ମିଶନ ଶକ୍ତି ଜରିଆରେ ଏକାଠି ହୋଇପାରିଛନ୍ତି ୭୦ଲକ୍ଷ ମହିଳା ଓ ୫ ଲକ୍ଷ SHG : ବିଜେଡି
ଭୁବନେଶ୍ବର ୧୪।୩: ମହିଳାମାନଙ୍କ ଗୁରୁତ୍ୱ ସମସ୍ତଙ୍କ ଜୀବନ ସହ ଜଡିତ । ସେମାନେ ଶକ୍ତି ସ୍ୱରୂପା । ଏହି ଶକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଏହାକୁ କାମରେ ପରିଣତ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ୫୦% ସଂରକ୍ଷଣ ଏହାର ପ୍ରତୀକ । ରାଜ୍ୟର ୫୦% ମହିଳା । ତେଣୁ ଏହି ୫୦% ଆଗକୁ ଗଲେ ହିଁ ରାଜ୍ୟ ଆଗେଇବ । ମାଆମାନଙ୍କୁ ଧନ୍ୟବାଦ ଯେ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା, ୫ ଲକ୍ଷ SHG ଏକାଠି ହୋଇଛନ୍ତି । ଏ ସମସ୍ତ ମହିଳା ଗୋଟେ ପ୍ଲାଟଫର୍ମକୁ ଆସିଛନ୍ତି । ମିଶନ ଶକ୍ତି ଗୋଟେ ବିଭାଗ ହୋଇଥିବାରୁ ବଜେଟ ବି ଅଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ମହିଳାଙ୍କ ପରିଚୟର ରୂପାନ୍ତରିକରଣ । ବିଚାରଧାରା, ନେତା ବା ଉଦ୍ୟୋଗୀ ଭାବେ ମିଶନ ଶକ୍ତି ସେମାନଙ୍କୁ ପରିଚୟ ଦେଇଛି । ମିଶନ ଶକ୍ତି କର୍ମୀଙ୍କୁ ୟୁନିଫର୍ମ ଓ ବ୍ଲେଜର ଦିଆଯାଇଛି । ୪୦ ହଜାର SHG ମହିଳାଙ୍କୁ ସ୍କୁଟର ଦିଆଯାଇଛି । ବିଦେଶ ଯାତ୍ରା ବି କରି ବ୍ୟାପାର କରୁଛନ୍ତି । ଏହା ସମ୍ଭବ କାରଣ ସବୁ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସହଯୋଗ କରି ଆସିଛନ୍ତି । ମିଶନ ଶକ୍ତିର ଭବିଷ୍ୟତ ହେଉଛି ଯେ ମହିଳାଙ୍କୁ ଉଦ୍ୟୋଗୀ କରିବା ସହ ଉତ୍ପାଦିତ ସାମଗ୍ରୀକୁ ଗ୍ଲୋବାଲ ପ୍ଲାଟଫର୍ମ ଦିଆଯିବ । ସେମାନେ ଆଗକୁ ଯାଇ ପରିଚୟ ପାଇବେ । ନାରୀମାନଙ୍କ ସ୍ବପ୍ନ ଓ ଆର୍ଥିକ ନିର୍ଭରତା ସା
ଭୁବନେଶ୍ବର ୧୪।୩: ମହିଳାମାନଙ୍କ ଗୁରୁତ୍ୱ ସମସ୍ତଙ୍କ ଜୀବନ ସହ ଜଡିତ । ସେମାନେ ଶକ୍ତି ସ୍ୱରୂପା । ଏହି ଶକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଏହାକୁ କାମରେ ପରିଣତ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ୫୦% ସଂରକ୍ଷଣ ଏହାର ପ୍ରତୀକ । ରାଜ୍ୟର ୫୦% ମହିଳା । ତେଣୁ ଏହି ୫୦% ଆଗକୁ ଗଲେ ହିଁ ରାଜ୍ୟ ଆଗେଇବ । ମାଆମାନଙ୍କୁ ଧନ୍ୟବାଦ ଯେ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା, ୫ ଲକ୍ଷ SHG ଏକାଠି ହୋଇଛନ୍ତି । ଏ ସମସ୍ତ ମହିଳା ଗୋଟେ ପ୍ଲାଟଫର୍ମକୁ ଆସିଛନ୍ତି । ମିଶନ ଶକ୍ତି ଗୋଟେ ବିଭାଗ ହୋଇଥିବାରୁ ବଜେଟ ବି ଅଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ମହିଳାଙ୍କ ପରିଚୟର ରୂପାନ୍ତରିକରଣ । ବିଚାରଧାରା, ନେତା ବା ଉଦ୍ୟୋଗୀ ଭାବେ ମିଶନ ଶକ୍ତି ସେମାନଙ୍କୁ ପରିଚୟ ଦେଇଛି । ମିଶନ ଶକ୍ତି କର୍ମୀଙ୍କୁ ୟୁନିଫର୍ମ ଓ ବ୍ଲେଜର ଦିଆଯାଇଛି । ୪୦ ହଜାର SHG ମହିଳାଙ୍କୁ ସ୍କୁଟର ଦିଆଯାଇଛି । ବିଦେଶ ଯାତ୍ରା ବି କରି ବ୍ୟାପାର କରୁଛନ୍ତି । ଏହା ସମ୍ଭବ କାରଣ ସବୁ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସହଯୋଗ କରି ଆସିଛନ୍ତି । ମିଶନ ଶକ୍ତିର ଭବିଷ୍ୟତ ହେଉଛି ଯେ ମହିଳାଙ୍କୁ ଉଦ୍ୟୋଗୀ କରିବା ସହ ଉତ୍ପାଦିତ ସାମଗ୍ରୀକୁ ଗ୍ଲୋବାଲ ପ୍ଲାଟଫର୍ମ ଦିଆଯିବ । ସେମାନେ ଆଗକୁ ଯାଇ ପରିଚୟ ପାଇବେ । ନାରୀମାନଙ୍କ ସ୍ବପ୍ନ ଓ ଆର୍ଥିକ ନିର୍ଭରତା ସାକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସମସ୍ତେ ମନେ ରଖିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର କହିଛନ୍ତି ।
ସେହିଭଳି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି, ଯେଉଁ ରାଜ୍ୟ ମହିଳାଙ୍କ ବିକାଶ ପାଇଁ କାମ କରେ, ସେହି ରାଜ୍ୟର ବିକାଶ ହୁଏ । ଏହି ଉଦ୍ଦେଶ୍ୟରେ ୨୦୦୧ ମସିହାରେ ସେ ମିଶନ ଶକ୍ତି ଆରମ୍ଭ କରିଥିଲେ । ଏହା ତାଙ୍କ ବ୍ରେନ ଚାଇଲଡ । ମିଶନ ଶକ୍ତି ବିଭାଗ କିପରି ଆବେଗ ଓ ମହିଳା ସଶକ୍ତିକରଣ ହେବ, ସେ ଦିଗରେ କାମ ଚାଲିଛି । ଏହାକୁ ସ୍ୱତନ୍ତ୍ର ବିଭାଗ କରିବାକୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ, ତାହା କଲେ । ୪୦ ହଜାର କୋଟି ବ୍ୟାଙ୍କ ଲିଂକେଜ କରାଯାଇଛି । ଆଗକୁ ୭୫ ହଜାର କୋଟି ଟଙ୍କାର ସହାୟତା ଦିଆଯାଇ ଉଦ୍ୟୋଗୀ କରାଯିବ । ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ଯାଏଁ ବିନା ସୁଧରେ ଋଣ ନେଇ ପାରିବେ । ସୁଧ ହାର ବହନ କରିବେ ରାଜ୍ୟ ସରକାର । ଗୋଟେ ମହିଳା ପରିଚୟ ସହ ପୁଞ୍ଜି ଚାହେଁ । ତେଣୁ ତାକୁ ଜୀବିକା ଦେବାକୁ ସବୁ ପ୍ରୟାସ ହୋଇଛି । ଆଜି ବଡ଼ି ଆଚରରେ ସେମାନେ ସୀମିତ ନୁହନ୍ତି । ପୁରୁଷଙ୍କ ସମାନ କାମ କରୁଛନ୍ତି । ଯେପରି ଲକ୍ଷ୍ମୀ ବସ୍ ଚଳାଇବା, ମିଶନ ଶକ୍ତି କାଫେ, ଗାଁ ପୋଖରୀରେ ଚାଷ, ସେମାନଙ୍କୁ ସ୍ଥାୟୀ ବଜାର ଦେବାକୁ ବ୍ୟବସ୍ଥା ହେଉଛି । ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ହୋଇଛି । ବ୍ଲକରେ ମଧ୍ୟ କରିବାକୁ ଚେଷ୍ଟା ଚାଲିଛି ବୋଲି ସେ କହିଛନ୍ତି ।
You Can Read :
ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବି, ବ୍ଲକ୍ ସମ୍ମୁଖରେ ପଞ୍ଚାୟତବାସୀଙ୍କ ଆମରଣ ଅନଶନ