ ପୋଲିସ ପଛେଇ ଯାଇଥିଲା। ଗୋଟିଏ ପଟେ ଲୋକେ ସଡ଼କ ଅବରୋଧ କରି ନମାଜ କରିବା ଆରମ୍ଭ କରିଦେଇଥିବା ବେଳେ ଅପରପଟେ ପୋଲିସ  ଦେଖଣାହାରୀ ପାଲଟିଥିଲା। ଶାହି ଇଦଗାହରେ ଇମାମ ସଫିକୁର୍ରହମାନ ଲୋକଙ୍କୁ ନମାଜ କରାଇଥିଲେ। ଏହି ସମୟରେ ସେ ଦେଶର ସାଂପ୍ରତିକ ପରିସ୍ଥିତି ଉପରେ ପ୍ରଶ୍ନ କରିବାରୁ ଶାନ୍ତି ଓ ଭାଇଚାରାର ଦୂଆ କରାଯାଇଥିଲା। ଏହି ଅବସରରେ ଇମାମ ଆଗାମୀ ନିର୍ବାଚନରେ ମୁସଲମାନ ସମୂଦାୟଙ୍କୁ ଏକଜୁଟ ହୋଇ ଭୋଟ

ମିରଟରେ କଟକଣା ସତ୍ତ୍ୱେ ସଡ଼କରେ ହେଲା ନମାଜ, ପୋଲିସ ପ୍ରଶାସନ ଚୁପ୍

ମିରଟ ୧୧।୪: ଉତ୍ତର ପ୍ରଦେଶ ମିରଟରେ ଇଦ ପର୍ବ ହର୍ଷୋଲ୍ଲାସର ସହ ପାଳିତ ହୋଇଛି।  ଇଦକୁ ନେଇ ଗୁରୁବାର ସକାଳେ ପୋଲିସ ପ୍ରଶାସନ ସଜାଗ ଥିଲା। ହେଲେ ଇଦ ନମାଜର ସମୟ ହେବାମାତ୍ରେ ଶାହି ଇଦଗାହ ଲୋକରେ ଭରିଯିବାରୁ ନମାଜୀମାନେ ସଡକକୁ ମୁହାଁଇଥିଲେ। ପୋଲିସ ସାମ୍ନାରେ ଲୋକେ ସଡ଼କରେ ଆସନ ବିଛାଇ ନମାଜ କରିବା ଆରମ୍ଭ କରିଦେଇଥିଲେ ବି ପୋଲିସ ମୁକ ଦର୍ଶକ ପାଲଟିଥିଲା। 

ଇଦଗାହ ବାହାରକୁ ଆସି ଲୋକେ ନମାଜ କରିବାକୁ ଲାଗିବାରୁ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା। ଲୋକେ ଯେପରି ସଡ଼କ ଉପରେ ନମାଜ ନ କରନ୍ତି ସେଥି ପାଇଁ ପୋଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି ମଧ୍ୟ କରାଯାଇଥିଲା ଓ ବ୍ୟାରିକେଡିଂ ଲଗାଯାଇଥିଲା। ତେବେ ଇଦଗାହରେ ଲୋକେ ଭରିଯିବା ପରେ ନମାଜ ପାଇଁ ଲୋକେ ସଡକକୁ ଉଠିବାରୁ ପୋଲିସ ଅଟକାଇ ପାରି ନଥିଲା। କେତେକ ସ୍ଥାନରେ ପୋଲିସ ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ଲୋକେ ଆଲା ହୁ ଆକବର ସ୍ଲୋଗାନ ଦେବାରୁ ପୋଲିସ ପଛେଇ ଯାଇଥିଲା। 

ଗୋଟିଏ ପଟେ ଲୋକେ ସଡ଼କ ଅବରୋଧ କରି ନମାଜ କରିବା ଆରମ୍ଭ କରିଦେଇଥିବା ବେଳେ ଅପରପଟେ ପୋଲିସ  ଦେଖଣାହାରୀ ପାଲଟିଥିଲା। ଶାହି ଇଦଗାହରେ ଇମାମ ସଫିକୁର୍ରହମାନ ଲୋକଙ୍କୁ ନମାଜ କରାଇଥିଲେ। ଏହି ସମୟରେ ସେ ଦେଶର ସାଂପ୍ରତିକ ପରିସ୍ଥିତି ଉପରେ ପ୍ରଶ୍ନ କରିବାରୁ ଶାନ୍ତି ଓ ଭାଇଚାରାର ଦୂଆ କରାଯାଇଥିଲା। ଏହି ଅବସରରେ ଇମାମ ଆଗାମୀ ନିର୍ବାଚନରେ ମୁସଲମାନ ସମୂଦାୟଙ୍କୁ ଏକଜୁଟ ହୋଇ ଭୋଟ କରିବାକୁ ଆହ୍ୱାନ ଦେଇଥିଲେ, ଯେପରି ଦେଶରେ ଜନତାଙ୍କ ସମ୍ପର୍କରେ ଭାବିପାରୁଥିବା ସରକାର ବନିବ ସେଥି ପାଇଁ ଲୋକଙ୍କୁ ଭୋଟ କରିବାକୁ କହିଥିଲେ। 

ସେହିପରି ନମାଜ ପରେ ପାଲେଷ୍ଟାଇନ ସମସ୍ୟା କଥା ମଧ୍ୟ ଉଠିଥିଲା। ପାଲେଷ୍ଟାଇନରେ ବସବାସ କରୁଥିବା ମୁସଲମାନଙ୍କ ପ୍ରତି ସମର୍ଥନ ସଂଗ୍ରହ କରିବାକୁ ଆହ୍ୱାନ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଇଦ-ଉଲ-ଫିତ୍ର ଅବସରରେ ଦେଶର ମୁସଲମାନଙ୍କୁ ମସଜିଦ ମଧ୍ୟରେ ନମାଜ କରିବାକୁ ଜାମା ମସଜିଦ ଶାହି ଇମାମ ବୁଧବାର ଆହ୍ୱାନ ଦେଇଥିଲେ। କୌଣସିଠାରେ ଲୋକେ ଯେପରି ସଡ଼କ ଉପରେ ନମାଜ ନ କରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ। ଏହା ସତ୍ତ୍ୱେ ଯଦି କୌଣସି ସ୍ଥାନରେ ଏପରି ଅବସ୍ଥା ଉପୁଜେ ସେଠାରେ ଯେପରି ଲୋକଙ୍କ ଆପତ୍ତି ନଥାଏ ସେଥି ପ୍ରତି ଧ୍ୟାନ ଦେବାକୁ ମଧ୍ୟ କହିଥିଲେ।