ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନରେ ଉଡାଣ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଏକ୍ସପୋଜର ଭିଜିଟରେ ମିଶନ ଶକ୍ତି ମାଆ । ଏବେ ହାଣ୍ଡିଶାଳ ନୁହେଁ ସିଧା ବିମାନରେ ଦୁବାଇ ଯାତ୍ରା... The post ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନରେ ଉଡାଣ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on .
ଭୁବନେଶ୍ୱର : ଏକ୍ସପୋଜର ଭିଜିଟରେ ମିଶନ ଶକ୍ତି ମାଆ । ଏବେ ହାଣ୍ଡିଶାଳ ନୁହେଁ ସିଧା ବିମାନରେ ଦୁବାଇ ଯାତ୍ରା । ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନରେ ଉଡାଣ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଠାରୁ ତିନି ଦିନିଆ ଦୁବାଇ ଗସ୍ତରେ ଯାଇଛନ୍ତି 11 ଜିଲ୍ଲାର 35 ଜଣ ମାଆ । 11 ଜିଲ୍ଲା ଭିତରେ ଗଞ୍ଜାମ, ଝାରୁସୁଗୁଡ଼ା,କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନୂଆପଡ଼ା, ପୁରୀ,ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ର ମାଆ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମ ହାତକୁ ନେଇଛି ପର୍ଯ୍ୟଟନ ବିଭାଗ ।shgଏବେ msme ହେବା ପରେ ମାଆ ମାନେ ସବୁ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି।ଦୁବାଇର ଏକାଧିକ ବିଜନେସ ମ୍ୟାନଙ୍କ ସହିତ ଆଲୋଚନା କରିବେ ମିଶନ ଶକ୍ତି ମହିଳା । ସେଠି କେମିତି ବ୍ୟବସାୟ ହେଉଛି, ସେମାନେ କିପରି ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେଉଛନ୍ତି । ଏହା ସହିତ ସେମାନଙ୍କ ବ୍ୟବହାର କେମିତି ରହିଛି ସେନେଇ ଅନୁଧ୍ୟାନ କରିବେ । ଓଡିଶାର ଧାନ , ଚାଉଳ , ମାଣ୍ଡିଆ , ହସ୍ତଶିଳ୍ପ ଭଳି ସାମଗ୍ରୀ କିଭଳି ରାପ୍ତାନି ହୋଇପାରିବ ସେ ଉପରେ ଆଲୋଚନା କରିବେ । ଏହା ସହିତ ମାଆମାନେ ବିଭିନ୍ନ ଜାଗା ବୁଲି ଦେଖିବେ ।
SHGର ମାଆମାନେ କିପରି SME ଗଠନ କରିବେ ସେ ନେଇ ବ୍ୟାପକ ସୁଯୋଗ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆମର ଅନ୍ନଦାତା ଥିଲେ ଏବେ କର୍ମଦାତା ପାଲଟିଛନ୍ତି। ମିଶନ ଶକ୍ତି ମାଆମାନକୁ ସ୍ୱାବଲମ୍ବୀ କରିବା ସହିତ ମୁଖ୍ୟସ୍ରୋତକୁ ଆଣିଥିବାରୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମିଶନ ଶକ୍ତି ମାଆମାନଙ୍କ ଦୁବାଇ ଗସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ମିଶନ ଶକ୍ତିର ମାଆମାନେ ବିଦେଶ ଗସ୍ତ ସମୟରେ ସେମାନଙ୍କ ଦକ୍ଷତା ବିକାଶ କରିବା ସହ, ଆନ୍ତର୍ଜାତୀୟ ମାନର ସାମଗ୍ରୀ ପ୍ରସ୍ତୁତ କରିବା ଓ ସେଗୁଡିକର ବ୍ୟବସାୟ କରିବା ଦିଗରେ ଅଭିଜ୍ଞତା ହାସଲ କରିବା ଲକ୍ଷ୍ୟ ରହିଛି ।
The post ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନରେ ଉଡାଣ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on .