ମୁଁ ଅତୁଲ ସୁବାଷ ନୁହେଁ… ସ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ ପରେ ମୁହଁ ଖୋଲିଲେ ଓଏଏସ ଅଧିକାରୀ

ଭୁବନେଶ୍ୱର,୧।୮: ଓଏଏସ ଅଧିକାରୀ ତଥା OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସ। ଛୁଆ ଜନ୍ମ ପରଠୁ ମେଡିକାଲରୁ ସାର୍ଥକ କୁଆଡେ ପଳାଇଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ସେପଟେ ଶୁକ୍ରବାର ମହିଳା ଥାନାରେ ହାଜର ହୋଇଛନ୍ତି ସାର୍ଥକ। ମହିଳା ଥାନାରୁ ବାହାରିବା ପରେ ସେ ସ୍ତ୍ରୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ଛଡ଼ା ମୋ ମା’ର କେହି ନାହାନ୍ତି। […] The post ମୁଁ ଅତୁଲ ସୁବାଷ ନୁହେଁ… ସ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ ପରେ ମୁହଁ ଖୋଲିଲେ ଓଏଏସ ଅଧିକାରୀ appeared first on Dharitri Odia News.

ମୁଁ ଅତୁଲ ସୁବାଷ ନୁହେଁ… ସ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ ପରେ ମୁହଁ ଖୋଲିଲେ ଓଏଏସ ଅଧିକାରୀ

ଭୁବନେଶ୍ୱର,୧।୮: ଓଏଏସ ଅଧିକାରୀ ତଥା OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସ। ଛୁଆ ଜନ୍ମ ପରଠୁ ମେଡିକାଲରୁ ସାର୍ଥକ କୁଆଡେ ପଳାଇଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ସେପଟେ ଶୁକ୍ରବାର ମହିଳା ଥାନାରେ ହାଜର ହୋଇଛନ୍ତି ସାର୍ଥକ। ମହିଳା ଥାନାରୁ ବାହାରିବା ପରେ ସେ ସ୍ତ୍ରୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ଛଡ଼ା ମୋ ମା’ର କେହି ନାହାନ୍ତି। ମେ ମା’, ଭଉଣୀଙ୍କୁ ସପୋର୍ଟ ଦରକାର। ସ୍ତ୍ରୀ କେବେ ସପୋର୍ଟ ଦେଉ ନ ଥିଲେ। ମା’ଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି। ଭାବିଥିଲି ଛୁଆ ହେଲେ ସବୁ ସ୍ବାଭାବିକ ହୋଇଯିବ। ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି। ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି। କୋର୍ଟ ଏବଂ ଜଗନ୍ନାଥଙ୍କ ଉପରେ ଭରସା ଅଛି। ମୋତେ ନିଶ୍ଚୟ ନ୍ୟାୟ ମିଳିବ। ା ବେଙ୍ଗାଲୁରୁର ସଫ୍ଟଓ୍ବେୟାର ଇଞ୍ଜିନିୟର ଅତୁଲ ସୁଭାଷ ସ୍ତ୍ରୀଙ୍କ ନିର୍ଯାତନା ସହିନ ପାରି ଶେଷରେ ଆତ୍ମହତ୍ୟା କରିଥିଲେ।
ସୂଚନାଯୋଗ୍ୟ, ସାର୍ଥକଙ୍କ ନାଁରେ ତାଙ୍କ ଇଂଜିନିୟର ସ୍ତ୍ରୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ତାଙ୍କ ପତ୍ନୀ ଭୁବନେଶ୍ବର ମହିଳା ଥାନାରେ ଏତଲା ଦେଇଛନ୍ତି। ମା’ ହେବା ପରେ ସ୍ତ୍ରୀ ଓ ପୁଅକୁ ଓଏଏସ ଅଧିକାରୀ ପଚାରୁ ନ ଥିବା ଅଭିଯୋଗ କରିଛନ୍ତି।

ସେହିଭଳି ଏତଲାରେ ସ୍ବାମୀଙ୍କ ସହ ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ଅର୍ଚ୍ଚନା ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରନ୍ତି। ମେ ୧୦ରେ ଅର୍ଚ୍ଚନା ଏକ ଘରୋଇ ହସ୍ପିଟାଲରରେ ଗୋଟିଏ ଶିଶୁପୁତ୍ର ଜନ୍ମ ଦେଇଥିଲେ। ସେବେଠୁ ସ୍ବାମୀ ଆଉ ସମ୍ପର୍କରେ ନ ଥିବା ଏତଲାରେ ଉଲ୍ଲେଖ କରିଛନ୍ତି।

The post ମୁଁ ଅତୁଲ ସୁବାଷ ନୁହେଁ… ସ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ ପରେ ମୁହଁ ଖୋଲିଲେ ଓଏଏସ ଅଧିକାରୀ appeared first on Dharitri Odia News.