ମୀରାରାଣୀ ବ୍ଲକ୍ ଅଧ୍ୟକ୍ଷା ବୋଲି ଜିଲା ପ୍ରଶାସନର ଘୋଷଣା
ମହାକାଳପଡ଼ା,୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ପଦକୁ ନେଇ ବିବାଦ ଲାଗିରହିଥିଲା। ପୂର୍ବତନ ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କୁ ମେ’୨୮ରେ ଅନାସ୍ଥା ପ୍ରସ୍ତାବରେ ହରାଇବା ପରେ ଜୁନ୍ ୨୪ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଗଡ଼ ରୋମିତ ପଞ୍ଚାୟତ ସମିତିସଭ୍ୟା ମୀରାରାଣୀ ମହାନ୍ତି ଏକମାତ୍ର ପ୍ରାର୍ଥୀନୀ ଭାବେ ନାମାଙ୍କନପତ୍ର ଦଖଲ କରିଥିଲେ। ପରେ ଏହାକୁ ବ୍ଲକର ୩୧ ପଞ୍ଚାୟତର ୨୫ ସମିତି ସଭ୍ୟ ସମର୍ଥନ କରିଥିଲେ। ଫଳରେ ପ୍ରଶାସନ ପକ୍ଷରୁ ମୀରାରାଣୀଙ୍କୁ […] The post ମୀରାରାଣୀ ବ୍ଲକ୍ ଅଧ୍ୟକ୍ଷା ବୋଲି ଜିଲା ପ୍ରଶାସନର ଘୋଷଣା appeared first on Dharitri Odia News.
ମହାକାଳପଡ଼ା,୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ପଦକୁ ନେଇ ବିବାଦ ଲାଗିରହିଥିଲା। ପୂର୍ବତନ ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କୁ ମେ’୨୮ରେ ଅନାସ୍ଥା ପ୍ରସ୍ତାବରେ ହରାଇବା ପରେ ଜୁନ୍ ୨୪ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଗଡ଼ ରୋମିତ ପଞ୍ଚାୟତ ସମିତିସଭ୍ୟା ମୀରାରାଣୀ ମହାନ୍ତି ଏକମାତ୍ର ପ୍ରାର୍ଥୀନୀ ଭାବେ ନାମାଙ୍କନପତ୍ର ଦଖଲ କରିଥିଲେ। ପରେ ଏହାକୁ ବ୍ଲକର ୩୧ ପଞ୍ଚାୟତର ୨୫ ସମିତି ସଭ୍ୟ ସମର୍ଥନ କରିଥିଲେ। ଫଳରେ ପ୍ରଶାସନ ପକ୍ଷରୁ ମୀରାରାଣୀଙ୍କୁ ସର୍ବସମ୍ମତି କ୍ରମେ ବିଜୟୀ ଘୋଷଣ କରାଯାଇଥିଲା। ଏହି ଉପନିର୍ବାଚନ ବିଜୟୀ ଫଳାଫଳକୁ ନେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ରିଟ ପିଟିସନ ଦାଖଲ କରାଯାଇଥିଲା। ହେଲେ ବ୍ଲକ ଉପନିର୍ବାଚନ ଫଳାଫଳ ଘୋଷଣା ପରେ ହାଇକୋର୍ଟଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଆସି ଜିଲାପାଳଙ୍କ ଅଫିସରେ ସେଦିନ ସନ୍ଧ୍ୟାରେ ପହଞ୍ଚତ୍ ଥିଲା। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଫଳାଫଳ ଘୋଷଣା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପହଞ୍ଚିବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ନିଜ ସ୍ବାକ୍ଷରରେ ବିଜ୍ଞପ୍ତି ସଂଖ୍ୟା ୧୦୮୦/ ୨୪।୬ା୨୫ରେ ମୀରାରାଣୀ ବିଜୟୀ ବୋଲି ଉଲ୍ଲେଖ ରହିଛି। ଅପରପକ୍ଷେ ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ନିୟମାବଳୀ ୧୯୯୧ ନିୟମ -୪୫ (୨) ଓ ରାଜ୍ୟ ନିର୍ବାଚନ ଆୟୋଗ ଓଡ଼ିଶାଙ୍କ ବିଜ୍ଞପ୍ତି ସଂଖ୍ୟା ୧୬୧୧/ ୧୩।୬।୨୫ ପଞ୍ଚାୟତିରାଜ ଅନୁଷ୍ଠାନର ଉପ ନିର୍ବାଚନ – ୨୦୨୫ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଏକ କିତା ନକଲ ସମସ୍ତ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି ବୋଲି ଉଲ୍ଲେଖ ରହିଛି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି, ପଞ୍ଚାୟତ ସମିତି ଉପ ନିର୍ବାଚନ ବିଧି ଅନୁସାରେ ବ୍ଲକ ଅଧ୍ୟକ୍ଷା ପଦରେ ମୀରାରାଣୀ ମହାନ୍ତିଙ୍କୁ ବିଜୟୀ ଘୋଷଣା କରାଯାଇଛି ବୋଲି ସୂଚନା ଦେଇଛନ୍ତି।
The post ମୀରାରାଣୀ ବ୍ଲକ୍ ଅଧ୍ୟକ୍ଷା ବୋଲି ଜିଲା ପ୍ରଶାସନର ଘୋଷଣା appeared first on Dharitri Odia News.