ମିଳିଲା ୨ ଯୁବତୀଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ

ପାଟଣା,୩୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରୁ ପୋଲିସ ମଙ୍ଗଳବାର ୨ଯୁବତୀଙ୍କ ମୃତଦେହ ଜବତ କରିଛି। ଜଣେ କଲେଜ ପଢୁଆ ୧୭ ବର୍ଷ ନାବାଳିକା ଛାତ୍ରୀ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଛାତ୍ରୀ ଜଣକ ହେଲେ ଉମାକାନ୍ତ ମହାନ୍ତଙ୍କ ଝିଅ ଲିଟିଲ ମହାନ୍ତ। ସେ ପାଟଣା କଲେଜରେ ପଢୁଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ସୋମବାର ରାତିରେ ସେ ଭଉଣୀଙ୍କ ସହ ଘରେ ଶୋଇଥିଲେ। ହେଲେ ବିଳମ୍ବିତ […] The post ମିଳିଲା ୨ ଯୁବତୀଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ appeared first on Dharitri Odia News.

ମିଳିଲା ୨ ଯୁବତୀଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ

ପାଟଣା,୩୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରୁ ପୋଲିସ ମଙ୍ଗଳବାର ୨ଯୁବତୀଙ୍କ ମୃତଦେହ ଜବତ କରିଛି। ଜଣେ କଲେଜ ପଢୁଆ ୧୭ ବର୍ଷ ନାବାଳିକା ଛାତ୍ରୀ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଛାତ୍ରୀ ଜଣକ ହେଲେ ଉମାକାନ୍ତ ମହାନ୍ତଙ୍କ ଝିଅ ଲିଟିଲ ମହାନ୍ତ। ସେ ପାଟଣା କଲେଜରେ ପଢୁଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ସୋମବାର ରାତିରେ ସେ ଭଉଣୀଙ୍କ ସହ ଘରେ ଶୋଇଥିଲେ। ହେଲେ ବିଳମ୍ବିତ ରାତ୍ରିରେ ଶୋଇବା ଘରୁ ଚାଲିଯାଇ ଅନ୍ୟ ଏକ କୋଠରୀରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ମଙ୍ଗଳବାର ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅସ୍ଥାରେ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ସେହିପରି ପାଟଣା ଥାନା ଅଧୀନ ଅଙ୍କୁରା ଗ୍ରାମର ବିଲ ଭିତରେ ଥିବା ଏକ ନାଳରୁ ମଙ୍ଗଳବାର ଜଣେ ୨୯ ବର୍ଷୀୟା ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ଅଙ୍କୁରା ଗ୍ରାମର ହରେକୃଷ୍ଣ ମୁଣ୍ଡାଙ୍କ ଝିଅ ସରସ୍ବତୀ । ସେ ଗତକାଲି ସନ୍ଧ୍ୟାରେ ଘରୁ ଶୌଚ ହେବା ପାଇଁ ଯାଇ ଆଉ ଫେରି ନ ଥିଲେ। ମଙ୍ଗଳବାର ନାଳରେ ସରସ୍ବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମଳିଥିଲା। ଖବର ପାଇ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ହେଲେ ସରସ୍ବତୀଙ୍କ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ କହିଛନ୍ତି।

The post ମିଳିଲା ୨ ଯୁବତୀଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ appeared first on Dharitri Odia News.