ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟା ନେଇ କାର୍ଯ୍ୟାନୁଷ୍ଠାନ ଦାବିକଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୧।୬(ସୁନିତ୍ ମିଶ୍ର): ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଭୋଟ ପାଇଁ ଟଙ୍କା ବାଣ୍ଟିବା ପନ୍ଥା ବିଜେଡି ଆପଣାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଧର୍ମେନ୍ଦ୍ର ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟକରି ସେଥିରେ ଉଲ୍ଲେଖ କରିଛନ୍ତି, ଭୋଟରଙ୍କ ପାଖରେ ଟଙ୍କା ପହଞ୍ଚାଇବା ଲାଗି ସରକାରୀ କର୍ମଚାରୀମାନେ ସାମିଲ ହୋଇଥିବା ଖବର ଆସିଛି। ରେମୁଣା ବିଧାନସଭା କ୍ଷେତ୍ର ଅଧୀନରେ ଥିବା ସରକାରୀ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। […] The post ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟା ନେଇ କାର୍ଯ୍ୟାନୁଷ୍ଠାନ ଦାବିକଲେ ଧର୍ମେନ୍ଦ୍ର appeared first on Dharitri Odia News.
ଭୁବନେଶ୍ୱର, ୧।୬(ସୁନିତ୍ ମିଶ୍ର): ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଭୋଟ ପାଇଁ ଟଙ୍କା ବାଣ୍ଟିବା ପନ୍ଥା ବିଜେଡି ଆପଣାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଧର୍ମେନ୍ଦ୍ର ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟକରି ସେଥିରେ ଉଲ୍ଲେଖ କରିଛନ୍ତି, ଭୋଟରଙ୍କ ପାଖରେ ଟଙ୍କା ପହଞ୍ଚାଇବା ଲାଗି ସରକାରୀ କର୍ମଚାରୀମାନେ ସାମିଲ ହୋଇଥିବା ଖବର ଆସିଛି। ରେମୁଣା ବିଧାନସଭା କ୍ଷେତ୍ର ଅଧୀନରେ ଥିବା ସରକାରୀ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ନିଜକୁ ୧ ନମ୍ବର ମୁଖ୍ୟମନ୍ତ୍ରୀ ବୋଲାଉଥିବା ନେତା ଏଭଳି ଅଗଣତାନ୍ତ୍ରିକ ଏବଂ ବେଆଇନ ଭାବେ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି। ମୁକ୍ତ ଓ ଅବାଧ ନିର୍ବାଚନ କଥାକୁ ବିଜେଡି ମଜାରେ ପରିଣତ କରିଦେଇଛି। ଭାରତ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି।
The post ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟା ନେଇ କାର୍ଯ୍ୟାନୁଷ୍ଠାନ ଦାବିକଲେ ଧର୍ମେନ୍ଦ୍ର appeared first on Dharitri Odia News.