ମିଳିଲାନି ଆଡମିସନ୍.. ହସ୍‌ପିଟାଲ୍‌ ବାହାରେ ପିଲା ଜନ୍ମ ଦେଲେ ମହିଳା, ତିନି ଡାକ୍ତର ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୫।୪: ଅସହ୍ୟ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ହେଲେ ହସ୍‌ପିଟାଲ୍‌ରେ ମିଳିଲାନି ଆଡ଼ମିସନ, ଫଳରେ ହସ୍‌ପିଟାଲ୍‌ ଗେଟ୍ ପାଖରେ ପ୍ରସବ କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ସରକାରୀ ହସ୍‌ପିଟାଲ୍‌ରେ। ଘଟଣା ପରେ ରାଜ୍ୟ ସରକାର ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ତିନି ଡାକ୍ତରଙ୍କୁ ସସ୍‌ପେଣ୍ଡ କରିଛନ୍ତି। ମାମଲା ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ କରିବା ପାଇଁ ତୁରନ୍ତ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଥିବା କହିଛନ୍ତି […] The post ମିଳିଲାନି ଆଡମିସନ୍.. ହସ୍‌ପିଟାଲ୍‌ ବାହାରେ ପିଲା ଜନ୍ମ ଦେଲେ ମହିଳା, ତିନି ଡାକ୍ତର ସସ୍‌ପେଣ୍ଡ appeared first on Dharitri Odia News.

ମିଳିଲାନି ଆଡମିସନ୍.. ହସ୍‌ପିଟାଲ୍‌ ବାହାରେ ପିଲା ଜନ୍ମ ଦେଲେ ମହିଳା, ତିନି ଡାକ୍ତର ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୫।୪: ଅସହ୍ୟ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ହେଲେ ହସ୍‌ପିଟାଲ୍‌ରେ ମିଳିଲାନି ଆଡ଼ମିସନ, ଫଳରେ ହସ୍‌ପିଟାଲ୍‌ ଗେଟ୍ ପାଖରେ ପ୍ରସବ କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ସରକାରୀ ହସ୍‌ପିଟାଲ୍‌ରେ। ଘଟଣା ପରେ ରାଜ୍ୟ ସରକାର ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ତିନି ଡାକ୍ତରଙ୍କୁ ସସ୍‌ପେଣ୍ଡ କରିଛନ୍ତି।

ମାମଲା ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ କରିବା ପାଇଁ ତୁରନ୍ତ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୌରଭ ସିଂ। କମିଟିର ରିପୋର୍ଟ ଆଧାରରେ ଘଟଣା ସମୟରେ କନୱାଟିଆ ହସ୍‌ପିଟାଲ୍‌ରେ ଉପସ୍ଥିତ ଥିବା ଡାକ୍ତର କୁସୁମ ସଇନି, ନେହା ରାଜୱତ ଏବଂ ମନୋଜଙ୍କୁ ମାମଲାରେ ଗମ୍ଭୀର ଅବହେଳା ଏବଂ ଅସମ୍ବେଦନଶୀଳ ପାଇଁ ସସ୍‌ପେଣ୍ଡ କରାଯାଇଛି।

ଏହା ସହିତ କନୱାଟିଆ ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ସିଂ ତନୱାରଙ୍କୁ ପରିଚାଳନାଗତ ତ୍ରୁଟି ପାଇଁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।

ଗତ ବୁଧବାର ମହିଳା ଜଣଙ୍କୁ ହସ୍‌ପିଟାଲ୍‌ରେ ଆଡମିସନ ନ ମିଳିବ ପରେ ଏହିଘଟଣା ଘଟିଥିଲା। ମହିଳା ଜଣକ ହସ୍‌ପିଟାଲ୍‌ରୁ ବାହାରକୁ ଯିବା ସମୟରେ ଅତ୍ୟଧିକ ପ୍ରସବ ଯନ୍ତ୍ରଣା ସହ୍ୟ କରି ନ ପାରି ଗେଟ୍ ନିକଟରେ ପ୍ରସବ କରିଥିବା ଅଧିକାରୀ କହିଛନ୍ତି।

The post ମିଳିଲାନି ଆଡମିସନ୍.. ହସ୍‌ପିଟାଲ୍‌ ବାହାରେ ପିଲା ଜନ୍ମ ଦେଲେ ମହିଳା, ତିନି ଡାକ୍ତର ସସ୍‌ପେଣ୍ଡ appeared first on Dharitri Odia News.