ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଫେରେଇଦେଲେ ଏହି ପ୍ରବାସୀ ଭାରତୀୟ

ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଜିତିଥିବା ଉମାସୋଫିଆ ଶ୍ରୀବାସ୍ତବ ତାଙ୍କ ଟାଇଟଲ୍ ଛାଡି ଦେଇଛନ୍ତି। ଏହି ସୂଚନା ମିସ୍ ୟୁଏସ୍ଏ ୨୦୨୩ ନୋଏଲିୟା ଭୋଇଗଟ୍ ଦ୍ୱାରା ନିଜ ଟାଇଟଲ୍ ଛାଡିବାର ଦୁଇ ଦିନ ପରେ ଆସିଛି।

ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଫେରେଇଦେଲେ ଏହି ପ୍ରବାସୀ ଭାରତୀୟ

ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଜିତିଥିବା ଉମାସୋଫିଆ ଶ୍ରୀବାସ୍ତବ ତାଙ୍କ ଟାଇଟଲ୍ ଛାଡି ଦେଇଛନ୍ତି। ଏହି ସୂଚନା ମିସ୍ ୟୁଏସ୍ଏ ୨୦୨୩ ନୋଏଲିୟା ଭୋଇଗଟ୍ ଦ୍ୱାରା ନିଜ ଟାଇଟଲ୍ ଛାଡିବାର ଦୁଇ ଦିନ ପରେ ଆସିଛି। ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର ହୋଇଥିବା ଏକ ପୋଷ୍ଟରେ ମେକ୍ସିକୋ-ଭାରତୀୟ ଆମେରିକୀୟ ଟିନ୍ ତାଙ୍କ ଇସ୍ତଫା ପାଇଁ ଏକ ରହସ୍ୟମୟ କାରଣ ଦର୍ଶାଇ କହିଛନ୍ତି ଯେ “ମୋର ବ୍ୟକ୍ତିଗତ ମୂଲ୍ୟ ଆଉ ସଂଗଠନର ଦିଗ ସହିତ ସମ୍ପୂର୍ଣ୍ଣ ରୂପେ ମେଳ ଖାଉ ନୁହେଁ। ଏହି ଖବର ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Miss Teen USA (@missteenusa)

୧୭ ବର୍ଷର ଉମାସୋଫିଆ ଲେଖିଛନ୍ତି ଯେ ଏଭଳି ଭାବେ ସେ ତାଙ୍କ "ଶାସନକାଳକୁ ସମାପ୍ତ ହେବା" ଦେଖି ନାହାନ୍ତି ଏବଂ  ରାଜ୍ୟ ଟାଇଟଲ୍ ଜିତିବା ପରେ ସେ ତାଙ୍କ ପରିବାର, ରାଜ୍ୟ ନିର୍ଦ୍ଦେଶକ, ସାଥୀ ପ୍ରତିଯୋଗୀ ଏବଂ ପ୍ରଶଂସକମାନଙ୍କଠାରୁ ମିଳିଥିବା ସମସ୍ତ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି।” ସେ ଲେଖିଛନ୍ତି ଯେ "ମିସ୍ ଏନ୍‌ଜେ ଟିନ୍ ୟୁଏସ୍ଏ ଭାବରେ ମୋର ସମୟକୁ ସର୍ବଦା ମନେ ରଖିବି" ଏବଂ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ପିଢିର ମେକ୍ସିକୋ-ଭାରତୀୟ ଆମେରିକୀୟ ଭାବରେ ମୋ ରାଜ୍ୟକୁ ପ୍ରତିନିଧିତ୍ୱ କରିବାର ଅନୁଭବ ମତେ ବହୁତ ଖୁସି ଦେଇଥିଲା।”

ସେ କହିଛନ୍ତି ଯେ ସେ ବହୁଭାଷୀ ଶିଶୁ ପୁସ୍ତକ 'ଦ ହ୍ୱାଇଟ୍ ଜାଗୁଆର' ମାଧ୍ୟମରେ ଏବଂ "ସେହି ସଂଗଠନଗୁଡିକ ସହିତ ଶିକ୍ଷା ଓ ସ୍ୱିକୃତୀ ପାଇଁ ନିଜ ଓକିଲାତି ଜାରି ରଖିବାକୁ ଉତ୍ସାହିତ ଥିଲେ। ଯେଉଁମାନଙ୍କ ସହ ତାଙ୍କର ପ୍ରତିଯୋଗିତା ଆରମ୍ଭ କରିବାର ବହୁ ପୂର୍ବରୁ କାମ କରିବାର ସୌଭାଗ୍ୟ ମିଳିଥିଲା।" ଅର୍ଥାତ୍ ଲୋଟସ୍ ପେଟାଲ୍ ଫାଉଣ୍ଡେସନ୍ ଏବଂ ବ୍ରିଜ୍ ଅଫ୍ ବୁକ୍ସ ଫାଉଣ୍ଡେସନ୍” ଆଜିକାଲି ସେ ଏକ “ନୂତନ ଲେଖା ପ୍ରୋଜେକ୍ଟ” ଉପରେ କାମ କରୁଛି।

 
 
 
 
 
 
 
 
 
 
 
 
 
 
 

A post shared by Miss Teen USA (@missteenusa)

ସୂଚନାଯୋଗ୍ୟ ଯେ ମିସ୍ ଶ୍ରୀବାସ୍ତବଙ୍କ ପୂର୍ବରୁ ମିସ୍ ୟୁଏସ୍ଏ ୨୦୨୩ ନୋଏଲିୟା ଭୋଇଗଟ୍ ତାଙ୍କ କ୍ରାଉନ୍ ଫେରାଇ ଦେଇଥିଲେ। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ଯେ ଜୀବନରେ ସେ ବିଶ୍ୱାସ କରନ୍ତି ଯେ ମାନସିକ ସ୍ୱାସ୍ଥ୍ୟ ଏବଂ ନିଆଯାଇଥିବା ନିଷ୍ପତ୍ତିକୁ ଗୁରୁତ୍ୱ ଦେବା ଜରୁରୀ।