ମିଳିଲା ଅନୁମତି, ଆଗାମୀ ନିର୍ବାଚନରେ ଦଳର ନାମ-ଚିହ୍ନ ବ୍ୟବହାର କରିପାରିବେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୯।୩: ଆଗାମୀ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ଶରଦ ପାଓ୍ବାରଙ୍କ ଗୋଷ୍ଠୀ ଏହାର ନାମ ‘ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପାଓ୍ବାର’ ବ୍ୟବହାର କରିପାରିବେ। ଏନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଅନୁମତି ଦେଇଛନ୍ତି। ଏହାଛଡ଼ା ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଶ୍ୱନାଥନଙ୍କ ପୀଠ ଦଳୀୟ ଚିହ୍ନ ‘ତୂରୀ ବଜାଉଥିବା ବ୍ୟକ୍ତି’କୁ ମଧ୍ୟ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ତେବେ ଶରଦ ପାଓ୍ବାର ଏନ୍‌ସିପି ପ୍ରତିଷ୍ଠା କରିଥିବାବେଳେ ଏହା ବିଭାଜିତ ହେବା ପୂର୍ବରୁ ଦଳୀୟ ଚିହ୍ନ ଘଣ୍ଟା ରହିଥିଲା। ଅଜିତ ପାଓ୍ବାରଙ୍କ […] The post ମିଳିଲା ଅନୁମତି, ଆଗାମୀ ନିର୍ବାଚନରେ ଦଳର ନାମ-ଚିହ୍ନ ବ୍ୟବହାର କରିପାରିବେ ଶରଦ ପାଓ୍ବାର appeared first on Dharitri Odia News.

ମିଳିଲା ଅନୁମତି, ଆଗାମୀ ନିର୍ବାଚନରେ ଦଳର ନାମ-ଚିହ୍ନ ବ୍ୟବହାର କରିପାରିବେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୯।୩: ଆଗାମୀ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ଶରଦ ପାଓ୍ବାରଙ୍କ ଗୋଷ୍ଠୀ ଏହାର ନାମ ‘ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପାଓ୍ବାର’ ବ୍ୟବହାର କରିପାରିବେ। ଏନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଅନୁମତି ଦେଇଛନ୍ତି। ଏହାଛଡ଼ା ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଶ୍ୱନାଥନଙ୍କ ପୀଠ ଦଳୀୟ ଚିହ୍ନ ‘ତୂରୀ ବଜାଉଥିବା ବ୍ୟକ୍ତି’କୁ ମଧ୍ୟ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି।

ତେବେ ଶରଦ ପାଓ୍ବାର ଏନ୍‌ସିପି ପ୍ରତିଷ୍ଠା କରିଥିବାବେଳେ ଏହା ବିଭାଜିତ ହେବା ପୂର୍ବରୁ ଦଳୀୟ ଚିହ୍ନ ଘଣ୍ଟା ରହିଥିଲା। ଅଜିତ ପାଓ୍ବାରଙ୍କ ଗୋଷ୍ଠୀକୁ ନିର୍ବାଚନ କମିଶନ ପ୍ରକୃତ ଏନ୍‌ସିପିର ମାନ୍ୟତା ଦେବା ସହ ଘଣ୍ଟା ଚିହ୍ନ ପ୍ରଦାନ କରିଥିବାରୁ ଏହା ନିର୍ବାଚନରେ ଭୋଟରଙ୍କୁ ବିଭ୍ରାନ୍ତ କରିବ ବୋଲି ଅଭିଯୋଗ କରି ପାଓ୍ବାର ଗୋଷ୍ଠୀ ଉକ୍ତ ଚିହ୍ନରେ ଲଢ଼ିବା ପାଇଁ ଅଜିତ ଗୋଷ୍ଠୀକୁ ଅନୁମତି ନ ଦେବାକୁ ଅନୁରୋଧ କରିଥିଲେ। ଏହା ବିଚାରାଧୀନ ଥିବାବେଳେ ଚଳିତ ନିର୍ବାଚନରେ ଅଜିତ ଗୋଷ୍ଠୀ ଘଣ୍ଟା ଚିହ୍ନ ବ୍ୟବହାର କରିବାକୁ ଅଦାଲତ କହିଛନ୍ତି।

The post ମିଳିଲା ଅନୁମତି, ଆଗାମୀ ନିର୍ବାଚନରେ ଦଳର ନାମ-ଚିହ୍ନ ବ୍ୟବହାର କରିପାରିବେ ଶରଦ ପାଓ୍ବାର appeared first on Dharitri Odia News.