‘ମୁଁ ପୁର୍ନଜନ୍ମ ପାଇଛି’

ବମ୍ବେ: ବଲିଉଡ୍‌ ଅଭିନେତା ଶ୍ରେୟାସ ତଲପଡେଙ୍କ ପାଇଁ ଗତ ମାସ ବେଶ କଷ୍ଟକର ଥିଲା। ଡିସେମ୍ବର ୧୪ରେ ସେ ‘ଓ୍ବେଲକମ୍‌ ଟୁ ଦ ଜଙ୍ଗଲ’ର ଶୁଟିଂ କରୁଥିଲେ। ଶୁଟିଂ ଶେଷ ହେବା ପରେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ହୃଦଘାତ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ସର୍ଜରୀ କରାଯାଇଥିଲା। ଏବେ ସେ ଧିରେଧିରେ ସୁସ୍ଥ ହେଉଛନ୍ତି। ଏସବୁ ମଧ୍ୟରେ ପ୍ରଥମ ଥର ଲାଗି ସେ ପୂରା ଘଟଣା ବିଷୟରେ କଥା […] The post ‘ମୁଁ ପୁର୍ନଜନ୍ମ ପାଇଛି’ appeared first on Dharitri Odia News.

‘ମୁଁ ପୁର୍ନଜନ୍ମ ପାଇଛି’

ବମ୍ବେ: ବଲିଉଡ୍‌ ଅଭିନେତା ଶ୍ରେୟାସ ତଲପଡେଙ୍କ ପାଇଁ ଗତ ମାସ ବେଶ କଷ୍ଟକର ଥିଲା। ଡିସେମ୍ବର ୧୪ରେ ସେ ‘ଓ୍ବେଲକମ୍‌ ଟୁ ଦ ଜଙ୍ଗଲ’ର ଶୁଟିଂ କରୁଥିଲେ। ଶୁଟିଂ ଶେଷ ହେବା ପରେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ହୃଦଘାତ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ସର୍ଜରୀ କରାଯାଇଥିଲା। ଏବେ ସେ ଧିରେଧିରେ ସୁସ୍ଥ ହେଉଛନ୍ତି। ଏସବୁ ମଧ୍ୟରେ ପ୍ରଥମ ଥର ଲାଗି ସେ ପୂରା ଘଟଣା ବିଷୟରେ କଥା ହୋଇଛନ୍ତି। ହୃଦଘାତ ହେବା ପରେ ତାଙ୍କୁ ପୁର୍ନଜନ୍ମ ମିଳିବା ପରି ଲାଗୁଥିବା ସେ କହିଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରେୟସ କହିଛନ୍ତି, ପୂର୍ବରୁ ମୁଁ କେବେ ନିଜ ଜୀବନରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ନ ଥିଲି। ପୂର୍ବରୁ ପରିବାରରେ ଅନେକଙ୍କୁ ହୃଦଘାତ ହୋଇଛି। ପ୍ରଥମ ଥର ଲାଗି ଡାକ୍ତରଖାନା ଯିବା ପରେ ଅନୁଭବ ହେଲା ଯେମିତି ଜୀବନ ଅଛି ତ ସବୁକିଛି ଅଛି। ୨୦ ବର୍ଷ ହେଲାଣି ଲଗାତର ଭାବେ କାମ କରୁଛି। ଏବେ ୪୭ ବର୍ଷ ହେଲାଣି। ମୁଁ ନିଜର ଅପକମିଂ ଫିଲ୍ମର ଶୁଟିଂ କରୁଥିଲି। ଏହି ସମୟରେ ହଠାତ ବାମ ହାତରେ ଯନ୍ତ୍ରଣା ହୋଇଥିଲା। ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲି। ଧିରେ ଧିରେ ଏହା ବଢ଼ିଥିଲା ଯେ ଭ୍ୟାନିଟି ଭ୍ୟାନ୍‌ ଯାଏ ଯାଇପାରି ନ ଥିଲି। ଘରେ ପହଞ୍ଚିବା ପରେ ସ୍ତ୍ରୀ ଡାକ୍ତରଖାନା ନେଇଥିଲେ। ସେଠାରେ ମୋର ଚିକିତ୍ସା କରାଯାଇଥିଲା। ସେଠାରେ କିଛି ସମୟ ପାଇଁ କ୍ଲିନିକାଲି ଡେଡ୍‌ ହୋଇଯାଇଥିଲି। ହେଲେ ଏବେ ପୁର୍ନଜନ୍ମ ପାଇଛି ବୋଲି ସେ କହିଛନ୍ତି।

The post ‘ମୁଁ ପୁର୍ନଜନ୍ମ ପାଇଛି’ appeared first on Dharitri Odia News.