ମୁଁ ଜେଲ୍ରେ ଥିବା ବେଳେ ମୋ ପିଲାଙ୍କ ପଢ଼ା ଖର୍ଚ୍ଚ ଦେଇଥିଲେ ମନମୋହନ: ମାଲେସିଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ବିକାଶ ପୁରୁଷ ମନମୋହନ ସିଂହ ଯେ କବେଳ ଦେଶବାସୀଙ୍କ ମନମୋହିଛନ୍ତି ତାହା ନୁହେଁ, ଭାରତ ଠାରୁ ସୁଦୁର ମାଲେସିଆରେ ବି ତାଙ୍କୁ ଝୁରୁଛନ୍ତି ଲୋକେ। ତାଙ୍କ ବିୟୋଗରେ ସାରା ବିଶ୍ୱରେ ଶୋକ। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ମନେ ପକାଇଛନ୍ତି ଅତୀତର ସ୍ମୃତି, ତାଙ୍କ ଜୀବନ ପ୍ରତି ମନମୋହନ ସିଂହଙ୍କର ସେହି ଅବଦାନ। ଅନୱରା ଇବ୍ରାହିମ ଟ୍ୱିଟ୍ କରି ଯେଉଁ ସ୍ମୃତି ବଖାଣିଛନ୍ତି, ତାହା ପଢ଼ିଲା ପରେ ଲାଗୁଛି ଅର୍ଥନୀତି ଗଣତିରେ ମନମୋହନ ଯେତେ ହିସାବୀ ଥିଲେ, ଜଣେ ଭଲ ମମିଷ ହିସାବରେ ସେତେ ଦରଦୀ ମଧ୍ୟ ଥିଲେ। ଅନୱାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ ମୋର ଆଦରଣୀୟ ପ୍ରିୟ ମିତ୍ର ଡ. ମନମୋହନ ସିଂହଙ୍କ ବିୟୋଗ ଖବର ଶୁଣିବା ମାତ୍ରେ ମୋ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଭାରତୀୟ ଅର୍ଥନୀତି ସୁଧାର ସ୍ଥପତି ଭାବେ ଚିତ୍ରଣ କରି ଏହି ମହାନ ବ୍ୟକ୍ତିଙ୍କ ବିଷୟରେ ନିଶ୍ଚିତ ରୂପେ ଅନେକ ଶ୍ରଦ୍ଧାଞ୍ଜଳି, ଅନେକ କଥା ଲେଖାଯିବ। ପ୍ରଧାନମନ୍ତ୍ରୀ ଭାବରେ ଡ. ମନମୋହନ ସିଂହ ଭାରତକୁ ବିଶ୍ୱର ଏକ ବଡ଼ ଆର୍ଥିକ ଶକ୍ତି କରାଇବା ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।”୧୯୯୦ ମସିହାରେ ମନମୋହନ ଅର୍ଥମନ୍ତ୍ରୀ ଥିବା ବେଲେ ଅନୱାର ଇବ୍ରାହିମ ମଧ୍ୟ ଅର୍ଥମନ୍ତ୍ରୀ ଥିଲେ। ସେତେବେଳେ ମନମୋହନଙ୍କର ଆର୍ଥିକ ବିକାଶ ନୀତିକୁ ସେ ପ୍ରଶଂସା କରି ଲେଖିଛନ୍ତି “୧୯୯୦ ଦଶକରେ ଆମେ ଦୁହେଁ, ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ବିକାଶ ପୁରୁଷ ମନମୋହନ ସିଂହ ଯେ କବେଳ ଦେଶବାସୀଙ୍କ ମନମୋହିଛନ୍ତି ତାହା ନୁହେଁ, ଭାରତ ଠାରୁ ସୁଦୁର ମାଲେସିଆରେ ବି ତାଙ୍କୁ ଝୁରୁଛନ୍ତି ଲୋକେ। ତାଙ୍କ ବିୟୋଗରେ ସାରା ବିଶ୍ୱରେ ଶୋକ। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ମନେ ପକାଇଛନ୍ତି ଅତୀତର ସ୍ମୃତି, ତାଙ୍କ ଜୀବନ ପ୍ରତି ମନମୋହନ ସିଂହଙ୍କର ସେହି ଅବଦାନ। ଅନୱରା ଇବ୍ରାହିମ ଟ୍ୱିଟ୍ କରି ଯେଉଁ ସ୍ମୃତି ବଖାଣିଛନ୍ତି, ତାହା ପଢ଼ିଲା ପରେ ଲାଗୁଛି ଅର୍ଥନୀତି ଗଣତିରେ ମନମୋହନ ଯେତେ ହିସାବୀ ଥିଲେ, ଜଣେ ଭଲ ମମିଷ ହିସାବରେ ସେତେ ଦରଦୀ ମଧ୍ୟ ଥିଲେ।
ଅନୱାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ ମୋର ଆଦରଣୀୟ ପ୍ରିୟ ମିତ୍ର ଡ. ମନମୋହନ ସିଂହଙ୍କ ବିୟୋଗ ଖବର ଶୁଣିବା ମାତ୍ରେ ମୋ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଭାରତୀୟ ଅର୍ଥନୀତି ସୁଧାର ସ୍ଥପତି ଭାବେ ଚିତ୍ରଣ କରି ଏହି ମହାନ ବ୍ୟକ୍ତିଙ୍କ ବିଷୟରେ ନିଶ୍ଚିତ ରୂପେ ଅନେକ ଶ୍ରଦ୍ଧାଞ୍ଜଳି, ଅନେକ କଥା ଲେଖାଯିବ। ପ୍ରଧାନମନ୍ତ୍ରୀ ଭାବରେ ଡ. ମନମୋହନ ସିଂହ ଭାରତକୁ ବିଶ୍ୱର ଏକ ବଡ଼ ଆର୍ଥିକ ଶକ୍ତି କରାଇବା ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।”
୧୯୯୦ ମସିହାରେ ମନମୋହନ ଅର୍ଥମନ୍ତ୍ରୀ ଥିବା ବେଲେ ଅନୱାର ଇବ୍ରାହିମ ମଧ୍ୟ ଅର୍ଥମନ୍ତ୍ରୀ ଥିଲେ। ସେତେବେଳେ ମନମୋହନଙ୍କର ଆର୍ଥିକ ବିକାଶ ନୀତିକୁ ସେ ପ୍ରଶଂସା କରି ଲେଖିଛନ୍ତି “୧୯୯୦ ଦଶକରେ ଆମେ ଦୁହେଁ, ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବାବେଳେ ମୋତେ ତାଙ୍କର ପରିବର୍ତ୍ତନଶୀଳ ଅର୍ଥନୈତିକ ନୀତିଗୁଡିକୁ ପ୍ରତ୍ୟେକ୍ଷ ଭାବରେ ଦେଖିବାର ଦୁର୍ଲଭ ସୁଯୋଗ ମିଳିଥିଲା। ଦୁର୍ନୀତି ବିରୋଧରେ ଲଢ଼େଇ ପାଇଁ ଆମେ ପ୍ରତିବଦ୍ଧତା ଦେଖାଇଥିଲୁ। ଏପରିକି ଏକ ବଡ଼ ମାମଲାରେ ଦୁହେଁ ମିଶି ସମାଧନ କରିଛୁ।”
ରାଜନୈତିକ ଜୀବନକୁ ନେଇ ଅନୱାର ଟ୍ୱିଟ୍ କରିଛନ୍ତି “ଆସନ୍ତା ଦିନମାନଙ୍କରେ ତାଙ୍କୁ ନେଇ ଯେଉଁ ପ୍ରଶଂସାର ପୋଲ ବନ୍ଧାଯିବ ସେଥିପାଇଁ ସେ ଯୋଗ୍ୟ। ଡ. ମନମୋହନ ସିଂହ ଜଣେ ରାଜନୀତିଜ୍ଞ ଭାବରେ ଟିକେ ଅଜବ, ହେଲେ ଜଣେ ରାଜନେତା ଭାବରେ ସେ ନିର୍ବିବାଦୀୟ, ସଚ୍ଚୋଟ, ଦୃଢ଼ ଓ ଅଟଳ। ସେ ତାଙ୍କ ପଛରେ ଯେଉଁ ସାମ୍ରାଜ୍ୟ ଛାଡ଼ି ଯାଉଛନ୍ତି ତାହା ଆଗାମୀ ପିଢ଼ିକୁ ପ୍ରେରଣା ଦେବ।”
ଏହାପରେ ମାଲେସିଆ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ ମନମୋହନ ସିଂହଙ୍କ ସହିତ ଥିବା ତାଙ୍କର ବ୍ୟକ୍ତିଗତ ସ୍ମୃତିକୁ ସାରା ଦୁନିଆକୁ କହିଦେଇଛନ୍ତି। ମାଲେସିଆ ଲୋକେ ମନମୋହନଙ୍କ ଏହି ଅବଦାନ ଜାଣିବା ଦରକାର ବୋଲି ଅନୱରା ଟ୍ୱିଟ୍ରେ ଲେଖିଛନ୍ତି।
The weight of grief bears down on me at the news of the passing of my honoured and cherished friend: Dr Manmohan Singh.
