ମୁଁ ଓ ମୋ ସରକାର କ୍ଷମା ମାଗୁଛୁ
ପୁରୀ ଦଳଚକଟା ଘଟଣାରେ ସୁରକ୍ଷାରେ ଅବହେଳା ସ୍ୱୀକାର କଲେ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏ ଘଟଣାରେ ମୁଁ ଓ ମୋ ସରକାର କ୍ଷମା ମାଗୁଛୁ। ଅବହେଳା ଅକ୍ଷମଣୀୟ, ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ।