‘ମୁଁ ଫେରାର ହୋଇନି ଦିଲ୍ଲୀରେ ଅଛି’ ; ସାମ୍ନାକୁ ଆସିଲା ଆପ ବିଧାୟକଙ୍କ ପ୍ରତିକ୍ରିୟା

କନକ ବ୍ୟୁରୋ: ‘ମୁଁ ମୋ ନିର୍ବାଚନମଣ୍ଡଳୀରେ ଅଛି, ମୁଁ କୌଣସି ସ୍ଥାନକୁ ଯାଇନାହିଁ । ଦିଲ୍ଲୀ ପୋଲିସର କେତେକ ଲୋକ ମୋତେ ମିଥ୍ୟା ମାମଲାରେ ଫସାଇ ଦେଉଛନ୍ତି । ଓଖଲା ବିଧାନସଭାର ନବନିର୍ବାଚିତ ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନ ଫେରାର ଥିବା କୁହାଯାଉଥିବା ବେଳେ ପୋଲିସ କମିଶନରଙ୍କୁ ଏକ ଚିଠି ଲେଖି ଦିଲ୍ଲୀରେ ଥିବା ସ୍ପଷ୍ଟ କରିଛନ୍ତି ।  ଜାମିଆ ନଗରରେ ପୋଲିସ ଦଳ ଉପରେ ଆକ୍ରମଣର ନେତୃତ୍ୱ ନେବା ପାଇଁ ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହେବା ପରେ ସେ ଫେରାର୍‌ ଥିବା କୁହାଯାଉଥିଲା, କିନ୍ତୁ ଏହି ସମୟରେ ଆପ ବିଧାୟକ କହିଛନ୍ତି ଯେ ସେ କୌଣସି ସ୍ଥାନରୁ ପଳାଇ ନାହାଁନ୍ତି ବରଂ ତାଙ୍କ ବିଧାନସଭା କ୍ଷେତ୍ରରେ ଅଛନ୍ତି । ପୂର୍ବରୁ, ଦିଲ୍ଲୀ ପୋଲିସ ବିଧାୟକ ଏବଂ ସହ-ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଘର ଉପରେ ଚଢାଉ କରିଥିଲା, କିନ୍ତୁ କାହାକୁ ପାଇନଥିଲା । ଏବେ ଅଭିଯୁକ୍ତ ଅମାନତୁଲ୍ଲାଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ଅଛି । ବର୍ତ୍ତମାନ ପୋଲିସ ତାଙ୍କ ବିରୁଦ୍ଧରେ ଦଙ୍ଗା ଉସକାଇବା, ସରକାରୀ କାମରେ ବାଧା ସୃଷ୍ଟି କରିବା, ଜଣେ ସରକାରୀ କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରି ଜଣେ ଅପରାଧୀଙ୍କୁ ମୁକ୍ତ କରିବା ଏବଂ ହତ୍ୟା ଧମକ ଦେବା ଭଳି ଧାରା ଅନୁଯାୟୀ ମାମଲା ରୁଜୁ କରିଛି ।

‘ମୁଁ ଫେରାର ହୋଇନି ଦିଲ୍ଲୀରେ ଅଛି’ ; ସାମ୍ନାକୁ ଆସିଲା ଆପ ବିଧାୟକଙ୍କ ପ୍ରତିକ୍ରିୟା

କନକ ବ୍ୟୁରୋ: ‘ମୁଁ ମୋ ନିର୍ବାଚନମଣ୍ଡଳୀରେ ଅଛି, ମୁଁ କୌଣସି ସ୍ଥାନକୁ ଯାଇନାହିଁ । ଦିଲ୍ଲୀ ପୋଲିସର କେତେକ ଲୋକ ମୋତେ ମିଥ୍ୟା ମାମଲାରେ ଫସାଇ ଦେଉଛନ୍ତି । ଓଖଲା ବିଧାନସଭାର ନବନିର୍ବାଚିତ ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନ ଫେରାର ଥିବା କୁହାଯାଉଥିବା ବେଳେ ପୋଲିସ କମିଶନରଙ୍କୁ ଏକ ଚିଠି ଲେଖି ଦିଲ୍ଲୀରେ ଥିବା ସ୍ପଷ୍ଟ କରିଛନ୍ତି । 

ଜାମିଆ ନଗରରେ ପୋଲିସ ଦଳ ଉପରେ ଆକ୍ରମଣର ନେତୃତ୍ୱ ନେବା ପାଇଁ ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହେବା ପରେ ସେ ଫେରାର୍‌ ଥିବା କୁହାଯାଉଥିଲା, କିନ୍ତୁ ଏହି ସମୟରେ ଆପ ବିଧାୟକ କହିଛନ୍ତି ଯେ ସେ କୌଣସି ସ୍ଥାନରୁ ପଳାଇ ନାହାଁନ୍ତି ବରଂ ତାଙ୍କ ବିଧାନସଭା କ୍ଷେତ୍ରରେ ଅଛନ୍ତି । ପୂର୍ବରୁ, ଦିଲ୍ଲୀ ପୋଲିସ ବିଧାୟକ ଏବଂ ସହ-ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଘର ଉପରେ ଚଢାଉ କରିଥିଲା, କିନ୍ତୁ କାହାକୁ ପାଇନଥିଲା । ଏବେ ଅଭିଯୁକ୍ତ ଅମାନତୁଲ୍ଲାଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ଅଛି । ବର୍ତ୍ତମାନ ପୋଲିସ ତାଙ୍କ ବିରୁଦ୍ଧରେ ଦଙ୍ଗା ଉସକାଇବା, ସରକାରୀ କାମରେ ବାଧା ସୃଷ୍ଟି କରିବା, ଜଣେ ସରକାରୀ କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରି ଜଣେ ଅପରାଧୀଙ୍କୁ ମୁକ୍ତ କରିବା ଏବଂ ହତ୍ୟା ଧମକ ଦେବା ଭଳି ଧାରା ଅନୁଯାୟୀ ମାମଲା ରୁଜୁ କରିଛି ।