ମୁଁ ମୁହଁ ଖୋଲିଲେ, ସୃଷ୍ଟି ହେବ ଝଡ
ନୂଆଦିଲ୍ଲୀ,୭।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଭାଜପାର ପୂର୍ବତନ ଏମ୍ପି ତଥା ପୂର୍ବତନ ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂ ଏହା ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଭିନେଶ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗଦେବା ପରେ ସେମାନଙ୍କର ସତ୍ୟତା ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ରାହୁଲ-ପ୍ରିୟଙ୍କା ଗାନ୍ଧୀ ଯୋଡ଼ି […] The post ମୁଁ ମୁହଁ ଖୋଲିଲେ, ସୃଷ୍ଟି ହେବ ଝଡ appeared first on Dharitri Odia News.
ନୂଆଦିଲ୍ଲୀ,୭।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଭାଜପାର ପୂର୍ବତନ ଏମ୍ପି ତଥା ପୂର୍ବତନ ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂ ଏହା ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଭିନେଶ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗଦେବା ପରେ ସେମାନଙ୍କର ସତ୍ୟତା ସାମ୍ନାକୁ ଆସିଛି।
ଏକ ସାକ୍ଷାତକାରରେ ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ରାହୁଲ-ପ୍ରିୟଙ୍କା ଗାନ୍ଧୀ ଯୋଡ଼ି ଦୀପେନ୍ଦ୍ର ହୁଡାଙ୍କ ଆଗକୁ ଆଣି ଏହି ଷଡଯନ୍ତ୍ର ରଚିଛନ୍ତି। ଏହି ଲୋକମାନେ ଝିଅମାନଙ୍କୁ ବ୍ୟବହାର କରିଛନ୍ତି।
ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି, କଂଗ୍ରେସ ଦଳରେ ଯୋଗଦେବା ପରେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆର ସତ୍ୟତା ଲୋକଙ୍କ ସାମ୍ନାରେ ଆସିଛି। ଏହି ଲୋକଙ୍କ ମାଧ୍ୟମରେ ମୋ ବିରୋଧରେ, ଭାଜପା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚିଥିଲେ। ରାହୁଲ-ପ୍ରିୟଙ୍କା ଗାନ୍ଧୀ ଯୋଡି ଦେବେନ୍ଦ୍ର ହୁଡାଙ୍କୁ ଆଗେଇ ନେଇ ଏହି ଷଡଯନ୍ତ୍ର ରଚିଥିଲେ। ଏହି ଲୋକମାନେ ରାଜନୀତି ପାଇଁ ନିଜ ଝିଅମାନଙ୍କୁ ମଧ୍ୟ ରକ୍ଷା କରିନାହାଁନ୍ତି, ସେମାନେ ମଧ୍ୟ ବ୍ୟବହାର କରିଛନ୍ତି।
ଉତ୍ତରପ୍ରଦେଶରେ ଲୋକ ସଭା ନିର୍ବାଚନରେ ଭାଜପାର ପରାଜୟ ସମ୍ପର୍କରେ ସେ କହିଛନ୍ତି, ମୁଁ ଏହି ଫଳାଫଳ ଆଗକୁ ଜାଣିସାରିଥିଲି। ଯଦି ମୁଁ ମୁହଁ ଖୋଲିବି, ଏକ ଝଡ଼ ସୃଷ୍ଟି ହେବ। ଭୁଲ ଜାଣିଶୁଣି କରାଯାଇଛି। ଏହି କାରଣରୁ ଆମେ ହାରିଗଲୁ। ଏଥିରେ ଅଧିକାରୀଙ୍କ ମଧ୍ୟ ହାତ ରହିଛି।
The post ମୁଁ ମୁହଁ ଖୋଲିଲେ, ସୃଷ୍ଟି ହେବ ଝଡ appeared first on Dharitri Odia News.