Obituaries, essays and books a plenty there will surely be about this great man, celebrating him as the architect of India’s economic reforms. As Prime… pic.twitter.com/44bA3s7vst— Anwar Ibrahim (@anwaribrahim) December 27, 2024
ଅନୱାର ଇବ୍ରାହିମ ଲେଖିଛନ୍ତି “ ମନମୋହନ ସିଂହ ମୋ ପାଇଁ ଏହି ସବୁକିଛି ଠାରୁ ବି ଅଧିକ। ....ବୋଧହୁଏ ଅନେକ ଲୋକ ଗୋଟେ କଥା ଜାଣନ୍ତି ନାହିଁ, ତେଣୁ ଆଜି ସମୟ ଆସିଛି ମାଲେସିଆବାସୀଙ୍କୁ ଏକଥା ଜଣାଇବାର। ମୋର କାରାବାସ ସମୟରେ ସେ ଏମିତି ଏକ ଦୟା ଦେଖାଇଥିଲେ ଯାହା ତାଙ୍କୁ କରିବାର ଆବଶ୍ୟକତା ନଥିଲା, ନା ଏହା ରାଜନୈତିକ ଦୃଷ୍ଟିରୁ ଉଚିତ ଥିଲା ନା ଏହାକୁ କେହି କଳ୍ପନା କରିଥିଲେ। ଯାହାକୁ ସେହି ସମୟରେ ମାଲେସିଆ ସରକାର ଦ୍ୱାରା ପ୍ରଶଂସା କରାଯାଇଥିଲା। ତଥାପି, ତାଙ୍କ ଉତ୍ତମ ବିଚାରଧାରରେ ସେ ଏପରି କରିଥିଲେ। ସେ ମୋ ପିଲାମାନଙ୍କ ପାଇଁ, ବିଶେଷକରି ମୋ ପୁଅ ଇହସାନଙ୍କ ପାଇଁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ। ଯଦିଓ ମୁଁ ତାଙ୍କର ଏହି ମହାନବିଚାରଧାରର ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲି, ହେଲେ ତାଙ୍କର ଏହିପରି ଆଚରଣ ତାଙ୍କ ଭିତରେ ଥିବା ଆସାଧାରଣ ମାନବିକତା ଓ ଉଦାରତାକୁ ଦର୍ଶାଉଥିଲା। ମୁଁ କାରାଗାରର ଅନ୍ଧାର ଗଳି ଭିତରେ ଫସି ରହିଥିବା ବେଳେ ସେ ପ୍ରକୃତ ବନ୍ଧୁ ଭଳି ମୋ ସହ ଛିଡ଼ା ହୋଇଥିଲେ। ଶାନ୍ତ ଓ ଉଦାରତାର ଏଭଳି କାର୍ଯ୍ୟା ତାଙ୍କୁ ପରିଭାଷିତ କରୁଛି। ସେ ସବୁବେଳେ ମୋ ହୃଦୟରେ ରହିବେ। ଶୁଭ ବିଦାୟ ମୋ ମିତ୍ର, ମୋ ଭାଇ ମନମୋହନ ସିଂହ।”