ମୁଁ ବୁଢା ହୋଇ ଗଲେଣି, କାହିଁକି ଏମିତି କହିଲେ ଖାର୍ଗେ, ବଦଳିବେ କି କଂଗ୍ରେସ ଅଧ୍ୟକ୍ଷ?
ନୂଆଦିଲ୍ଲୀ,୯।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ଏହି ରାଜନୈତିକ ଖେଳରେ କଂଗ୍ରେସ ଏବଂ ଭାଜପା ଧୀରେ ଧୀରେ ସେମାନଙ୍କରକାର୍ଡ ଖୋଲୁଛନ୍ତି। କୁସ୍ତି ମଞ୍ଚରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଭିନେଶ ଫୋଗାଟ ବର୍ତ୍ତମାନ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ହରିୟାଣା ବିଧାନସଭା ନିର୍ବାଚନରେ ୨୦୨୪ରେ ଜୁଲାନା ବିଧାନସଭା ଆସନରୁ ଭିନେଶ ଫୋଗାଟଙ୍କୁ ପ୍ରାର୍ଥୀ କରିଛି। ଭିନେଶ ଫୋଗାଟ ତାଙ୍କ ଶାଶୁ ଘର ବାଖତା ଖେଡା ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ […] The post ମୁଁ ବୁଢା ହୋଇ ଗଲେଣି, କାହିଁକି ଏମିତି କହିଲେ ଖାର୍ଗେ, ବଦଳିବେ କି କଂଗ୍ରେସ ଅଧ୍ୟକ୍ଷ? appeared first on Dharitri Odia News.
ନୂଆଦିଲ୍ଲୀ,୯।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ଏହି ରାଜନୈତିକ ଖେଳରେ କଂଗ୍ରେସ ଏବଂ ଭାଜପା ଧୀରେ ଧୀରେ ସେମାନଙ୍କରକାର୍ଡ ଖୋଲୁଛନ୍ତି। କୁସ୍ତି ମଞ୍ଚରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଭିନେଶ ଫୋଗାଟ ବର୍ତ୍ତମାନ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ହରିୟାଣା ବିଧାନସଭା ନିର୍ବାଚନରେ ୨୦୨୪ରେ ଜୁଲାନା ବିଧାନସଭା ଆସନରୁ ଭିନେଶ ଫୋଗାଟଙ୍କୁ ପ୍ରାର୍ଥୀ କରିଛି। ଭିନେଶ ଫୋଗାଟ ତାଙ୍କ ଶାଶୁ ଘର ବାଖତା ଖେଡା ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ଶାଶୁ ଘର ବାଖତା ଖେଡାରୁ ଭିନେଶ ଫୋଗାଟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିଷୟରେ ଏପରି ବିବୃତ୍ତି ଦେଇଛନ୍ତି, ଯାହା ପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପରିବର୍ତ୍ତନ କରିବାକୁ ଯାଉଛନ୍ତି କି ବୋଲି ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଭିନେଶ ରବିବାର ତାଙ୍କ ଶାଶୁ ଘର ବାଖତା ଖେଡା ଠାରେ ଏକ ସମାରୋହକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ନିଜ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ବିଷୟରେ ଉଲ୍ଲେଖ କରିଥିଲେ। ସେ ନିଜେ ଏବଂ ଖାର୍ଗେଙ୍କ ମଧ୍ୟରେ ହୋଇଥିବା ବୈଠକକୁ ନେଇ କହିଥିଲେ, ‘ମଲ୍ଲିକାର୍ଜୁନ ଖାର୍ଗେ ଜି କହିଛନ୍ତି ଯେ ମୁଁ ବୁଢା ହୋଇଗଲେଣି, ବର୍ତ୍ତମାନ ତମକୁ କରିବାକୁ ପଡିବ। ଏବେ ପ୍ରଶ୍ନ ଉଠିଛି ଯେ ଖାର୍ଗେ ଏ କଥା ଏମିତି କହିଛନ୍ତି ନା ସତରେ କଂଗ୍ରେସ ଅଧ୍ୟକ୍ଷ ପଦ ପରିବର୍ତ୍ତନ ହେବାକୁ ଯାଉଛି। ତାଙ୍କୁ ୮୨ବର୍ଷ ବୟସ ହୋଇଥିବାରୁ ଖାର୍ଗେଙ୍କ ବିବୃତ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେ ଗତ ୨ ବର୍ଷ ଧରି ଏହି ପଦବୀରେ ରହିଆସିଛନ୍ତି।
The post ମୁଁ ବୁଢା ହୋଇ ଗଲେଣି, କାହିଁକି ଏମିତି କହିଲେ ଖାର୍ଗେ, ବଦଳିବେ କି କଂଗ୍ରେସ ଅଧ୍ୟକ୍ଷ? appeared first on Dharitri Odia News.